ସକ୍ରିୟ ହେଉଛି Monsoon; ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ BMC
Advertisement

ସକ୍ରିୟ ହେଉଛି Monsoon; ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ BMC

ଯାହା ପରବର୍ତ୍ତୀ ୨୪ ଘଣ୍ଚାରେ ଆହୁରି ସକ୍ରିୟ ହେବା ସହ ବାକି ଜିଲ୍ଲାରେ ପ୍ରବେଶ କରିବା ନେଇ ପାଗ ଅନୂକୁଳ ରହିଛି।

ସକ୍ରିୟ ହେଉଛି Monsoon; ଲଘୁଚାପ ଜନିତ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ BMC

ଭୁବନେଶ୍ୱର: ଘନୀଭୂତ ହେଲା ଲଘୁଚାପ। ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଶୁକ୍ରବାର ଉତ୍ତରପଶ୍ଚିମ ବଙ୍ଗୋପ ସାଗର, ଓଡିଶା ଆଖପାଖ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ଆସନ୍ତା ୫ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।  

ସେପଟେ ସମ୍ଭାବ୍ୟ ଲଘୁଚାପ (Low Pressure) ଜନିତ ବର୍ଷାର (Rain) ମୁକାବିଲା ପାଇଁ ରାଜଧାନୀରେ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ଜଳବନ୍ଦୀକୁ ଘେରିବାକୁ ଅଣ୍ଟାଭିଡିଛି ରାଜ୍ୟ ଅଗ୍ନିଶମ ବାହିନୀ (Odisha Fire Brigade Service) ଏବଂ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC)। 

Also Read: Odisha ମୁହାଁହେଉଛି Monsoon; ପ୍ରବଳ ବର୍ଷା ନେଇ ସତର୍କତା ଜାରି

ବଙ୍ଗୋପ ସାଗର (Bay of Bengal) ଠାରେ ଘନୀଭୂତ ହୋଇଛି ଚଳିତ ମୌସୁମୀ ଋତୁର (Monsoon Season 2021) ପ୍ରଥମ ଲଘୁଚାପ। ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ସଂଲଗ୍ନ ଓଡିଶା ଉପକୂଳ (Odisha Coast) ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳ (Gangetic West Bengal Coast) ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। 

ଯାହା ପରବର୍ତ୍ତୀ ୨୪ ଘଣ୍ଚାରେ ଆହୁରି ସକ୍ରିୟ ହେବା ସହ ବାକି ଜିଲ୍ଲାରେ ପ୍ରବେଶ କରିବା ନେଇ ପାଗ ଅନୂକୁଳ ରହିଛି। ଏହା ସହ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ ଆଦି ୧୧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ (Orange Warning for Heavy Rain) ଏବଂ ଅନ୍ୟ ୧୯ ଜିଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning Torrential Rain) ଜାରି ହୋଇଛି। ଆସନ୍ତାକାଲି ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ (Red Warning), ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାରେ ଅରେଞ୍ଜ, ବାକି ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Also Read: ଆଗକୁ ଆସୁଛି Low Pressure; Odisah ମୁହାଁହେଉଛି Monsoon

ସେପଟେ ରାଜଧାନୀରେ ସମ୍ଭାବ୍ୟ ବର୍ଷାକୁ ମୁକାବିଲା କରିବା ଲାଗି ପ୍ରସ୍ତୁତ ରହିଛି ବିଏମସି ଏବଂ ଅଗ୍ନିଶମ ବାହିନୀ। ସହରର ୨୭ଟି ତଳିଆ ଅଞ୍ଚଳରେ ପମ୍ପ ସେଟ୍ ମହଜୁଦ୍ କରିବା ସହ ସ୍ବତନ୍ତ୍ର କର୍ମଚାରୀଙ୍କୁ ଦ୍ବାରା ଏକ ଦଳ ଗଠନ ହୋଇଛି। ପ୍ରତ୍ୟେକ ତଳିଆ ଅଞ୍ଚଳରେ ୨ ଜଣ ଲେଖାଏଁ କର୍ମଚାରୀ ତଦାରଖ ପାଇଁ ମୁତୟନ ହୋଇଛନ୍ତି। ଯାନ୍ତ୍ରିକ ସମସ୍ୟା ପାଇଁ ଟେକ୍ନିସିଆନ ଟିମ୍ ମଧ୍ୟ ସଜାଗ ରହିଛି। ବର୍ଷା ପାଣି ଜମା ହେବା ମାତ୍ରେ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରସ୍ତୁତି କରାଯାଇଛି। ଆବଶ୍ୟକ ସ୍ଥଳେ ବର୍ଷା କାରଣରୁ ଜଳବନ୍ଦୀ ହେବାର ସମ୍ଭାବନା ରହିଥିବା ଘରୁ ଲୋକଙ୍କୁ ଉଦ୍ଧାର କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। 

Also Read: ଆଗକୁ Low Pressure; ବିଭିନ୍ନ ସ୍ଥାନରେ ସକ୍ରିୟ ହେବ South-West Monsoon

ସମୁଦ୍ର ଅଶାନ୍ତ ରହିବା କାରଣରୁ ଆସନ୍ତା ୧୪ ତାରିଖ ସୋମବାର ପର୍ଯ୍ୟନ୍ତ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଏହାସହ ୧୫ ତାରିଖ ପର୍ଯ୍ୟନ୍ତ ଦିନର ତାପମାତ୍ରା ୩-୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର।