Cyclone Alert News In Odia: ସମସ୍ତେ ଜାଣନ୍ତି ଓଡ଼ିଶାରେ ପ୍ରାୟତଃ ବାତ୍ୟା ଅକ୍ଟୋବର ମାସରେ ହୋଇଥାଏ ହେଲେ ଗତ କିଛିବର୍ଷ ହେଲା ମେ ମାସ ଅର୍ଥାତ୍ ଗ୍ରୀଷ୍ମ ଦିନରେ ଓଡ଼ିଶାକୁ ବାତ୍ୟା ଭୟ ରହୁଛି। ଏହି କାରଣରୁ ସରକାର ମଧ୍ୟ ଟେନସନରେ । ହେଲେ ଆଜି ବାତ୍ୟାପ୍ରବଣ ମେ ମାସ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୧ ଟି ବିଭାଗ ଓ ସବୁ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ସଜାଗ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ କେତେ ପ୍ରସ୍ତୁତି ହୋଇଛ କଣ ସବୁ ଯୋଜନା କରାଯାଇଛି ସେ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ଆଜି ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରେସ୍‌ମିଟ୍‌ରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର (Special Relief Commissioner) ସୂଚନା ଦେଇଛନ୍ତି ଯେ ଏମିତି ଅନେକ ଥର ଦେଖାଯାଇଛି ଯେ ମେ ମାସରେ ବାତ୍ୟା ହୋଇଛି । ସେହିକାରଣରୁ ଆମେ ମଧ୍ୟ ପ୍ରସ୍ତୁତି କରିଛୁ। ଆଜି ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି। ଗତକାଲି ଅର୍ଥାତ୍ ସୋମବାର ଠାରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ମଧ୍ୟ ଚାଲିଛି।  କେବଳ ଏତିକି ନୁହେଁ ବାତ୍ୟା ଓ ବର୍ଷା ପବନ କାରଣରୁ ବିଶେଷ କ୍ଷତିଗ୍ରସ୍ତ ହୁଏ ରାସ୍ତା ଘାଟ, ବିଜୁଳି ଓ ଗଛ ଉପୁଡିବା ପରି ଘଟଣା। ସେଥିପାଇଁ ଏନଡିଆରଏଫ ଓ ଓଡ୍ରାଫ ଟିମକୁ ପ୍ରସ୍ତୁତ ରଖିବାକୁ ମଧ୍ୟ ସରକାର ସୂଚନା ଦେଇଛନ୍ତି।


ସୂଚନାନୁସାରେ ମେ ୬ ତାରିଖ ସୁଦ୍ଧା କେବଳ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା କୁହାଯାଇଛି। ଘୂର୍ଣ୍ଣିବଳୟ ପରେ ପାଣିପାଗରେ କଣ ପରିବର୍ତ୍ତନ ଦେଖାଦେବ ତାହା ପାଣିପାଗ ବିଭାଗ ବୁଲେଟିନ ଜାରି କରିବ । ୬ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର (Bay Of Bengal) ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହା ଫଳରେ ଲଘୁଚାପ କ୍ଷେତ୍ର ମଧ୍ୟ ସୃଷ୍ଟି ହେବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ରାଜ୍ୟରେ ପାଗ ମେଘୁଆ ରହିବା ସହ ପବନ ମଧ୍ୟ ବହିପାରେ। ଏହାସହ ରାଜ୍ୟରେ କିଛିଦିନ ହେଲା ଲୋକମାନେ ତାତିରୁ ଆଶ୍ୱସ୍ତି ପାଇଛନ୍ତି । କାରଣ ଲଗାତାର କାଳବୈଶାଖୀ ରାଜ୍ୟରେ ତାପମାତ୍ରାକୁ କମାଇ ଦେଇଛି। 


ସେପଟେ ଆସନ୍ତା ୬ ତାରିଖ ବେଳକୁ କିଛି କିଛି ସ୍ଥାନରେ ବର୍ଷା ହେବା ସହ କୁଆପଥର ମାଡ଼ (Hailstorm Rain) ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଯାହା ଫଳରେ ରାଜ୍ୟରେ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ। ସେପଟେ ବାତ୍ୟା ଆଶଙ୍କା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ କିଛି ବି ସମସ୍ୟା ହେଲେ ଆମେ ମୁକାବିଲା କରିପାରିବୁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି। 


Also Read: Weather Updates: ଖୁସି ନୁହେଁ ଦୁଃଖ ଓ ଦୁର୍ଦ୍ଦଶା ଆଣିବାକୁ ଯାଉଛି ଏମିତି ପାଗ, ଜାଣନ୍ତୁ କି ବଡ଼ କ୍ଷତି ସହିବ ଭାରତ


Also Read: IAS Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଜିଲ୍ଲାପାଳ