IAS Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଜିଲ୍ଲାପାଳ
Advertisement

IAS Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଜିଲ୍ଲାପାଳ

ଭୁବନେଶ୍ୱର: ଚର୍ଚ୍ଚାରେ ରହିଥିବା ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ ଓ ଚଞ୍ଚଳ ରାଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି ମଇ ମାସ ୧ ତାରିଖରେ ଉଭୟ ଜିଲ୍ଲାପାଳ ପରସ୍ପରକୁ ବିବାହ କରିଥିଲେ। ଗୌହାଟୀରେ ଆୟୋଜିତ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅନନ୍ୟା ଦାସ ବର୍ତ୍ତମାନ ସମ୍ବଲପୁରର ଜିଲ୍ଲାପାଳ ରହିଥିବା ବ

IAS Marriage: ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ଜିଲ୍ଲାପାଳ

IAS Marriage: ଭୁବନେଶ୍ୱର: ଚର୍ଚ୍ଚାରେ ରହିଥିବା ଦୁଇ ଜିଲ୍ଲାପାଳ ଅନନ୍ୟା ଦାସ ଓ ଚଞ୍ଚଳ ରାଣା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି ମଇ ମାସ ୧ ତାରିଖରେ ଉଭୟ ଜିଲ୍ଲାପାଳ ପରସ୍ପରକୁ ବିବାହ କରିଥିଲେ। ଗୌହାଟୀରେ ଆୟୋଜିତ ଏକ ଭବ୍ୟ ଆୟୋଜନରେ ଏହି ଦୁଇ ଜିଲ୍ଲାପାଳଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଅନନ୍ୟା ଦାସ ବର୍ତ୍ତମାନ ସମ୍ବଲପୁରର ଜିଲ୍ଲାପାଳ ରହିଥିବା ବେଳେ ଚଞ୍ଚଲ ରାଣା ବଲାଙ୍ଗୀରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ବର ବେଶରେ ଚଞ୍ଚଲ ଧୂମ ନାଚିଥିବାର ଦେଖିବାକୁ ମିଳିଥିଲା। ବିବାହ ଉପରେ ପରିବାର ସଦସ୍ୟ ଓ ନିକଟତମ ସଂପର୍କୀୟ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଗତ ଫେବୃଆରୀ ମାସରେ ଉଭୟଙ୍କର ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଗତକାଲି ରାତି ପ୍ରାୟ ୮ଟାରେ ଚଞ୍ଚଳ ରଣା ବରଯାତ୍ରୀ ଧରି କନ୍ୟା ଘରକୁ ବାହାରିଥିଲେ। ବରଯାତ୍ରୀ ରେ ନିଜେ ଚଞ୍ଚଳ ରଣା ମଧ୍ୟ ନାଚିବା ଦେଖି ବାକୁ ମିଳିଥିଲା। ବରଯାତ୍ରୀ କନ୍ୟା ଘରେ ପହଞ୍ଚିବା ପରେ ବର ପକ୍ଷ କୁ ସ୍ୱାଗତ କରିଥିଲେ କନ୍ୟା ପକ୍ଷ । ମିଠା ଖୁଆଇ ଚଞ୍ଚଳଙ୍କୁ କନ୍ୟା ପକ୍ଷ ପାଛୋଟି ନେଇଥିଲେ। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟ ଦୁଲହନ ବେଶରେ ସଜେଇ ହୋଇଥିଲେ। ବାହାଘରକୁ ନେଇ ଅନନ୍ୟା ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା। ସେପଟେ ଏହି ନବ ଦମ୍ପତ୍ତିଙ୍କୁ ସୋସିଆଲ ମିଡ଼ିଆରେ ଲୋକେ ଶୁଭେଚ୍ଛା ଜଣାଉଛନ୍ତି।

ଉଲ୍ଲେଖଯୋଗ୍ୟ ଉଭୟ IASଙ୍କର ଏହା ଦ୍ୱିତୀୟ ବିବାହ। ପୂର୍ବରୁ ଗତ ପେବ୍ରୁଆରୀ ୧୯ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ । ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇଥିଲା।

ଏଠାରେ କହି ରଖୁ କି ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରାଣାଙ୍କ ଘର ଅନୁଗୋଳ ଜିଲ୍ଲାରେ। ପୂର୍ବରୁ ସେ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ। ମତଭେଦ କାରଣରୁ ଉଭୟଙ୍କର ନିକଟରେ ଛାଡପତ୍ର ହୋଇଥିଲା। ୨୦୧୩ ବ୍ୟାଚ୍ ଆଇଏଏସ୍ ଅଫିସର ହେଉଛନ୍ତି ଚଞ୍ଚଳ ରାଣା । ବଲାଙ୍ଗୀର ଜିଲ୍ଲାପାଳ ଥିବା ଚଞ୍ଚଳ ରଣାଙ୍କ ଘର ଅନୁଗୁଳ ଜିଲ୍ଲାରେ । ଏନ୍ଆଇଟି ସିଲଚେରରୁ ବିଟେକ୍ ଡିଗ୍ରୀ ହାସଲ କରିଥିଲେ ଚଞ୍ଚଳ ରଣା ୟୁପିଏସସିରେ ଟପ୍ପର ହୋଇଥିଲେ । ପୂର୍ବରୁ କୁଚିଣ୍ଡା ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ଶ୍ୱେତ ବିପ୍ଳବ ପାଇଁ ଚଞ୍ଚଲ ଚର୍ଚ୍ଚାରେ ରହିଥିଲେ। ଏପରିକି ଜାତୀୟ ଗଣମାଧ୍ୟମରେ ମଧ୍ୟ ତାଙ୍କର ଚର୍ଚ୍ଚା ଜୋର ଧରିଥିଲା। 

ସେହିପରି ସମ୍ବଲପୁର ଜିଲ୍ଲାପାଳ ଥିବା ଅନ୍ୟନ୍ୟା ଦାସ ହେଉଛନ୍ତି ଆସାମର ମୂଳ ବାସିନ୍ଦା। ୨୦୧୮ ବ୍ୟାଚ ଆଇଏଏସ ଅଫିସର ହେଉଛନ୍ତି ଅନନ୍ୟା। ପୂର୍ବରୁ ସେ କଟକ ମ୍ୟୁନିସିପାଲିଟିର କମିଶନର ଥିଲେ ଅନନ୍ୟା। ୟୁପିଏସସିରେ ସେ ସର୍ବଭାରତୀୟ ସ୍ତରରେ ୧୬ତମ ସ୍ଥାନରେ ରହିଥିଲେ। 

ସୂଚନା ଥାଉକି, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତମାନର ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହାପରେ ନିର୍ବନ୍ଧ ହୋଇଥିଲା। ତେବେ ଗତକାଲି ଏହି ଜିଲ୍ଲାପାଳ ଯୋଡି଼ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡି଼ଛି।