ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ବୈଠକରେ ୧୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ତେବେ ଏହି ବୈଠକରେ ରାଜ୍ୟରେ ଚାକିରୀ ଆଶାୟୀଙ୍କ ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଚାକିରୀ ପାଇଁ ବୟସ ସମୟ ସୀମା ୩୨ରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ସରକାର । 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଏସସି, ଏସଟି SC/STଙ୍କ ପାଇଁ ବୟସ ସମୟ ସୀମା ୪୩ ବର୍ଷକୁ ବୃଦ୍ଧି କରାଯାଇଛି । ଅନ୍ୟପଟେ ମହିଳାଙ୍କ ଚାକିରୀ ବୟସ ସମୟ ସୀମା ଆଉ ୫ ବର୍ଷ ବୃଦ୍ଧି କରାଯାଇଛି । ସେହିପରି ଏହି ବୈଠକରେ ରାଜ୍ୟରେ ୫ଟି ପାଇପ୍ ୱାଟର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ (Odisha Chief Minister) ଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲରେ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।