ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ
ଆଜି ସନ୍ଧ୍ୟା ସୁଦ୍ଧା ପରୀକ୍ଷା ଫଳ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇ ପରିଷଦ ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରୁଛି।
ଭୁବନେଶ୍ୱର: ରାଜ୍ୟରେ ଆଜି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଆଜି ସନ୍ଧ୍ୟା ସୁଦ୍ଧା ପରୀକ୍ଷା ଫଳ ବାହାରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇ ପରିଷଦ ଆଜି ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରୁଛି। କିନ୍ତୁ ଏପର୍ଯ୍ୟନ୍ତ କଳା ଓ ଧନ୍ଦାମୂଳକ ଷ୍ଟ୍ରିମର ଫଳାଫଳ ସମ୍ବନ୍ଧରେ କୌଣସି ସୂଚନା ଦେଇ ନାହିଁ।
ଜୁଲାଇ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଚଳିତମାସରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ତତ୍ପରତା ଦେଖାଇ ଗତକାଲି CBSE ରେଜଲ୍ଟ୍ସ ପ୍ରକାଶ କରିଥିଲା। ଯେଉଁଥିରେ ୯୯ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାସ ହୋଇଥିଲେ। ଆଜି CHSE (ଯୁକ୍ତ ଦୁଇ) ରେଜଲ୍ଟ୍ସ ପ୍ରକାଶ କରାଯିବ। ଆଜି ସନ୍ଧ୍ୟାରେ କେବଳ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ବାହାରିବ।
Also Read: EPFO ଖାତାଧାରୀଙ୍କ ପାଇଁ ଖୁସି ଖବର; ଆଜି ୬ କୋଟିରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ଆସିପାରେ ୮.୫% ସୁଧର ଟଙ୍କା
ବିଜ୍ଞାନ ଓ ବାଣିଜ୍ୟ ୨ ବିଭାଗର ମୋଟ ୧ ଲକ୍ଷ ୨୦ ହଜାର ପିଲାଙ୍କ ଫଳ ପ୍ରକାଶ ପାଇବ। ବିଜ୍ଞାନ ବିଭାଗର ୯୫ ହଜାର ଓ ବାଣିଜ୍ୟର ୨୫ ହଜାର ପିଲା ରହିଛନ୍ତି। SAMS ୱେବ୍ସାଇଟରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ। orissaresults.nic.inରେ ଲଗଇନ୍ କରି ମଧ୍ୟ ରେଜଲ୍ଚ ଦେଖି ହେବ। ପରୀକ୍ଷାର୍ଥୀମାନେ ରୋଲ୍ ନମ୍ବର ଓ ଜନ୍ମ ତାରିଖ ବ୍ୟବହାର କରି ସେମାନଙ୍କର ଫଳାଫଳ ଜାଣିପାରିବେ।
ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବୋର୍ଡ଼ ପରୀକ୍ଷା ବାତିଲ କରାଯାଇଥିଲା। ଦଶମ ଶ୍ରେଣୀ ପରୀକ୍ଷାରେ ସେମାନଙ୍କ ପୂର୍ବ ଶ୍ରେଣୀ ନମ୍ବର ଅନୁସାରେ ମୂଲ୍ୟାଙ୍କନ କରାଯାଇଛି। ଆଜି ଓଡିଶା ସମେତ ଆସାମ ଓ ଗୁଜୁରାଟ ଭଳି ୬ଟି ବୋର୍ଡ ଯୁକ୍ତ ଦୁଇ ପରୀକ୍ଷା ଫଳ ଘୋଷଣା କରୁଛନ୍ତି।