EPFO ଖାତାଧାରୀଙ୍କ ପାଇଁ ଖୁସି ଖବର; ଆଜି ୬ କୋଟିରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ଆସିପାରେ ୮.୫% ସୁଧର ଟଙ୍କା
Advertisement
Article Detail0/zeeodisha/odisha954216

EPFO ଖାତାଧାରୀଙ୍କ ପାଇଁ ଖୁସି ଖବର; ଆଜି ୬ କୋଟିରୁ ଊର୍ଦ୍ଧ୍ୱ ଆକାଉଣ୍ଟକୁ ଆସିପାରେ ୮.୫% ସୁଧର ଟଙ୍କା

ବିଶେଷ ସୂତ୍ରରୁ ଜାଣିବାକୁ ପାଇଛି ଯେ, ଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ପରେ ୮.୫% ସୁଧ ରାଶି ଜୁଲାଇ ଶେଷ ସୁଦ୍ଧା EPFO ​​ଗ୍ରାହକଙ୍କ ଆକାଉଣ୍ଟକୁ ଆସିବ। ଶୀଘ୍ର ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହେବ। 

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ମହାମାରୀ କୋରୋନା ମଧ୍ୟରେ EPFOର ୬ କୋଟିରୁ ଅଧିକ ଆକାଉଣ୍ଟଧାରୀଙ୍କ ପାଇଁ ଆଜି ଏକ ବିଶେଷ ଦିନ ହୋଇପାରେ। ଖବର ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା PF ଗ୍ରାହକଙ୍କ ଆକାଉଣ୍ଟକୁ ବିପୁଳ ଟଙ୍କା ଆସିବାକୁ ଯାଉଛି। EPFO ଆଜି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୮.୫% ସୁଧ ଟଙ୍କା ଗ୍ରାହକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିପାରେ। ଏଥିପାଇଁ ସରକାର ଅନୁମୋଦନ ଦେଇଛନ୍ତି।

ବିଶେଷ ସୂତ୍ରରୁ ଜାଣିବାକୁ ପାଇଛି ଯେ, ଶ୍ରମ ମନ୍ତ୍ରଣାଳୟର ଅନୁମୋଦନ ପରେ ୮.୫% ସୁଧ ରାଶି ଜୁଲାଇ ଶେଷ ସୁଦ୍ଧା EPFO ​​ଗ୍ରାହକଙ୍କ ଆକାଉଣ୍ଟକୁ ଆସିବ। ଶୀଘ୍ର ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ ହେବ। ଏହାପୂର୍ବରୁ, ଗତ ଆର୍ଥିକ ବର୍ଷ ୨୦୧୯-୨୦ରେ KYCରେ ବ୍ୟାଘାତ ହେତୁ ଅନେକ ଗ୍ରାହକଙ୍କୁ ସୁଧ ପାଇବା ପାଇଁ ୮ ରୁ ୧୦ ମାସ ପର୍ଯ୍ୟନ୍ତ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିଲା। ଏବେ ଦେଶରେ ୬.୪୪ କୋଟି ଲୋକ PF ଅଧୀନରେ ଅଛନ୍ତି।

Also Read: ରାତି ପାହିଲେ ମହଙ୍ଗା ହେବ ଏହି ସବୁ ସାମଗ୍ରୀ! ଅନେକ ନିୟମରେ ବି ହେବ ପରିବର୍ତ୍ତନ

EPFO  ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୫%ରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଏହା ବିଗତ ସାତ ବର୍ଷର ସର୍ବନିମ୍ନ ସୁଧ ହାର। ଏହାପୂର୍ବରୁ ୨୦୧୩ ଆର୍ଥିକ ବର୍ଷରେ EPF ଉପରେ ସୁଧ ହାର ୮.୫% ଥିଲା। ଗତବର୍ଷ ମାର୍ଚ୍ଚରେ EPF ସୁଧକୁ ସଂଶୋଧନ କରିଥିଲା। ଏହା ପୂର୍ବରୁ ୨୦୧୯ ଆର୍ଥିକ ବର୍ଷରେ ୮.୬୫% ସୁଧ ଉପଲବ୍ଧ ଥିଲା। ୨୦୧୮ରେ ୮.୫୫% ସୁଧ ଦେଇଥିଲା, ଆର୍ଥିକ ବର୍ଷ ୨୦୧୬ରେ ୮.୮% ଥିଲା।

ଯେକୌଣସି ସମୟରେ ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଆସିପାରେ, ତେଣୁ ନିୟମିତ EPF ବାଲାନ୍ସ ଯାଞ୍ଚ କରନ୍ତୁ। ବାଲାନ୍ସ ଯାଞ୍ଚ କରିବାର ଉପାୟ ବହୁତ ସହଜ। ଆପଣଙ୍କୁ ଏହି ୭୭୩୮୨୯୯୮୯୯ ନମ୍ବରରେ ଏକ SMS ପଠାଇବାକୁ ପଡିବ। ଏହାର ଫର୍ମାଟ୍ EPFOHO UAN ENG ହେବ। ଏହି ମେସେଜ୍ ମାଧ୍ୟମରେ EPF ବିଷୟରେ ସୂଚନା ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଆସିବ। ଏହି SMS ସେବା ହିନ୍ଦୀ, ପଞ୍ଜାବୀ, ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ ବଙ୍ଗଳା ଭାଷାରେ ମଧ୍ୟ ଉପଲବ୍ଧ।

Also Read: ଏହା ଏପରି ଏକ ଅଦ୍ଭୁତ ମନ୍ଦିର, ଯେଉଁଠାରେ ରାତିରେ ଅଟକି ଯାଉଥିବା ଭକ୍ତ ହୋଇଯାନ୍ତି ପଥର!

ଏହା ବ୍ୟତୀତ ୦୧୧-୨୨୯୦୧୪୦୬କୁ ମିସକଲ ଦେଲେ ମଧ୍ୟ EPF ବାଲାନ୍ସ  ଜଣାପଡିବ। ତେବେ ଏଥିପାଇଁ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ହିଁ ନମ୍ବର ଡାଏଲ କରିବାକୁ ହେବ। ଏହି ସେବା ଗ୍ରାହକମାନଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣା, ଏଥିପାଇଁ ସେମାନଙ୍କୁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ।