ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟ (Orissa High Court) ର ସ୍ୱତନ୍ତ୍ର ସ୍ଥାୟୀ ବେଂଚ ସ୍ଥାପନ ପାଇଁ ଦୀର୍ଘ ବର୍ଷ ଧରି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାବାସୀଙ୍କ ଦାବି ବିଜେଡି ସରକାରଙ୍କ ରାଜନୀତିକ ପଶାପାଲିରେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି ବୋଲି ଅଭିଯୋଗ ହୋଇଛି । ଗତ ଦୁଇ ଦଶନ୍ଧି ଧରି ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଉପରେ ବାରମ୍ବାର ଦୋଷ ଲଦି ଖସିଯାଉଥିବା ବିଜେଡି ସରକାରଙ୍କ ଅସଲ ମୁଖା ଏବେ ପୁଣିଥରେ ଖୋଲିଯାଇଛି ବୋଲି କୁହାଯାଇଛି । କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜ୍ଜୁ (Union Law Minister Kiren Rijiju) ଏପ୍ରିଲ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Odisha CM Naveen Patnaik) ଙ୍କୁ ଚିଠି ଲେଖି ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସମ୍ମତି ସହ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇଲେ କେନ୍ଦ୍ର ସରକାର ଏ ନେଇ ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି । ଏହାକୁ ନେଇ ଏବେ ରାଜ୍ୟ ରାଜନୀତି ତୀବ୍ର ହୋଇଛି । 


COMMERCIAL BREAK
SCROLL TO CONTINUE READING

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଶାର ଦାବି ଉପସ୍ଥାପନ କରିଥିଲେ । ଆଉ ଏହି ଚିଠି ଆଧାରରେ ତତକାଳୀନ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ୨୦୧୯ ଜାନୁୟାରୀ ୧୨ ଓ ବର୍ତ୍ତମାନର ଆଇନ ମନ୍ତ୍ରୀ କିରଣ ରିଜଜୁ ଏପ୍ରିଲ ୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଯଶବନ୍ତ ସିଂ କମିଶନଙ୍କ ସୁପାରିସ୍ ଓ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ପ୍ରସ୍ତାବ ପଠାଇବା ନିମନ୍ତେ ଅନୁରୋଧ କରିଛନ୍ତି ।


ଏହାକୁ ନେଇ ରାଜନୀତି ତୀବ୍ର ହୋଇଥିବା ବେଳେ କଂଗ୍ରେସ ବିଜେଡିକୁ ଦୋଷ ଠେଲିଛି । ଏପରିକି ଉଭୟ ଦଳ ଆନ୍ତରିକତାର ସହ ଏହି କାର୍ଯ୍ୟ କରିବା ଉଚିତ ବୋଲି କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୧୮ ସେପ୍ଟେମ୍ବର ୧୦ ତାରିଖରେ ଏହି ସ୍ଥାୟୀ ବେଂଚ ସ୍ଥାପନକୁ ନେଇ ଯେଉଁ ପ୍ରସ୍ତାବ ଦେଇଥିଲେ ତାହା ଅସମ୍ପୂର୍ଣ୍ଣ ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ କରି ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଦେବା ଉଚିତ୍ ବୋଲି ଆଇନ ମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । 


ଏହା ବି ପଢ଼ନ୍ତୁ:-ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର! ପୁଣି ବଢ଼ିବ ଦରମା


ଏହା ବି ପଢ଼ନ୍ତୁ:-ଯଦି କଂଗ୍ରେସ ନୁହେଁ ତେବେ କେଉଁଠି…ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ


ଏହା ବି ପଢ଼ନ୍ତୁ:-7th Pay Commission ପରେ ଆଉ ଆସିବନି ନୂଆ ପେ କମିଶନ! ସରକାରୀ କର୍ମଚାରୀଙ୍କ ଦରମା ଅଲଗା ଭାବରେ ହେବ ବୃଦ୍ଧି


ଏପରିକି ସ୍ଥାୟୀ ବେଂଚ ଯେଉଁଠି ସ୍ଥାପନ ହେବ ସେହି ଜମି, କୋଠା, ବିଚାରପତି ଓ କର୍ମଚାରୀମାନଙ୍କ ପାଇଁ ଆବାସିକ ସୁବିଧା, ଦୈନନ୍ଦିନ ପ୍ରଶାସନିକ ଖର୍ଚ୍ଚ ଆଦି ସଂକ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମତି ଆଣି ପ୍ରସ୍ତାବ ପଠାଇବାକୁ ସେ ଅନୁରୋଧ କରିଛନ୍ତି । ଯାହାଫଳରେ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେଇପାରିବେ ବୋଲି ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ସେପଟେ ଶାସକ ଦଳର କହିବା କଥା ବ୍ୟବସ୍ଥା ଅନୁଯାୟୀ ସବୁ ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ ନିୟମ ଅନୁଯାୟୀ ସବୁ କରାଯିବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି । 


ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ନିମନ୍ତେ ଦୀର୍ଘ ବର୍ଷ ଧରି ଦାବି ହେଉଥିଲେ ମଧ୍ୟ ଏ ପ୍ରସଙ୍ଗରେ ଆନ୍ତରିକ ଉଦ୍ୟମ ନେଇ ପ୍ରଶ୍ନ ଉଠିଛି । ସ୍ଥାୟୀ ବେଂଚ ସ୍ଥାପନ ପ୍ରସଙ୍ଗରେ ନିଜେ ଗଢ଼ିଥିବା ସିଆର ପାଲ୍ କମିଶନ ୨୦୧୪ ମାର୍ଚ୍ଚ ୩୧ ତାରିଖରୁ ତାଙ୍କର ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲେ ମଧ୍ୟ ତାକୁ ସାର୍ବଜନୀନ କାହିଁକି କରାଯାଉ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି ।