Weather Update: ଓଡ଼ିଶା ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ, ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସମ୍ଭାବନା ଅଛି। ମୌସୁମୀ ସହ ଲଘୁଚାପ ବର୍ଷା ଚାଷୀଙ୍କ ପାଇଁ ବରଦାନ ପାଲଟିପାରେ।


COMMERCIAL BREAK
SCROLL TO CONTINUE READING

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଉତ୍ତର-ପଶ୍ଚିମ, ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଦକ୍ଷିଣ ଓଡିଶାରୁ ଆନ୍ଧ୍ରର ଉତ୍ତର ଉପକୂଳ ପର୍ଯ୍ୟନ୍ତ ଲମ୍ବିଛି। ତେବେ ଏହା ଅବପାତର ରୂପ ନେବ ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଏହି ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।


Also Read: Amarnath tragedy update: ଅମରନାଥ ଯାତ୍ରା ସ୍ଥଗିତ, ୧୬ ମୃତଦେହ ଉଦ୍ଧାର ଓ ୪୦ ନିଖୋଜ


ଅନ୍ୟପଟେ ମୌସୁମୀ ଏବେ ଅନୁପଗଡ଼, ଶିକାର, ଗ୍ୱାଲିଅର, ସତନା, ପେଣ୍ଡରା ରୋଡ ଦେଇ ଗତି କରୁଛି। ଏହାର କେନ୍ଦ୍ର ଓଡିଶା ଏବଂ ଏହାର ଆଖପାଖ ଅଞ୍ଚଳରେ ରହିଥିବା ବେଳେ ତାହା ଦକ୍ଷିଣ ପୂର୍ବ ଠାରୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଏହା ସମୁଦ୍ର ପତନ ଠାରୁ ଦେଢ କିଲୋମିଟର ଉଚ୍ଚରରେ ଥିବା ପାଣିପାଗ କେନ୍ଦ୍ର କହିଛି। 


 



ଆସନ୍ତା ୧୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି। କୋରୋପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, କନ୍ଧମାଳ, ନୂଆପଡା ଓ ବରଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେଥିପାଇଁ ଏହି ୮ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ସେହିପରି ରବିବାର ସକାଳ ୮ଟା ସୁଦ୍ଧା କଳାହାଣ୍ଡି, ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ, ଯାଜପୁର, କେଉଁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।


Also Read: Odisha Coronavirus Update: ରଥଯାତ୍ରା ବେଳେ ବଢ଼ିଲା ଦୈନିକ ମାମଲା, ରେଡ୍ ଜୋନରେ ପୁରୀ ସମେତ ତିନି ଜିଲ୍ଲା


ସେହିପରି, ରବିବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୁଖିଲା ପାଗ ରହୁଥିବା ବେଳେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ନୂଆପଡା ଓ ବରଗଡରେ ପ୍ରବଳ ବର୍ଷା ହେବ। ସୋମବାର ଅବିଭକ୍ତ କୋରାପୁଟ, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନୂଆପଡା ଓ ବରଗଡରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ମଙ୍ଗଳବାର ବେଳକୁ ଅର୍ଦ୍ଧାଧିକ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସେଥିପାଇଁ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।