Weather Update: ଚାଷୀକୂଳଙ୍କ ଚିନ୍ତା ବଢାଇଛି ବର୍ଷା। ଚଳିତ ଜୁନର ପ୍ରଥମ ଦୁଇ ସପ୍ତାହରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି। ତିନି ଜିଲ୍ଲାରେ ଟୋପେ ପାଣି ପଡିନାହିଁ। ରଜ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ସୋମବାର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। 


COMMERCIAL BREAK
SCROLL TO CONTINUE READING

ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ଜୁନ ୧ରୁ ୧୨ ମଧ୍ୟରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି। କାଳବୈଶାଖୀ ସତ୍ତ୍ୱେ ପ୍ରଥମ ୧୨ ଦିନରେ ମାତ୍ର ୧୦.୭ ମିଲିମିଟର ବର୍ଷା ହୋଇଛି। ଯାହା ସ୍ୱାଭାବିକ ବର୍ଷା ୫୦.୮ ମିମି ତୁଳନାରେ ୭୯% କମ ରହିଛି। ୩ ଜିଲ୍ଲା (ନୂଆପଡା, ଦେବଗଡ ଓ ବାଲେଶ୍ୱର)ରେ ୩୦%ରୁ ୫୯% କମ ବର୍ଷା ହୋଇଛି। ୨୪ ଜିଲ୍ଲାରେ 
ଅଧିକ ନିଅଣ୍ଟିଆ ତଥା ୬୦% କିମ୍ବା ତାଠାରୁ କମ ବର୍ଷା ହୋଇଥିବା ବେଳେ ୩ଟି ଜିଲ୍ଲା (ବରଗଡ, ସୋନପୁର ଓ ମାଲକାନଗିରିରେ ଆଦୌ ବର୍ଷା ହୋଇନଥିବା ରାଜ୍ୟ ପାଣିପାଗ କାର୍ଯ୍ୟାଳୟ କହିଛି।


Also Read: Today fuel Price : ତେଲ ଦର ୧.୫% କମିଲା, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ରେଟ୍?


 


ସେପଟେ ରାଜ୍ୟର ଏହି ନିଅଣ୍ଟିଆ ବର୍ଷାକୁ ମୌସୁମୀ ପୂରଣ କରିବ ବୋଲି ଆଶା କରାଯାଉଛି। ୨୪ ଘଣ୍ଟାରେ ଉତ୍ତର ଆରବ ସାଗରର କିଛି ଅଞ୍ଚଳ ସମେତ ଗୁଜରାଟର କିଛି ଅଂଶ, କେନ୍ଦ୍ରୀୟ ମହାରାଷ୍ଟ୍ରର ଅଧିକାଂଶ ସ୍ଥାନ, ସମ୍ପୂର୍ଣ୍ଣ ତାମିଲନାଡ଼ୁ ଓ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତରପଶ୍ଚିମ ବ‌ଙ୍ଗୋପସାଗରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ। ଏହାର ପରବର୍ତ୍ତୀ ୩ ଦିନରେ ଅର୍ଥାତ୍‌ ରଜକୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି କିଛି ଅଞ୍ଚଳରେ ସକ୍ରିୟ ହେବାକୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି। ଏହି ୩ ଦିନରେ ବଙ୍ଗୋପସାଗରର ଅଧିକାଂଶ ଅଞ୍ଚଳ ସମେତ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଯିବ।


ଯଦି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ସଠିକ ହୁଏ ତେବେ, ଶେଷ ରଜ ବେଳକୁ ଓଡ଼ିଶାରେ ମୌସୁମୀ ବର୍ଷା ସମ୍ଭାବନା ଅଛି। ୧୬ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ୧୭ ତାରିଖ ସୁଦ୍ଧା ପୁରା ଓଡ଼ିଶା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବ। ଏହି ସମୟରେ ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ ଯାଏଁ ଖସିବ। ଜୁନ ୧୪ରୁ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାତି କମିବ। ୧୫ତାରିଖରୁ ଆଭ୍ୟନ୍ତର ଓଡ଼ିଶାରେ ପାରଦ ଖସିପାରେ। ସାରା ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରୀ ମଧ୍ୟରେ ରହିବ। ଜୁନ୍ ଶେଷ ସପ୍ତାହରେ ଅଧିକ ବର୍ଷା ନେଇ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି।