ଭୁବନେଶ୍ୱର: ରାଜ୍ୟରେ ଦୁଇଦିନ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିବ। ବୁଧବାର ଠାରୁ ହାଲୁକା ବର୍ଷା ହେବ। ଗୁରୁବାର ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୧ ତାରିଖରୁ ପୁଣି ବଢିବ ଶୀତ ବଢିବ। ରାତ୍ରି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ  ଯାଏଁ ଖସିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ରାତିରୁ ଆଉ ଏକ ସତେଜ ପଶ୍ଚିମା-ଝଡ ଦେଶର ଉତ୍ତର-ପଶ୍ଚିମ ଭାଗକୁ ପ୍ରଭାବିତ କରିଛି। ବୁଧବାର ବିଳମ୍ବିତ ରାତିରୁ ଜାତୀୟ ରାଜଧାନୀ ଦିଲ୍ଲୀ ସମେତେ ଏହାର ଆଖପାଖ ଅଞ୍ଚଳରେ ବିକ୍ଷିପ୍ର ବର୍ଷା ହୋଇଛି। ସକ୍ରିୟ ଥିବା ପଶ୍ଚିମା-ଝଡ ପ୍ରଭାବରେ ଓଡିଶାରେ ବୁଧାବାରରୁ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଆଗାମୀ ୩ ଦିନରେ ୩ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। 


Also Read: ପଶ୍ଚିମା ଝଡ଼ରେ ଦୁଇଦିନ ଭିଜିବ ଓଡ଼ିଶା, ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ଆଶଙ୍କା


୯ ତାରିଖ ଅର୍ଥାତ ବୁଧବାରରେ ଆଭ୍ୟନ୍ତରୀଣ ଏବଂ ୧୦ ତାରିଖରେ ଉପାନ୍ତରୁ ଉପକୂଳ ଯାଏଁ ପଶ୍ଚିମା ଝଡର ପ୍ରଭାବ ରହିବ। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା ଆଶଙ୍କା କରାଯାଉଛି। ମଙ୍ଗଳବାର ଓ ବୁଧବାର ୬ ଜିଲ୍ଲା (ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼ ଓ ସମ୍ୱଲପୁର ଜିଲ୍ଲା) ରେ ସାମାନ୍ୟରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। କିଛି ସ୍ଥାନରେ ଘନ କୁହୁଡି ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।


ସେହିପରି ଗୁରୁବାର ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଏବଂ ଦେଓଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, ସୋନପୁର, ପୁରୀ, ବୌଦ୍ଧର କିଛି ସ୍ଥାନରେ ଘଡଘଡି ବିଜୁଳି ସହ କୁଆପଥର ବର୍ଷା ହେବ ଆଶଙ୍କା କରି ଉକ୍ତ ଜିଲ୍ଲା ଗୁଡିକୁ ସତର୍କ କରାଯାଇଛି। ତେବେ ଅନ୍ୟ ଜିଲ୍ଲା ଗୁଡିକରେ ପାଗ ଶୁଖିଲା ରହିବ।