ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ରାଜ୍ୟ ରାଜଧାନୀରେ ଜଳ ଯନ୍ତ୍ରଣା। ବଢୁଛି ତାତି, ଦିନକୁ ଦିନ ରେକର୍ଡ କରୁଛି ଭୁବନେଶ୍ବର। ହେଲେ ରାସ୍ତାକଡରେ ଆବଶ୍ୟକୀୟ ପାଣି ବୁନ୍ଦାଏ ମିଳିବା ବର୍ତ୍ତମାନ କଷ୍ଟକର ହୋଇପଡିଛ। ନା ଖୋଲୁଛି ଜଳଛତ୍ର ନା କାମ କରୁଛି ଓ୍ବାଟର ଏଟିଏମ୍। ତାପମାତ୍ରା କ୍ରମାଗତ ଭାବେ ହୁ ହୁ ହୋଇ ବଢୁଥିବା ବେଳେ ଏପରି ମୌଳିକ ସୁବିଧାରୁ ଦୂରରେ ରହିଛି ଭୁବନେଶ୍ବର।


COMMERCIAL BREAK
SCROLL TO CONTINUE READING

ଚିନ୍ତା ବଢାଇଛି ମୁଣ୍ଡ ଫଟା ଖରା। ହେଲେ ଏଥିରୁ ତ୍ରାହି ପାଇବା ଲାଗି ପାଣି ମୁନ୍ଦାଏ ପାଇବା ସହଜେ ବଦଳରେ କଷ୍ଟ ହୋଇଯାଇଛି। ଶୋଷ ମେଣ୍ଟାଇବା ପାଇଁ ରାଜ୍ୟ ରାଜଧାନୀରେ ଏବେ ପାଣି ମହଙ୍ଗା। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ଲଗାତାର ଗତ ୪ ଦିନ ଧରି ଭୁବନେଶ୍ବରରେ ତାପାମାତ୍ରା ରେକର୍ଡ ପାରକରୁଛି। ହେଲେ ଏହାର ମୁକାବିଲା କରିବାରେ ନିଦାବିଷ୍ଣୁ ସାଜିଛି ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC)।


Also Read: ଗଲା ଶୀତ ଆସିଲା ଖରା, ଉପରକୁ ଉଠିଗଲା ପାରା


କାରଣ ଏଯାବତ ସହରର କୌଣସି ସ୍ଥାନରେ ଜଳଛତ୍ର ଖୋଲାଯାଇନାହିଁ। ଏହାକୁ ଛାଡି ପୂର୍ବରୁ ନିର୍ମାଣ କରାଯାଇଥିବା ସ୍ଥାୟୀ ୱାଟର ଏଟିଏମ (Water ATM) ସ୍ଥିତି ନକହିବା ଭଲ। ଜନସାଧାରଣଙ୍କୁ ରାସ୍ତାକଡରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ (Cold Drinking Water) ଯୋଗାଇବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏକ ଟଙ୍କାରେ ଗୋଟିଏ ଲିଟର ପାଣି, ହେଲେ ପାଣି ମିଳିବ କଣ ଉପଯୁକ୍ତ ରକ୍ଷଣାବେକ୍ଷଣା ଅଭାବରୁ ଏହା ଏବେ ଅବ୍ୟବହୃତ ହୋଇ ପଡିରହିଛି। ଯାହାକୁ ନେଇ ରାଜଧାନୀବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। 


ଖାଲି ସେତିକି ନୁହେଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ନିର୍ମାଣ କରାଯାଉଥିବା ସ୍ଥାୟୀ ପାନୀୟ ଜଳ (Drinking Water) ବ୍ୟବସ୍ଥାକୁ କିଛି ସ୍ଥାନରେ ଭାଙ୍ଗି ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଏହା ସହ କୋଭିଡ୧୯ (Covid19) କାରଣରୁ ବିଭିନ୍ନ ସଙ୍ଗଠନର ଆର୍ଥିକ ସ୍ଥିତି ଦୋହଲିଯାଇଥିବାରୁ ଏଥର ଜଳଛତ୍ର ପାଇଁ ଅଧିକ ଅର୍ଥ ସହଯୋଗ କରିବାକୁ ସେମାନେ କହିଛନ୍ତି।


Also Read: ସାବଧାନ ! ବଢିବ ପାରା, ଆକାଶରୁ ଖସିବ ନିଆଁ ଝୁଲ


ସେପଟେ ଲଗାତର ତାତି ବୃଦ୍ଧିକୁ ନେଇ ଏବେ ଚେତି ଉଠିଛି ବିଏମିସ। ଏଥିପାଇଁ ବିଭିନ୍ନ ଏନଜିଓ (NGO) ମାଧ୍ୟମରେ ମାର୍ଚ୍ଚ ୧୫ ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୫୦ରୁ ଅଧିକ ଜଳଛତ୍ର ଆରମ୍ଭ ହୋଇଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି। ବିଏମସି ପକ୍ଷରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବ ବୋଲି କହିଛନ୍ତି ସେ। ଏହାସହ ପାର୍କ, ଖୋଲା ସ୍ଥାନରେ ମଧ୍ୟ ବିଏମସି ପକ୍ଷରୁ ମାଠିଆ ସାହାର୍ଯ୍ୟରେ ପାଣି ରଖାଯିବ। 


Also Read: ପାଣିପାଗ ଅଦଳବଦଳ, ବିଜୁଳି-ଘଡଘଡି ସତର୍କତା


 


ପଶୁପକ୍ଷୀଙ୍କ ପାଇଁ ମଧ୍ୟ ବିଭିନ୍ନ ଖୋଲା ସ୍ଥାନରେ କୁଣ୍ଡ କରି ସେଥିରେ ପାଣି ରଖାଯିବ। ବିଶେଷ କରି ହସ୍ପିଟାଲ (Hospital), ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର-ପିଏଚସି (Primary Health Centre-PHC), ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ସିଏଚସି (Community Health Centre-CHC) ଠାରେ ଆବଶ୍ୟକ ମୁତାବକ ପାଣି ରଖାଯିବ। ଏହାସହ ରାଜଧାନୀରେ ଥିବା ଅଚଳ ୱାଟର ଏଟିଏମ୍ ବ୍ୟବସ୍ଥାକୁ ତୁରନ୍ତ ମରାମତି କରି ସଚଳ କରାଯିବ ବୋଲି କହିଛନ୍ତି ବିଏମସି କମିଶନର (BMC Commissioner)।


Also Read: ଅଦିନେ ଭିଜିବ ଓଡିଶା, ଘଡଘଡି-ବଜ୍ରପାତ ସମ୍ଭାବନା


 


ବାସ୍ତବିକ ଗୋଟିଏ ପଟେ କୋଭିଡ ଭୟ ଅନ୍ୟପଟେ ଟାଣ ଖରାର ଜ୍ବାଳା, ଗତ ବର୍ଷ ଲକ୍ ଡାଉନ ହେତୁ ଜଳଛତ୍ର ବନ୍ଦ ଥିବା ବେଳେ ଚଳିତ ବର୍ଷ ଜନଜୀବନ ସ୍ବାଭାବିକତା ଭିତରେ ଫେବୃଆରୀ ଶେଷ ସପ୍ତାହରୁ ଅସହ୍ୟ ତାତି, ଏପରି ସ୍ଥିତିରେ ଏହି ବ୍ୟବସ୍ଥାକୁ ଆଗୁଆ କାର୍ଯ୍ୟକାରୀ କରିବାକୁ ଆହ୍ବାନ ସୃଷ୍ଟି କରିଛି। ଏବେ ଅପେକ୍ଷା କୋଭିଡ କଟକଣାରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ସବୁ କେବେ ନିଆଯାଉଛି।