ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ହିଟୱେଭ୍ ପାଇଁ ସତର୍କ କରାଇବା ସହ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।
Trending Photos
ଭୁବନେଶ୍ବର: ଏବେ ଫେବ୍ରୁଆରୀ ମାସ ସରିବା ଉପରେ ହେଲେ ଏବେଠାରୁ ଟାଣଖରାରେ ଫାଟିଲାଣି ମୁଣ୍ଡ । ରାଜ୍ୟରେ ଗତ ଦୁଇଦିନ ଧରି ଗ୍ରୀଷ୍ମ ତାପ ବୃଦ୍ଧି ପାଇବାପରେ ସ୍ୱତନ୍ତ୍ର ରିଲିଫ କମିଶନର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ହିଟୱେଭ୍ ପାଇଁ ସତର୍କ କରାଇବା ସହ ଆବଶ୍ୟକ ପ୍ରସ୍ତୁତି କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ହିଟୱେଭ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ଏକ ଏସଓପି ମଧ୍ୟ ଜାରି କରାଯାଇଛି ।
ତେବେ ଆଗକୁ ରାଜ୍ୟରେ ଖରାର ପ୍ରକୋପ ବଢିବା ସହ ରାଜ୍ୟରେ ହିଟୱେଭ୍ (Heat Wave) ଆଲର୍ଟ ଜାରି କରାଯାଇଛି । ରାଜ୍ୟ ଡିଆରସି ପ୍ରଭାତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ୧୯୯୮ରେ ହିଟୱେଭ ପାଇଁ ୨୦୪୨ ଜଣଙ୍କ ଜୀବନ ଯାଇଥିଲା । ହେଲେ ଏହା ପରେ ପରେ ବ୍ୟାପକ ସଚେତନତା ଯୋଗୁଁ ମୃତ୍ୟୁ ସଂଖ୍ୟାରେ ହ୍ରାସ (Sunstroke) ଦେଖାଦେଇଛି।
Also Read: OTT ଓ ସୋସିଆଲ ମିଡିଆ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନ
ଶ୍ରମିକଙ୍କ ଦିନରେ କାମ ସମୟ ସ୍ଥିର କରାଯିବ । ଶ୍ରମିକଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କରିବ ଶ୍ରମ ବିଭାଗ। ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସର ସମୟ ମଧ୍ୟ ସ୍ଥିର ହେବା ସହ ଏ ଦାୟିତ୍ୱ ନେବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସେପଟେ ପ୍ରତ୍ୟେକ ପିଲା ପାଣି ବୋତଲ (WaterBottle)ନେଇ ସ୍କୁଲ ଆସିବା ସହ ପିଲାଙ୍କ ପାଣି ବୋତଲ ଉପରେ ଅଭିଭାବକ ମାନେ ଧ୍ୟାନ ଦେବା ଜରୁରୀ ।
Also Read: ପୁଡୁଚେରୀରେ ରାହୁଲ-ମୋଦି: ମତ୍ସ୍ୟପାଳନ ବିଭାଗ ପାଇଁ କହିଲେ ରାହୁଲ, ମୁଁ ଅବିଭୁତ କହି ମୋଦିଙ୍କ କଟାକ୍ଷ
କୋଭିଡ୍ (Covid) ପାଇଁ ସ୍କୁଲ ବନ୍ଦ ଥିଲା, କିଛି କ୍ଲାସ ଚାଲିଛି ତେଣୁ ଆଗକୁ ନଜରରେ ରଖି ସ୍କୁଲରେ ପର୍ଯ୍ୟାପ୍ତ ପରିମାଣର ପାଣିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ପାଣିର ଅଭାବ ଥିବା ସ୍ଥାନକୁ ଚିହ୍ନଟ କରି ଜଳ ଯୋଗାଣ ନିର୍ଦ୍ଦେଶ ଜାରି ରହିଛି।