କିଏ ସେହି ଆଇପିଏସ ଅଭୟ, ଯାହାଙ୍କୁ ନେଇ ପାୱାର କରିଡରରେ ଏତେ ଚର୍ଚ୍ଚା
ଚର୍ଚ୍ଚାରେ ଆଇପିଏସ ଅଭୟ । ଯିଏ କି ରାଜ୍ୟର ପରବର୍ତ୍ତୀ ପୋଲିସ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ପ୍ରୋଫାଇଲକୁ ନେଇ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ସମେତ ପାୱାର କରିଡରରେ ମଧ୍ୟ ଆରମ୍ବ ହୋଇଯାଇଛି ଚର୍ଚ୍ଚା ।
ଜିନୁ ଜେନା, ନୂଆଦିଲ୍ଲୀ: ଚର୍ଚ୍ଚାରେ ଆଇପିଏସ ଅଭୟ । ଯିଏ କି ରାଜ୍ୟର ପରବର୍ତ୍ତୀ ପୋଲିସ ମହା ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ ପ୍ରୋଫାଇଲକୁ ନେଇ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କ ସମେତ ପାୱାର କରିଡରରେ ମଧ୍ୟ ଆରମ୍ବ ହୋଇଯାଇଛି ଚର୍ଚ୍ଚା ।
ବରିଷ୍ଠ ଓଡ଼ିଆ ଆଇପିଏସ କ୍ୟାଡରର ଅଧିକାରୀ ଅଭୟ । ଗତ ୩୦ ବର୍ଷ ଧରି ଓଡିଶା ପୋଲିସ ପାଇଁ ସେ ସେବା କରି ଆସୁଛନ୍ତି । ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡରର ଏହି ଅଫିସରଙ୍କ କାର୍ଯ୍ୟଶୈଳୀ ବି ବେଶ ନିଆରା । ଡିଜିପି ଭାବେ ଅବସ୍ଥାପିତ ହେବା ଆଗରୁ ସେ ରାଜ୍ୟ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଭାର ତୁଲାଇଛନ୍ତି । ବିଶେଷକରି ସିବିଆଇ, ସିଆରପିଏଫ୍, ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ, ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାଇଁ କାର୍ଯ୍ୟ କରି ଅଭୟ ଖୁବ୍ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ଏହାସହ ଅଭୟ ଇଣ୍ଟରନ୍ୟାସନାଲ୍ ଡେପ୍ୟୁଟେସନ୍ ଟୁ କମନୱେଲଥ ଫଣ୍ଡ ଫର୍ ଟେକନିକାଲ କୋଅପରେସନ୍ ବିଭାଗରେ କାର୍ଯ୍ୟ କରି ଦେଶ ପାଇଁ ସୁନାମ ଆଣିଛନ୍ତି । ଏହି ବିଭାଗରେ ଆନ୍ତର୍ଜାତିକ ସ୍ତରରେ ଭାରତକୁ ପ୍ରତିନିଧିତ୍ୱ କରି ମିଆଁମାର, ଆଫଗାନିସ୍ତାନ, ଶ୍ରୀଲଙ୍କା, ରୁଷିଆ ଓ ଇଣ୍ଡୋନେସିଆ ଗସ୍ତ କରିଛନ୍ତି । ଏହା ବାଦ୍ ଜାତିସଙ୍ଘରେ ଡ୍ରଗ୍ସ ଓ ନିଶା କାରବାର ଉପରେ ନିଜ ବ୍ୟକ୍ତବ୍ୟ ଉପସ୍ଥାପନ କରି ପ୍ରଶଂସା ସାଉଁଟିଥିଲେ । ପ୍ରଶଂସନୀୟ କାର୍ଯ୍ୟ ପାଇଁ ରାଷ୍ଟ୍ରପତି ମେଡାଲ ଓ ପୋଲିସ ମେଡାଲ କେନ୍ଦ୍ର ସରକାରଙ୍କ ତରଫରୁ ପାଇଛନ୍ତି ।
୨୦୨୧ ଜୁନ୍ ୩୦ରେ ଅବସର ନେବେ ଅଭୟ । ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ନିର୍ଦ୍ଦେଶକ ଅଛନ୍ତି । ଡିଜି ଅଭୟଙ୍କ ଆଗମନ ଯାଏ ଡିଡି ଦାୟିତ୍ୱ ଗୁଇନ୍ଦା ବିଭାଗ ମୁଖ୍ୟ ଥିବା ସତ୍ୟଜିତ୍ ମହାନ୍ତିଙ୍କ ହାତରେ ନ୍ୟସ୍ତ କରାଯାଇଛି ।
ଆହୁରି ପଢନ୍ତୁ; ନିଜ ମନ୍ତ୍ରିମଣ୍ଡଳ ଉପରେ ନାଖୁସ ମୋଦି !