ନିଜ ମନ୍ତ୍ରିମଣ୍ଡଳ ଉପରେ ନାଖୁସ ମୋଦି !
Advertisement

ନିଜ ମନ୍ତ୍ରିମଣ୍ଡଳ ଉପରେ ନାଖୁସ ମୋଦି !

କେନ୍ଦ୍ର ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଖପ୍ପା । ପ୍ରଶ୍ନକାଳ ବେଳେ ମନ୍ତ୍ରୀଙ୍କ ଅନୁପସ୍ଥିତ ଘଟଣାକୁ ନେଇ ମୋଦି ଅସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଉଛି । ସମସ୍ତ ମନ୍ତ୍ରୀଙ୍କୁ ସଂସଦ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ସେ ତାଗିଦ ମଧ୍ୟ କରିଛନ୍ତି ।  

ଫାଇଲ ଫଟୋ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରିମଣ୍ଡଳର କିଛି ମନ୍ତ୍ରୀଙ୍କ ଉପରେ ପ୍ରଧାନମନ୍ତ୍ରୀ ଖପ୍ପା । ପ୍ରଶ୍ନକାଳ ବେଳେ ମନ୍ତ୍ରୀଙ୍କ ଅନୁପସ୍ଥିତ ଘଟଣାକୁ ନେଇ ମୋଦି ଅସନ୍ତୋଷ ବ୍ୟକ୍ତ କରିଥିବା କୁହାଯାଉଛି । ସମସ୍ତ ମନ୍ତ୍ରୀଙ୍କୁ ସଂସଦ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ସେ ତାଗିଦ ମଧ୍ୟ କରିଛନ୍ତି ।  

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ହିସାବରେ, ବୁଧବାର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଶ୍ନକାଳ ବେଳେ ସଂସଦର ଉଭୟ ସଦନରେ କିଛି ମନ୍ତ୍ରୀ ଉପସ୍ଥିତ ରହୁନାହାଁନ୍ତି । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ବେଶ ଖପ୍ପା ଥିଲେ । 

ସଂସଦର ଉଭୟ ସଦନରେ କେନ୍ଦ୍ରମନ୍ତ୍ରୀମାନେ ଉପସ୍ଥିତ ରହିବା ଜରୁରୀ ଅଟେ । ବିଶେଷ କରି ପ୍ରଶ୍ନକାଳ ବେଳେ ଅନୁପସ୍ଥିତ ଆଦୌ ଗ୍ରହଣୀୟ ନୁହେଁ ବୋଲି ମନ୍ତ୍ରିମଣ୍ଡଳକୁ ପ୍ରଧାନମନ୍ତ୍ରୀ ତାଗିଦ କରିଛନ୍ତି । ମୋଦିଙ୍କ କହିବା କଥା ହେଲା, ସଂସଦର କାର୍ଯ୍ୟକଳାପରେ ପ୍ରଶ୍ନକାଳ ବେଶ ଗୁରୁତ୍ୱପୂର୍ଣ୍ଣ । କାହିଁକିନା, ଏହି ସମୟରେ ସର୍ବସାଧାରଣଙ୍କ ହିତ ପାଇଁ ସରକାର ନେଇଥିବା ପଦକ୍ଷେପ ଉପରେ ଆଲୋକପାତ ହୋଇଥାଏ । ଜନ ସାଧାରଣଙ୍କ ଆଗରେ ସରକାରଙ୍କ ଜନ କଲ୍ୟାଣମୁଖୀ ଯୋଜନା ସମ୍ପର୍କରେ କହିବାର ସୁଯୋଗ ମିଳେ । ପ୍ରଶ୍ନକାଳ ସମୟରେ ସାଂସଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥାନ୍ତି କେନ୍ଦ୍ର ମନ୍ତ୍ରୀ । ତେଣୁ ସମସ୍ତ ମନ୍ତ୍ରୀଙ୍କୁ ପ୍ରଶ୍ନକାଳ ବେଳେ ଉପସ୍ଥିତ ରହିବା ପାଇଁ ପ୍ରଧାନମନ୍ତ୍ରୀ ତାଗିଦ କରିଥିବା କୁହାଯାଉଛି । 

ସେହିପରି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ସଂସଦରେ ସାଂସଦଙ୍କ ଉପସ୍ଥିତ ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାୟୀ କମିଟି ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ହେବାକୁ କହିଥିଲେ ଉପରାଷ୍ଟ୍ରପତି । ଯଦି କୌଣସି ସାଂସଦ ସ୍ଥାୟୀ କମିଟି ବୈଠକକୁ ଲଗାତାର ୨ ଥର ନ ଆସନ୍ତି, ତେବେ କମିଟିରୁ ଉକ୍ତ ସାଂସଦଙ୍କୁ ବାହାର କରାଯାଇପାରିବ । ଯଦି କୌଣସି କାରଣରୁ ସାଂସଦ ଅନୁପସ୍ଥିତ ରୁହନ୍ତି, ତେବେ କମିଟିର ଅଧ୍ୟକ୍ଷଙ୍କୁ ପୂର୍ବରୁ ଜଣାଇବାକୁ ପଡିବ ବୋଲି କହିଥିଲେ ଭେଙ୍କେୟା ନାଇଡି । 

fallback

ଭେଙ୍କେୟା ନାଇଡୁ ସମସ୍ତ ସାଂସଦଙ୍କୁ କହିଥିଲେ, ଷ୍ଟାଣ୍ଡିଂ କମିଟି ଏବଂ ସିଲେକ୍ସନ କମିଟିର ବୈଠକକୁ ଗମ୍ଭୀରତାର ସହ ନିଅ । ଏଥିରେ ଉପସ୍ଥିତ ରହିବା ନିଦାନ୍ତ ଆବଶ୍ୟକ । ସେହିପରି କମିଟିର ଅଧ୍ୟକ୍ଷ ରିପୋର୍ଟ ଦେବା ବେଳେ କେଉଁ ସଦସ୍ୟ କେତୋଟି ବୈଠକରେ ଉପସ୍ଥିତ ରହିଥିଲେ, ତାର ମଧ୍ୟ ସୂଚନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପରାଷ୍ଟ୍ରପତି । ବିନା କାରଣରେ ଲଗାତାର କମିଟିର ୨ ବୈଠକରେ ଅନୁପସ୍ଥିତ ରହିଲେ, କମିଟିରୁ ବାହାର କରିବାର ନିୟମ ରହିଛି । ତେବେ ଏବେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଥିଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । 

ଆହୁରି ପଢନ୍ତୁ; JNU ଛାତ୍ର ଆନ୍ଦୋଳନ: ଆଜି ଫିଟିପାରେ ସମାଧାନର ରାସ୍ତା