ଚନ୍ଦନ ପାଇକରାୟ, ଭୁବନେଶ୍ୱର: ରାଜନୀତି ମଇଦାନରେ ମହିଳା ସଂରକ୍ଷଣ ବିଲ। ସଂସଦରେ ଦାବି ।  ରାଜ୍ୟରେ ଭିଡ଼ାଓଟରା । ମହିଳା ସଂରକ୍ଷଣ ବିଲ୍ ଲାଗୁ କରିବା ପାଇଁ ବିଜେଡି ସୁପ୍ରିମୋ ବିଗତ ଦିନରେ ଜୋର ଦେଇଥିବା ବେଳେ ଏବେ ସଂସଦରେ ଏହାକୁ ଉଠାଇବା ନେଇ ପ୍ରସ୍ତୁତ ସାଂସଦ । ତେବେ ବିଜେଡିର କହିବା ଅନୁସାରେ ମହିଳାମାନଙ୍କୁ ଦଳ ସବୁବେଳେ ଗୁରୁତ୍ବ ଦେଇ ଆସିଛି । ହେଲେ ଜାଣିଶୁଣି କେନ୍ଦ୍ର ସରକାର ଏହି ବିଲ ଲାଗୁ କରୁନାହାଁନ୍ତି । ତେବେ ବିଜେପିର କହିବା ଅନୁସାରେ ମହିଳା ସଂରକ୍ଷଣ ବିଲ କେବଳ ରାଜନୀତି କରିବା ପାଇଁ ବିଜେଡି ଦାବି କରୁଛି । ନଚେତ୍ ମହିଳାଙ୍କ ସୁରକ୍ଷା କଥା କେବେବି ବିଜେଡି ଚିନ୍ତା କରିନାହିଁ । ସମାନ କଥା ମଧ୍ୟ କଂଗ୍ରେସ ରଖିଛି । 


COMMERCIAL BREAK
SCROLL TO CONTINUE READING

ପଞ୍ଚାୟତ ସ୍ତର ହେଉ ଅବା ବିଧାନସଭା ଅଥବା ସଂସଦ (Parliament) । ସବୁଠି ମହିଳାଙ୍କୁ ଅଗ୍ରାଧିକାର ଦେବା ପାଇଁ ଦାବି । ସମସ୍ତ କ୍ଷେତ୍ରରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ପାଇଁ ବିଜେଡିର ଦାବି । ୨୦୧୯ ସାଧାରଣ ନିର୍ବାଚନରୁ ଉଭୟ ବିଧାନସଭା ଓ ଲୋକସଭା (Loksabha) ରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବା ସହ ସାରା ଦେଶରେ ଉଦାରହରଣ ସୃଷ୍ଟି କରିଥିଲା ବିଜେଡି । ଏଥିସହ ବିଜେଡିର କାର୍ଯ୍ୟକାରିଣୀ ବୈଠକରେ ମଧ୍ୟ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ (Naveen Patnaik) ଏକଥାକୁ ଗୁରୁତ୍ବ ଦେବା ସହ ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ ଜନ ଆନ୍ଦୋଳନ କରିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ।


Also Read: ରାତିପାହିଲେ ବାହୁଡ଼ା ଯାତ୍ରା, ଜାଣନ୍ତୁ କେତେବେଳେ କେଉଁ ନୀତିକାନ୍ତି ?


ଏବେ ସଂସଦରେ ମହିଳା ସଂରକ୍ଷଣ ବିଲ (Women's Reservation Bill) ପାରିତ କରିବା ପାଇଁ ବିଜେଡି ସାଂସଦଙ୍କ ଦାବି । ସେପଟେ ବିରୋଧୀଙ୍କ ଯୁକ୍ତି ମହିଳାଙ୍କ ସୁରକ୍ଷା ନେଇ ବିଜେଡି କେବେବି ଚିନ୍ତା କରିନାହିଁ । ରାଜ୍ୟରେ ମହିଳାଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି । ହେଲେ ମହିଳାଙ୍କ ସୁରକ୍ଷା ନେଇ ରାଜନୀତି କରୁଛି ବିଜେଡି । କେବଳ ରାଜନୈତିକ ଉଦ୍ଦେଶ୍ୟରେ ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ ବିଜେଡି ଦାବି କରୁଛି । ବାସ୍ତବିକ ଇଚ୍ଛାଶକ୍ତି ନାହିଁ । ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ  ସବୁ ରାଜ୍ୟ ଦାବି କରିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଦିବସ ବିରୋଧଦୀଙ୍କ ହଟ୍ଟଗୋଳରେ ଶୋଷ ହୋଇଥିବା ବେଳେ ଆଗକୁ ଏ ନେଇ କିଛି ଅଗ୍ରଗତି ହେଉଛି କି ନାହିଁ, ତା ଉପରେ ସମସ୍ତଙ୍କ ନଜର ।