ବୌଦ୍ଧ: ରାଜ୍ୟରେ ଉତ୍କଟ ରୂପ ନେଲାଣି କୋରନା ଟିକା ସଙ୍କଟ। ଶେଷରେ ଟିକାକୁ ନେଇ ରାସ୍ତାରୋକ ହୋଇଛି। ୨୦୦ ଟିକା ପାଇଁ ୪ ହଜାର ଲୋକ ରୁଣ୍ଡ ହୋଇଥିଲେ। ଆଉ ଟିକା ନ ପାଇ ଟିକାକେନ୍ଦ୍ରର ଅବ୍ୟବସ୍ଥା ପ୍ରତିବାଦରେ ଉତ୍ୟକ୍ତ ଲୋକେ ଜାତୀୟ ରାଜପଥ0କୁ ଅବରୋଧ କଲେ। ଏଭଳି ଘଟଣା ବୌଦ୍ଧ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ଅଚଂଳଭାବେ ଜଣାଶୁଣା ଆଡେଣିଗଡ ବାପୁଜି ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଟିକାକରଣ କେନ୍ଦ୍ରରେ ଘଟିଛି।


COMMERCIAL BREAK
SCROLL TO CONTINUE READING

ଆଡେଣୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ କୋରୋନା ଟିକାକରଣ ମାତ୍ରା ଜିଲ୍ଲାର ସମସ୍ତ ଟିକାକେନ୍ଦ୍ରରୁ ବହୁ ମାତ୍ରାରେ କମ ରହିଛି। ଏହାକୁ ଆଖି ଆଗରେ ରଖି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡେଣିଗଡ ବାପୁଜୀ ହାଇସ୍କୁଲ ପରିସରରେ ୨୦୦ ଡୋଜ କୋରୋନା ଟିକାକରଣ କରିବାରୁ ନିଷ୍ପତ୍ତି ନିଆଯାଇଥିଲା। ଟିକା ନେବା ପାଇ ଆଡେଣିଗଡ ଗ୍ରାମପଂଚାୟତର ବିଭିନ୍ନ ଗ୍ରାମରୁ ଲୋକେ ନିଜନିଜ କାମଧନ୍ଧା ଛାଡି ସକାଳୁ ଟିକା ନେବା ପାଇଁ କେନ୍ଦ୍ରରେ ଭିଡ ଜମାଇଥିଲେ। ତେବେ ମାତ୍ର ୨୦୦ ଡୋଜ କୋରୋନା ଟିକା ଆସିଥିବା ଖବର ଜାଣିବା ପରେ ଟିକାନେବା ପାଇଁ ଆସିଥିବା ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ଟିକାକେନ୍ଦ୍ରରେ ଉତେଜନା ପରିସ୍ଥିତି ଉପୁଜିଥିଲା। 


Also Read: ଟିକାକରଣରେ ଚରମ ଅବହେଳା! ପ୍ରଥମ ଛାଡି କେମିତି ନେବେ ଦ୍ୱିତୀୟ ଡୋଜ୍ ଟିକା? ଅନଲାଇନ୍ ବୁକିଂ କରି ଜନତା ହଟହଟା


ହଜାର ହଜାର ପୁରୁଷ ମହିଳା ଉତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ୫୭ ନଂ ଜାତୀୟ ରାଜପଥକୁ ହାଇସ୍କୁଲ ସମ୍ମୁଖରେ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ସଂଖ୍ୟାରେ ଯାନାବାହନ ଅଟକି ରହିଥିଲା। ଘଟଣା ସ୍ଥଳରେ ଆଡେଣିଗଡ ପୋଲିସ ପହଚିଂ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପ୍ରାୟ ଦୁଇ ଘଂଟା ଧରି ହୋଇଥିବା ରସ୍ତାରୋକ ହଟିଥିଲା। ପରେ ଆଡେଣିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ୧୮-୪୪ ବର୍ଷ ବୟଷ୍କଙ୍କ ପାଇଁ ଏବଂ ହାଇସ୍କୁଲ ପରିସରରେ ଦ୍ୱିତିୟ ଡୋଜ ପାଇଁ ଟିକାକରଣ ପକ୍ରିୟା ପୋଲିସ ଉପସ୍ଥିତିରେ ଆରମ୍ଭ ହୋଇଥିଲା। 



ପୁର୍ବରୁ ମଧ୍ୟ ଆଡେଣିଗଡ ଟିକାକେନ୍ଦ୍ରକୁ ମାତ୍ର ୨୦୦ ଡୋଜ କୋରୋନା ଟିକା ଆସିଥିବାରୁ ବହୁ ଲୋକେ ଟିକା ପାଇବାରୁ ବଂଚିତ ହେବା ସହିତ ନିରାଶ ହୋଇ ଫେରିଥିଲେ। ତେବେ ଏହା ଯେ କେବଳ ଗୋଟିଏ ବୈଦ୍ଧ ଜିଲ୍ଲାର ସମସ୍ୟା ତାହା ନୁହିଁ। ରାଜ୍ୟର ପ୍ରାୟ ଜିଲ୍ଲାରେ କିଛି ସପ୍ତାହ ହେଲା ନିୟମିତ ଟିକାକରଣ ହେଉନାହିଁ। ଯେତିକି ଦିନ ଟିକା ଦିଆଯାଉଛି, ତାଠାରୁ ଅଧିକ ଦିନ ବନ୍ଦ ରହୁଛି। ସଠିକ ସୂଚନା ନପାଇ ଗରିବ ଆଦିବାସୀ, ଶ୍ରମିକ, ଅସହାୟ ଲୋକ ଟିକାକେନ୍ଦ୍ରକୁ ଆସି ଫେରି ଯାଉଛନ୍ତି। ଫଳରେ ସମୟ ସହ ସେମାନଙ୍କର ଦିନକର ମଜୁରୀ ମଧ୍ୟ ହାନୀ ହେଉଛି।