ବୌଦ୍ଧ: ପୃଥିବୀରେ ଅନେକ ଜୀବଜନ୍ତୁ ଅଛନ୍ତି। ଦୃତ ସହରାୟନ ଓ ଆଧୁନିକତାର ଛାପରେ ଧିରେଧିରେ ପୃଥିବୀ ପୃଷ୍ଠରୁ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଲୋପ ପାଇବାକୁ ବସିଛନ୍ତି। ଏମିତି ଏକ ବିରଳ ପକ୍ଷୀ ହେଉଛି ବାଦୁଡି। ଦିନେ ଗାଁ ଗାଁ ରେ ସନ୍ଧ୍ୟାହେଲେ କାନକୁ ଶୁଭୁଥିବା କିଚିରିମିଚିରି ଶବ୍ଦ ଆଉ ଏବେ କାନକୁ ବାଜୁ ନାହିଁ। କିନ୍ତୁ ବୌଦ୍ଧ ଜିଲ୍ଲାରେ ଆଜି ବି ଏଭଳି ଏକ ସ୍ଥାନ ଅଛି ଯେଉଁଠି ହଜାରହଜାର ବାଦୁଡିଙ୍କ କିଚିରିମିଚିରି ଶବ୍ଦରେ ପରିବେଶ ଫାଟି ପଡୁଛି। 


COMMERCIAL BREAK
SCROLL TO CONTINUE READING

ଗଛ ସାରା ଝୁଲି ରହିଛନ୍ତି ଅନେକ ପକ୍ଷୀ (Bird)। ଗୋଟିଏ କି ଦୁଇଟି ନୁହେଁ ଆପଣ ଚାହିଁଲେ ବି ଗଣି ପାରିବେନାହିଁ ଏହି ପକ୍ଷୀଙ୍କ ସଂଖ୍ୟା! ଗଛ ଡାଳରେ ଦୋଳି ଖେଳିଲା ପରି ଝୁଲି ରହିଛନ୍ତି ବିରଳ ପ୍ରଜାତିର ଏହି ପକ୍ଷୀ। ଯାହାର ନାଁ ହେଲା ବାଦୁଡି। ଦିନେ ସମୟ ଥିଲା ସଂନ୍ଧ୍ୟା ନଇଁଲେ ଗାଁ ଗାଁରେ ଶୁଣିବାକୁ ମିଳୁଥିଲା ଏମାନଙ୍କ କାକୁଳି । ହେଲେ ଦ୍ରୁତ ସହରାୟନ, ଆଧୁନିକତାର ଛାପ ଏବଂ ଜଳବାୟୁର ପରିବର୍ତ୍ତନ କାରଣରୁ ଏବେ ବିଲୁପ୍ତ ପ୍ରାୟ ଏହି ବିରଳ ପକ୍ଷୀ । ହେଲେ ବୌଦ୍ଧ (Boudh) ଜିଲ୍ଲା ରାମଗଡ ପଂଚାୟତ ମହାନଦୀ (Mahanadi) କୁଳରେ ଥିବା ବାବା କେଦାରେଶ୍ୱର ଶୈବପୀଠ ପରିସରରେ ଥିବା ତେନ୍ତୁଳି, ଫାସି, ବର ଗଛରେ ଏବେ ବସା ବାନ୍ଧିଛନ୍ତି ଏହି ପକ୍ଷୀ। ଲୋକଙ୍କ ସୁରକ୍ଷା ଯୋଗୁଁ ଏବେ ଏଇଠି ବଢିବାରେ ଲାଗିଛି ଏମାନଙ୍କ ସଂଖ୍ୟା।.


Also Read: କୋରୋନା ଛଡ଼ାଇ ନେଲା ବାଉଁଶ କାରିଗରଙ୍କ ରୋଜଗାର


କେବଳ ସମାଜପ୍ରତି କାହିଁକି ପରିବେଶକୁ ସନ୍ତୁଳିତ ରଖିବା ପାଇଁ ସମସ୍ତ ଜିବଜନ୍ତୁ ଙ୍କ ଅନେକ ଭୂମିକା ରହିଛି। ଆଉ ଏସବୁ ଭିତରେ ବାଦୁଡି (Bat) ର ଭୂମିକା ବି କମ ନୁହେଁ । ଦିନସାରା ଗଛ ଡାଳରେ ଝୁଲି ରହୁଥିବା ବାଦୁଡି ରାତି ହେଲେ ଖାଦ୍ୟ ଅନ୍ୱେଷଣରେ ବାହାରି ପଡନ୍ତି। ସମସ୍ତେ ଶୋଇଗଲା ପରେ ଏମାନେ ରାତିରେ ଚରାବୁଲା କରୁଥିବାରୁ ଏମାନଙ୍କୁ କେହିକେହି ରାତ୍ରୀଚର ପକ୍ଷୀ ବୋଲି କହିଥାନ୍ତି। ପ୍ରାକୃତିକ ବିପର୍ଯ୍ୟୟ ହେଉ କି ଅନ୍ୟ କିଛି ଘଟଣା ଘଟିବା ପୁର୍ବରୁ ବାଦୁଡି ପକ୍ଷୀ ଲୋକଙ୍କୁ ସୂଚନା ଦେଇଥାଏ। ଆଉ ବାଦୁଡି ପକ୍ଷୀର ଏହି ଉପକାରିତାକୁ ରାମଗଡ ପଂଚାୟତବାସୀ ବେଶ ଭଲ ଭାବେ ବୁଝି ପାରିଛନ୍ତି। 


ରାମଗଡ ପଂଚାୟତବାସୀ ଏବଂ ବାବା କେଦାରେଶ୍ୱର ଶୈବପିଠରେ ନିୟୋଜିତ ମନ୍ଦିର ସେବାୟତଙ୍କ ମିଳିତ ଉଦ୍ୟମରେ ଏବେ ସୁରକ୍ଷିତ ଏହି ବିରଳ ବାଦୁଡି। ଦିନେ ହାତଗଣତି କେଇଟା ବାଦୁଡି ପକ୍ଷୀ ଏଇଠି ଦେଖିବାକୁ ମିଳୁଥିବାବେଳେ ଏମାନଙ୍କ ନିଇତି ସୁରକ୍ଷା କାରଣରୁ ଏବେ ଏମାନଙଅକ ସଂଖ୍ୟା ବୃଦ୍ଧି ପାଇଛି। ଗ୍ରମବାସୀ ଓ ସେବାୟତଙ୍କ ସୁରକ୍ଷା ଏହି ବିରଳ ବାଦୁଡି ପକ୍ଷୀ ଙ୍କ ପାଇଁ ଯଥେଷ୍ଟ ନୁହଁ। ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ଆଗଭର ହେବା ସହିତ ସରକାରୀ ସ୍ତରରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଗଲେ ବାଦୁଡିଙ୍କ ବଂଶ ବିସ୍ତାର ନିଶ୍ଚୟ ହେବ, ଏଥିରେ ସନ୍ଦେହ ନାହିଁ।