ବୌଦ୍ଧ: ଜିଲ୍ଲାର ହରଭଙ୍ଗା ତହସିଲ ବାମଣ୍ଡା ମୌଜାର ଗୋଚର ଜମି ଉପରେ ପୋଖରୀ ଖନନକୁ ନେଇ ବାମଣ୍ଡା ଗ୍ରାମବାସୀମାନେ ତୀବ୍ର ବିରୋଧ କରିଛନ୍ତି। ବାମଣ୍ଡା ଗ୍ରାମର ଜୈନିକ ହିତାଧିକାରୀ ସରକାରଙ୍କ 'ମୋ ପୋଖରୀ ଯୋଜନା'ରେ ନିଜ ଜମିରେ ପୋଖରୀ ଖନନ କରିବା ପରିବର୍ତ୍ତେ ଗ୍ରାମର ଗୋଚର ଜମି ଉପରେ ପୋଖରୀ ଖନନ କରିଥିବାରୁ ଗ୍ରାମରେ ଏହାକୁ ନେଇ ଉତେଜନା ଦେଖାଦେଇଛି ।


COMMERCIAL BREAK
SCROLL TO CONTINUE READING

ବାମଣ୍ଡା ଗ୍ରାମର ମେଘୁ ପ୍ରଧାନ ନାମକ ଜଣେ ହିତାଧିକାରୀ ମୋ ପୋଖରୀ (Mo Pokhori) ଖନନ ପାଇଁ ପଂଚାୟତ କାର୍ଯ୍ୟାଳୟରୁ କାର୍ଯ୍ୟାଦେଶ ପାଇଛନ୍ତି। ସେ ନିଜ ଜମି ଉପରେ ପୋଖରୀ ଖନନ ନ କରି ଗ୍ରାମର ଗୋଚର କିସମ ଥିବା ପ୍ଲଟ ନଂ-୮୨୩, ୭ ଡେସମିଲ ଏରିଆରେ ଜୋରଜବରଦସ୍ତ ବଳପୂର୍ବକ ପୋଖରୀ ଖନନ କରିଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି। ହିତାଧିକାରୀ ଜଣଙ୍କ ପଂଚାୟତର ସରପଂଚ, ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ହାତ କରି ଏଭଳି ବେଆଇନ କାମ କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Also Read: ଭୁବନେଶ୍ୱର ସ୍ଥାନାନ୍ତର ବେଳେ କୋରୋନା ରୋଗୀ ଚମ୍ପଟ, ନାକେଦମ ପ୍ରଶାସନ


ଅନ୍ୟପଟେ ମୋ ପୋଖରୀ ଖନନ କାର୍ଯ୍ୟ ଶ୍ରମିକମାନଙ୍କ ଦ୍ୱାରା କରାଯିବା ବଦଳରେ ପଂଚାୟତ ଦାୟିତ୍ୱରେ ଥିବା ସରପଂଚ, ପିଇଓ ଏବଂ ଯନ୍ତ୍ରୀଙ୍କୁ ହାତକରି ମେସିନ ସାହାଯ୍ୟରେ ପୋଖରୀ ଖନନ କାମ ସମ୍ପୂର୍ଣ୍ଣ କରିଛନ୍ତି। ଗୋଟିଏ ପଟେ ବେଆଇନ ଭାବେ ଗୋଚର ଜମି ଉପରେ ପୋଖରୀ ଖନନ ଏବଂ ପରେ ଶ୍ରମିକଙ୍କୁ କାମ ନଦେବା ଏଭଳି ବଳପୂର୍ବକ କାମ ଆରମ୍ଭ କରି ସମାପ୍ତ କରିଥିଲେ ସୁଦ୍ଧା ପ୍ରଶାସନର ସମସ୍ତ ଦାୟିତ୍ୱ ସମ୍ପନ୍ନ କର୍ମଚାରୀ ଓ ଅଧିକାରୀ ଏ ଦିଗରେ ଦୃଷ୍ଟି ନ ଦେବା ଘଟଣା ଜିଲ୍ଲାରେ ସ୍ୱଚ୍ଛ ଶାସନ ଉପରେ ପ୍ରଶ୍ନ ଚିହ୍ନ ଲାଗିଥିବା ଜଣାଡିଛି। 


ଏ ସମ୍ପର୍କରେ ବାମଣ୍ଡା ଗ୍ରାମବାସୀ ପଂଚାୟତ ସରପଂଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଲିଖିତ ଅଭିଯୋଗ ଦେଇଥିଲେ। ସବୁଠାରୁ ବିଡମ୍ବନାର କଥା ଏ ସମ୍ପର୍କରେ ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତା ରାଣୀ ଦଳବେହେରାଙ୍କ ନିକଟରେ ଅଭିଯୋଗ ଥାଇ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନେବା କିମ୍ବା ତଦନ୍ତ କରିବା ଭଳି କୌଣସି ପଦକ୍ଷେପ ଗ୍ରହଣ ନ କରିବା ଘଟଣା ପ୍ରକଳ୍ପ ନିର୍ଦ୍ଦେଶିକାଙ୍କ କାର୍ଯ୍ୟକଳାପକୁ ନେଇ ବାମଣ୍ଡା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। 


Also Read: କୋରୋନା ଟିକାକୁ ଗ୍ରାମବାସୀଙ୍କ ନା


 


ଅନ୍ୟପଟେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବାମଣ୍ଡା ଗ୍ରାମବାସୀ କହିଛନ୍ତି। ଆଉ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶିକା ଦାୟୀ ରହିବେ ବୋଲି ବାମଣ୍ଡା ଗ୍ରାମର ଯୁବ ବିଜେପି ନେତା ସୁନିଲ କୁମାର କ୍ଷେତି ସୂଚନା ଦେଇଛନ୍ତି ।