ଭୁବନେଶ୍ୱର ସ୍ଥାନାନ୍ତର ବେଳେ କୋରୋନା ରୋଗୀ ଚମ୍ପଟ, ନାକେଦମ ପ୍ରଶାସନ
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ଘରୋଇ କୋଭିଡ ହସ୍ପଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା।
ବୌଦ୍ଧ: ଭୁବନେଶ୍ୱର ସ୍ଥାନାନ୍ତର ବେଳେ ଚମ୍ପଟ ମାରିଲେ କୋରୋନା ରୋଗୀ। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକରେ ଘଟିଛି। ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଗୋରୀଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଉଥିଲେ। ସେହି ସମୟରେ ରୋଗୀ ଜଣକ ଫେରାର ହୋଇଯାଇଥିଲେ। ଏହି ଘଟଣା ଏବେ ସମଗ୍ର ବୌଦ୍ଧ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ମୁତାବକ ବୌଦ୍ଧ (Boudh) ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ଗ୍ରାମପଂଚାୟତ ଅନ୍ତର୍ଗତ କୋଇଲିସୁତା ଗ୍ରାମର ଜଣେ ୩୬ ବର୍ଷର ଯୁବକ ଗତ ୬ ଦିନ ତଳେ କୋରୋନା (Coronavirus) ରେ ଆକ୍ରାନ୍ତ ହୋଇଥିଲେ। ଗୃହ ସଂଘରୋଧରେ ରହିବା ସମୟରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୌଦ୍ଧ ଜିଲ୍ଲା କୋଭିଡ କେୟାର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ୪ ଦିନ ଧରି ଚିକିତ୍ସା କରାଯାଉଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ନ ଆସିବାରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆକ୍ରାନ୍ତଙ୍କୁ ଉତ୍ତମ ଚିକିତ୍ସାସେବା ଯୋଗାଇବା ଲକ୍ଷ୍ୟରେ ଏକ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱରସ୍ଥିତ ଘରୋଇ କୋଭିଡ ହସ୍ପଟାଲକୁ ସ୍ଥାନାନ୍ତରିତ କରାଯାଉଥିଲା।
Also Read: Unlock ପ୍ରକ୍ରିୟା ଆରମ୍ଭ, ଆସନ୍ତାକାଲିଠୁ ଖୋଲିପାରେ ସେଲୁନ ଓ ସାପ୍ତାହିକ ହାଟ
ଆମ୍ବୁଲାନ୍ସ ଟି କୋରୋନା ଆକ୍ରାନ୍ତଙ୍କ ଗ୍ରାମ ଦେଇ ଯାଉଥିବାରୁ ରୋଗୀ ଜଣକ ନିଜ ଗ୍ରାମରେ ଆମ୍ବୁଲାନ୍ସ ଟିକୁ ଅଟକାଇ ନିଜ ଘରକୁ ଫେରାର ମାରିବା ସହିତ ଭୁବନେଶ୍ୱର (Bhubaneswar) ଯିବାକୁ ଅମଙ୍ଗ ହୋଇଥିଲେ। ଏହି ଘଟଣା ଜଣାପଡିବା ପରେ ଘଟଣା ସ୍ଥଳରେ ହରଭଙ୍ଗା ବିଡିଓ ଓ ସ୍ଥାନୀୟ ପୋଲିସ ପହଚିଂ କୋରୋନା ଆକ୍ରାନ୍ତଙ୍କୁ ବୁଝାଇଥିଲେ। ହେଲେ କୋରୋନା ଡାକ୍ତରଖାନାରେ ଉତ୍ତମ ଚିକିତ୍ସା ସେବା ମିଳୁନଥିବା ଅଭିଯୋଗ କରି ସେ ଯିବାକୁ ମନା କରିଦେଇଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ତାଙ୍କୁ ଦୀର୍ଘ ୪ ଘଂଟା ଧରି ବୁଝାସୁଝା ପରେ ରୋଗୀ ଜଣକ ରାଜି ହୋଇ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ଜଣାପଡିଛି ।
ଅନ୍ୟପଟେ ବୌଦ୍ଧ ଜିଲ୍ଲାରେ ଦୈନିକ କୋରୋନା ସଙ୍କ୍ରମିତ ସଂଖ୍ୟା ତଳ ମୁହାଁ ହେଉଥିବାବେଳେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଂଟାରେ ବୌଦ୍ଧ ଜିଲ୍ଲାରୁ ୯୦ ଜଣ ନୁତନ କୋରୋନା ଆକ୍ରାନ୍ତ ଚିହ୍ନଟପରେ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୫୩୬କୁ ବୃଦ୍ଧି ହୋଇଛି। ସେଥିମଧ୍ୟରୁ ୯,୫୮୩ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ନିଜନିଜ ଘରକୁ ଫେରିଛନ୍ତି। ସେହିପରି ମହାମାରୀ କୋରୋନାରେ ଆକ୍ରାନ୍ତ ହୋଇ ଜିଲ୍ଲାରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂ ସୂଚନା ଦେଇଛନ୍ତି ।