ବୌଦ୍ଧ(ହିମାଂଶୁ ଶେଖର୍ ସାହୁ): ଚଳିତ ବର୍ଷ ମହାନଦୀରେ (Mahanadi) ଆସିଛି ବଡ଼ ବନ୍ୟା। ବୌଦ୍ଧ ଜିଲାର ମହାନଦୀରେ ବିପଦ ସଂକେତ (Danger Level) ୮୬.୮୦ ମିଟର ରହିଥିବାବେଳେ ବିପଦ ସଂକେତ (Danger Level) ରହିଛି ୮୭.୮୦ ମିଟର। ତେବେ ବିପଦ ସଂକେତ (Danger Level) ପାର ହୋଇ ଏବେ ବୌଦ୍ଧ (Boudh) ଜିଲ୍ଲାର ମହାନଦୀରେ (Mahanadi) ୮୮.୮୭ ମିଟର ଉଚ୍ଚତା ରେ ପ୍ରଭାହିତ ହେଉଛି ବନ୍ୟାଜଳ । ଫଳରେ ଜିଲାରେ ବନ୍ୟା ସ୍ଥିତି ସଙ୍ଗିନ ହୋଇ ପଡିଛି।


COMMERCIAL BREAK
SCROLL TO CONTINUE READING

ବନ୍ୟା କାରଣରୁ (Flood Situation) ଜିଲାର ହରଭଙ୍ଗା ବ୍ଲକ ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇ ପଡିଛି। ଆଜକୁ ୪ ଦିନ ହେଲା ଅନେକ ଗାଁରେ ଜଳବନ୍ଦୀରେ ଜୀବନ କାଟୁଛନ୍ତି ଗ୍ରାମବାସୀ। କୁଶଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାରାଡ଼ା, ତିରଡ଼, ଅତଲସରା, କୁମାରୀ ଏବଂ ହରଭଙ୍ଗା ବ୍ଲକ ଭେଜିଗୋରା, ସୁରୁଣ୍ଡି, ହରଭଙ୍ଗା, ବୁକେସିଙ୍ଗା, ସଂକୁଳେଇ ପଞ୍ଚାୟତର ପାଣିଘେରା, ବୁଲୁରା, ଧଳପୁର ପଞ୍ଚାୟତର ଖଣ୍ଡି ଧଳପୁର, ଖରସଂକୁଳେଇ, ଧଳପୁର, ସେହିଭଳି ରାମଗଡ଼, ସାମ୍ପୋଚ, ବିରନର୍ସିଂପୁର, ସରସରା ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ଗାଁ ବନ୍ୟା ପାଣି ଘେରରେ ରହିଛି। 


ବୌଦ୍ଧ ଜଗନ୍ନାଥ ସଡକର ୮ଟି ସ୍ଥାନରେ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇ ପଡିଛି। ଏହା ସହିତ ଲଗାଣ ବର୍ଷା କାରଣରୁ ଅନେକ ଲୋକଙ୍କ ମାଟି ଘର ଭାଙ୍ଗି ଯାଇଛି । ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଆଜକୁ ୪ ଦିନ ହେଲା ମାଡି ରହିଥିବାରୁ ବ୍ୟାପକ ପରିମାଣରେ ଧାନ ଫସଲ ନଷ୍ଟ ହୋଇଛି। 


ବୌଦ୍ଧ ସହରର ଅବସ୍ଥା ବି ବେହାଲ କରିଛି ଚଳୁତ ବର୍ଷର ବଡ଼ ବନ୍ୟା। ସହରର ତଳିଆ ଅଂଚଳରେ ବନ୍ୟା ପାଣି ଘରେଘରେ ପଶିଛି। ଲୋକଙ୍କ ଆସବସ ପତ୍ର ବନ୍ୟା ପାଣିରେ ଧୋଇ ନେଇଛି । ସହରର ୧ନଂ ୱାର୍ଡ ମାଳିସାହିରେସ୍ଥିତ ସଙ୍ଗୀନ ହୋଇଛି। ଜଳସ୍ତର ବଢିବା ଯୋଗୁଁ ଗକଟିଏ ପରେ ହଟିଏ ଘର ବନ୍ୟା ପାଣିରେ ବୁଡିବାକୁ ଲାଗିଛି । ବିଳମ୍ବରେ ହେଲେ ମଧ୍ୟ ବୌଦ୍ଧ ଏନଏସି ପକ୍ଷରୁ ବନ୍ୟା ବିପନ୍ନ ଙ୍କୁ ଉଦ୍ଧାର କରି ସ୍ଥାନୀୟ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । 
ମହାନଦୀରେ ବନ୍ୟା ପଛର କାରଣ ? 


ଦିନକୁ ଦିନ ମହାନଦୀ ପୋତି ହେଉଛି। ଫଳରେ ମହାନଦୀରେ ପାଣି ଆସିଲେ ତାହା ଦୁଈକୂଳ ଉଛୁଳା ହୋଇ ବାହାରକୁ ଚାଲି ଆସୁଛି। ତା ଛଡା ରାଜ୍ୟରେ  ଏବଂ ଉପର ମୁଣ୍ଡରେ ତଥା ଛତିଶଗଡ ରେ ଚଳିତ ବର୍ଷ ଲଘୁଚାପ ଜନିତ ଲଗାଣ ବର୍ଷା ହେବ କଫଣରୁ ହୀରାକୁଦ ଜଳ ଭଣ୍ଡାରକୁ ମାତ୍ରାଧିକ ବନ୍ୟପାଣି ପ୍ରବେଶ କରୁଛି । ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ଜଳ ନିଷ୍କାସିତ ହେଉଥିବା ପ୍ରମୁଖ କାରଣ ହୋଇଥିବାବେଳେ ଅନ୍ୟପଟେ ବୌଦ୍ଧ ଜିଲାରେ ତେଲନଦୀ, ସାଲୁଙ୍କି, ଖଡ଼ଙ୍ଗ, ବାଗ ନଦୀ ର ବନ୍ୟ ଜଳ ମଧ୍ୟ ମହାନଦୀରେ ପ୍ରବେଶ କରୁଛି । ଫଳରେ ମହାନଦୀର ଜଳ ସ୍ତର ବୃଦ୍ଧି ହୋଇ ବନ୍ୟା ପରିସ୍ଥିତି ଦେଖା ଦେଉଛି ବୋଲି ଜିଲ୍ଲାବାସୀ କହିଛନ୍ତି ।


ଅଧିକ ପଢନ୍ତୁ: ମଞ୍ଚ ଦୁଲୁକାଇଲେ ବିଧାୟକ ତାରା ବାହିନୀପତି


ଅଧିକ ପଢନ୍ତୁ: ଚୀନର ଏହି ପଦକ୍ଷେପରୁ ଭାରତ ଓ ଆମେରିକାର ବଢ଼ିଲା ଟେନସନ୍!


ଅଧିକ ପଢନ୍ତୁ: ମଧ୍ୟପ୍ରଦେଶରେ ଜଳ ପ୍ରଳୟ