ଆରଆଇଇ ଭୁବନେଶ୍ବର ପକ୍ଷରୁ ଏନସିସି ଦିବସ ପାଳିତ
Advertisement
Article Detail0/zeeodisha/odisha2529585

ଆରଆଇଇ ଭୁବନେଶ୍ବର ପକ୍ଷରୁ ଏନସିସି ଦିବସ ପାଳିତ

କ୍ୟାଡେଟମାନଙ୍କୁ ସେବା ଓ ନେତୃତ୍ବ ପ୍ରତି ସମର୍ପଣ ଜାରି ରଖିବାକୁ ଅନୁରୋଧ କରିଥିଲେ। କ୍ୟାଡେଟ୍ ମାନେ ସେମାନଙ୍କ ଭାଷଣରେ ନିଜର ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିରେ ଏନସିସିର ଭୂମିକାଉପରେ ଆଲୋକପାତ କରିଥିଲେ ।

ଆରଆଇଇ ଭୁବନେଶ୍ବର ପକ୍ଷରୁ ଏନସିସି ଦିବସ ପାଳିତ

ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନସିସି ଦିବସ) ପାଳିତ ହୋଇଯାଇଛି । ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରଓ୍ଵାଲ ତାଙ୍କର ପ୍ରେରଣାଦାୟୀ ଭାଷଣ ମାଧ୍ୟମରେ ଏକତା, ଦେଶପ୍ରେମ ଓ ଶୃଙ୍ଖଳା ଭାବନା ଉପରେ ଆଲୋକପାତ କରିଥିଲେ। 

ସେ କ୍ୟାଡେଟମାନଙ୍କୁ ସେବା ଓ ନେତୃତ୍ବ ପ୍ରତି ସମର୍ପଣ ଜାରି ରଖିବାକୁ ଅନୁରୋଧ କରିଥିଲେ। କ୍ୟାଡେଟ୍ ମାନେ ସେମାନଙ୍କ ଭାଷଣରେ ନିଜର ସାମଗ୍ରିକ ବିକାଶ ଓ ଦେଶର ପ୍ରଗତିରେ ଏନସିସିର ଭୂମିକାଉପରେ ଆଲୋକପାତ କରିଥିଲେ । ଏନସିସିର ପ୍ରଶିକ୍ଷଣରେ ଜାତୀୟତାବାଦ, ଦେଶପ୍ରେମ, ଶୃଙ୍ଖଳା, ଦଳୀୟ ଭାବନା, ନେତୃତ୍ୱ, କଠିନ ପରିଶ୍ରମ, ଆତ୍ମବିଶ୍ୱାସ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ବିକାଶକୁ ପ୍ରୋତ୍ସାହିତ କରିବା ଭଳି ଗୁଣ ଉପରେ ଗୁରୁତ୍ୱ ଦିଆଯାଏ । 

ଏଏନଓ ଏବଂ ସଂଯୋଜକ ଲେଫ୍ଟନାଣ୍ଟ (ଡ.) ଆର.ସେଠୀ ଅତିଥି ଓ କ୍ୟାଡେଟମାନଙ୍କୁ ସ୍ୱାଗତ କରିଥିଲେ । କାର୍ଯ୍ୟକ୍ରମରେ ଡିଇ ଓ ଛାତ୍ର ପରିଷଦ ଉପଦେଷ୍ଟା ପ୍ରଫେସର ଏଲ୍ ବେହେରା ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାଳକ ଓ ବାଳିକା ଶାଖାର କ୍ୟାଡେଟ୍ ମାନେ ଜାତୀୟ ଏକତା ଓ ଅଖଣ୍ଡତା ଉପରେ ସ୍ଲୋଗାନ୍ ଦେବା ସହ ଶୋଭାଯାତ୍ରା କରିଥିଲେ ଓ ସଚେତନତା କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ପି. ସି. ଅଗ୍ରୱାଲ କ୍ୟାଡେଟମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ ଏବଂ ସିଟିଓ ଡ. ସୁଶାନ୍ତ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।

Also Read- Top 10 News: ଓଡ଼ିଶା ପର୍ବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ଖବର ସହ ଅନ୍ୟାନ୍ୟ ଅପଡେଟ୍

Also Read- ସୋମବାର ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ