ବୌଦ୍ଧ: ବୈବାହିକ ଜୀବନ, ପାରିବାର, ପିଲାଛୁଆ, ସଂସାର ଭିତରେ ବୁଡି ରହି ଅନେକ ମହିଳା ସେମାନଙ୍କ ନିଜ ନିଜର ପ୍ରତିଭାକୁ ଜଳାଞ୍ଜଳୀ ଦେଇଥାନ୍ତି। ତାହାରି ଭିତରେ ବହୁତ କମ ମହିଳା ଥାଆନ୍ତି ଯେଉଁମାନେ ବୈବାହିକ ଜୀବନ ପରେ ବି ଦିନରାତିକୁ ଏକ କରି ସଫଳତା ହାତେଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବୌଦ୍ଧ ଜିଲ୍ଲା ସଦର ବ୍ଲକ ବାଗଡିଆ ମେହେର ସାହି ଗ୍ରାମର ବୋହୂ ପିଙ୍କି ମେହେର। ଯିଏ ପରିବାରିକ ସମସ୍ତ କାର୍ଯ୍ୟ ତୁଲାଇବା ସହିତ ଜାତୀୟ ସ୍ତରରେ ମିସ ଏଣ୍ଡ ମିସେସ୍ ଇଣ୍ଡିଆନ୍ ଦିଭା ପ୍ରତିଯୋଗୀତାରେ ଦ୍ୱିତୀୟ ରନର୍ସଅପ ହୋଇ ଅନ୍ୟ ଗୃହିଣୀଙ୍କ ପାଇଁ ଉଦାହରଣ ସାଜିଛନ୍ତି।


COMMERCIAL BREAK
SCROLL TO CONTINUE READING

ବୌଦ୍ଧ (Boudh) ବ୍ଲକ ବାଗାଡିଆ ମେହେର ସାହି ଗ୍ରାମର ଝିଅ ତଥା ବୌଦ୍ଧ ରାଜନପାଲି ଗ୍ରାମର ବୋହୂ ପିଙ୍କି ମେହେର ଏବେ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ନିକଟରେ ଜାତୀୟ ସ୍ତରରେ ମିସ ଏଣ୍ଡ ମିସେସ ଇଣ୍ଡିଆନ ଦିଭା, ସୁନ୍ଦରୀ ପ୍ରତିଯୋଗିତାରେ ଭାଗନେଇ ସେ ଦ୍ୱିତୀୟ ରନର୍ସଅପ ହୋଇଛନ୍ତି। ପିଲାବେଳୁ ମଡେଲିଂ ଓ ଫ୍ୟାସନରେ ରୁଚି ରଖୁଥିବା ପିଙ୍କି ଝିଅରୁ ବୋହୂ ହେବାପରେ ବି ପଛକୁ ଫେରିନାହାନ୍ତି। ଫେସବୁକରେ ଦେଖି ପ୍ରତିଯୋଗିତାରେ ଭାଗ ନେଇଥିଲେ। ନିଜର ପ୍ରତିଭା, ନିଷ୍ଠାକାଷ୍ଠା ବଳରେ ପ୍ରତିଯୋଗିତାର ବିଭିନ୍ନ ରାଉଣ୍ଡରେ ତାଙ୍କର ପାରଦର୍ଶିତା ଦେଖାଇ ସେ ଶେଷରେ ଜାତୀୟ ସ୍ତରରେ ଏହି କୃତ୍ତିତ୍ୱ ଅର୍ଜନ କରିଛନ୍ତି।


Also Read: ନବଜାତ କନ୍ୟାକୁ ନଦୀ କୂଳରୁ ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି 


ପିଙ୍କି ମେହେର ଜଣେ ଗୃହିଣୀ ସହିତ ଦୁଇଟି ସନ୍ତାନର ଜନନୀ। ପିଲାଛୁଆର ଲାଳନପାଳନ ସହିତ ସ୍ୱାମୀ, ଶଶୁରଙ୍କ ଦେଖାଶୁଣା, ରୋଷେଇ ଭଳି ଘରର ବହୂର ଆନୁଷଙ୍ଗିକ କାମର ଦାୟିତ୍ୱ ମଧ୍ୟ ତୁଲାନ୍ତି। ଏହାରି ଭିତରେ ଜାତୀୟ ସ୍ତରରେ ମିସ ଏଣ୍ଡ ମିସେସ ଇଣ୍ଡିଆନ ଦିଭା (Miss Mrs Indian Diva) ର ପ୍ରତିଯୋଗୀତାରେ ଭାଗ ନେଇ ସଫଳତା ହାସଲ କରିବା ନିହାତି ପକ୍ଷେ ଅସମ୍ଭବ। କିନ୍ତୁ ସେ ସବୁ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। 



ଅଦ୍ୟମ ଇଛାଶକ୍ତି ଏବଂ ପରିବାର ଲୋକଙ୍କ ସାହାଯ୍ୟ ସହେଯାଗରେ ସଫଳତା ହାସଲ କରିଥିବା ପିଙ୍କି କହିଛନ୍ତି। ଝିଅରୁ ବୋହୂ ହେବା ପରେ ପ୍ରାୟ ଅଧିକାଂଶ ମହିଳା ପାରିବାରିକ ଜଞ୍ଜାଳରେ ଛନ୍ଦି ହୋଇପଡିଥାନ୍ତି। ମନରେ ଥିବା ସବୁ ଅସୁମାରୀ ସ୍ୱପ୍ନ ସବୁ ସ୍ୱପ୍ନରେ ହିଁ ରହିଯାଏ। ଏପରି ସ୍ଥଳରେ ପିଙ୍କି ମେହେର ଜାତୀୟ ସ୍ତରରେ ମିସ ଏଣ୍ଡ ମିସେସ ଇଣ୍ଡିଆନ ଦିଭାର ସୁନ୍ଦରୀ ପ୍ରତିଯୋଗୀତାରେ ଦ୍ୱିତୀୟ ରନର୍ସଅପ ପାଇଁ ନିଜର ପରଦର୍ଶୀତାର ପ୍ରମାଣ ଦେଇଛନ୍ତି।