ବୌଦ୍ଧ: ସୀମାନ୍ତରେ ମାତୃଭୁମିର ସେବା କରି ନିଜ ଜନ୍ମ ମାଟିକୁ ବୀର ସୈନିକ ଫେରିଛନ୍ତି। ପାଦେ ପାଦେ ଜୀବନକୁ ବାଜିରେ ଲଗାଇ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସୈନିକଙ୍କ ସାହସିକତାକୁ ଗ୍ରାମବାସୀ ମଧ୍ୟ ବୁଝିଛନ୍ତି। ଚାକିରିରୁ ଅବସର ନେଲା ପରେ ଘରବାହୁଡା ବୀର ସୈନିକଙ୍କୁ ଗ୍ରାମବାସୀ ଭବ୍ୟ ସ୍ୱାଗତ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଫୁଟିଲା ବାଣ। ଦୁଦୁଲି ବାଜାରେ ଫାଟି ପଡୁଛି ଗାଁ ଦାଣ୍ଡ। ଆଉ ନାଚଗୀତରେ ମସଗୁଲ ଛୋଟଠୁ ବଡ, ପୁରୁଷ ଓ ମହିଳା।  ହୁଳହୁଳିରେ ପ୍ରକମ୍ପିତ ହୋଇ ଉଠିଛି ପୁରା ପଞ୍ଚାୟତ। ଏଭଳି ପରିବେଶ ବିଷୟରେ ଚିନ୍ତା କରିଆପଣ ଯଦି ଭାବୁଛନ୍ତି ଏହା କାହା  ବାହାଘର କି କୌଣସି ଜାନିଯାତ୍ରା ତାହେଲେ ଆପଣ ଭୁଲ ଭାବୁଛନ୍ତି। ଏହା ହେଉଛି ବୀର ସୈନିକଙ୍କ ଘରବାହୁଡାର ଦୃଶ୍ୟ। ୨୦ ବର୍ଷ ଧରି ସୀମାନ୍ତରେ ମାତୃଭୁମିର ସେବା କରି ଅବସର ନେବା ପରେ ସୈନିକ ପ୍ରଦୀପ କୁମାର ମଲିକ ନିଜ ଜନ୍ମ ମାଟିକୁ ଫେରିଛନ୍ତି। ଦେଶର ସୀମାରେ ପ୍ରହରା ଦେଇ ଦେଶବାସୀ ଙ୍କୁ ଶାନ୍ତିରେ ଶୋଇବାକୁ ଦେଉଥିବା ବୀର ସୈନିକଙ୍କୁ ନିଆରା ଢଙ୍ଗରେ ବୌଦ୍ଧ ଜିଲ୍ଲା ଛତ୍ରଙ୍ଗ ଗ୍ରାମପଂଚାୟତ ଅନ୍ତର୍ଗତ ଧୁଙ୍ଗିଆମୁଣ୍ଡା ଗ୍ରାମବାସୀ ସ୍ୱାଗତ ଜଣାଇଛନ୍ତି।


Also Read: Boat Tragedy: ଭୁଲ ଖବର ଦେଇ କ୍ଷମା ମାଗିଲେ SRC, ନିଖୋଜ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି


ପ୍ରଦୀପ କୁମାର ମଲିକ  ୨୦୦୦ ମସିହା ଜୁଲାଇ ୨୧ରେ ସିଆରପିଏଫ ଯବାନ ଭାବେ ଭର୍ତ୍ତି ହୋଇଥିଲେ। ନିଯୁକ୍ତି ପାଇବା ପରେ ସେ ଦେଶ ସୀମାନ୍ତ ଜାମ୍ମୁ କାଶ୍ମୀର , ତ୍ରିପୁରା ସମେତ ଆନ୍ଧ୍ର ପ୍ରଦେଶ, ଝାଡଖଣ୍ଡ ଭଳି ରାଜ୍ୟର ବିଭିନ୍ନ ମାଓ କମ୍ବିଂ ଅପରେସନରେ ଭାଗ ନେଇଥିଲେ। କାର୍ଯ୍ୟ ସମୟରେ ଜାମ୍ମୁ କାଶ୍ମୀରରେ ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ସହ ସାମ୍ନା କରି ପ୍ରଦୀପ ଦୃଢ ଜବାବ ଦେଇଥିଲେ। ଦୀର୍ଘ ୨୧ ବର୍ଷ ମାତୃଭୁମିର ସେବା ପରେ ଚଳିତବର୍ଷ ଅଗଷ୍ଟ ୩୧ରେ ଅବସର ନେଇ ସେ ନିଜ ଜନ୍ମ ଭୁମିକୁ ଫେରିଛନ୍ତି। 



ବୀର ସୈନିକ ପ୍ରଦୀପଙ୍କ ଘରବାହୁଡାରେ ଗ୍ରାମବାସୀ ବହୁତ ଖୁସି ହେବା ସହିତ ନିଆରା ଢଙ୍ଗରେ ତାଙ୍କୁ କରିଛନ୍ତି ଭବ୍ୟ ସ୍ୱାଗତ କରିଛନ୍ତି। ଅନ୍ୟପଟେ ଏବେ ଗ୍ରାମରେ ସମାଜ ସେବା କରିବା ସହିତ ଯୁବକମାନଙ୍କୁ ଯବାନ ହେବା ପାଇଁ ପ୍ରେରଣା ଯୋଗାଇବି ପ୍ରଦୀପ ବୋଲି କହିଛନ୍ତି। ନିରନ୍ତର ଦେଶ ସେବା କରି ଫେରିଥିବା ବୀର ଯବାନଙ୍କୁ କରାଯାଇଥିବା ଭବ୍ୟ ସ୍ୱାଗତ ହିଁ ବୟାନ କରିଛି ଭାରତୀୟ ସୈନିକଙ୍କ ପ୍ରତି ଧଙ୍ଗିଆମୁଣ୍ଡା ଗ୍ରାମବାସୀଙ୍କ ଭଲପାଇବା। ପ୍ରଦୀପଙ୍କ ପାଇଁ କେବଳ ଗାଁ କାହିଁକି ସାଙ୍ଗସାଥି ବି ଗର୍ବ କରିଛନ୍ତି।