Boat Tragedy: ଭୁଲ ଖବର ଦେଇ କ୍ଷମା ମାଗିଲେ SRC, ନିଖୋଜ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Advertisement
Article Detail0/zeeodisha/odisha993633

Boat Tragedy: ଭୁଲ ଖବର ଦେଇ କ୍ଷମା ମାଗିଲେ SRC, ନିଖୋଜ ଯବାନଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

SRC ପ୍ରଦୀପ ଜେନାଙ୍କ ଅନ୍ୟ ଏକ ଟ୍ୱିଟ ସମସ୍ତଙ୍କ ହୋସ ଉଡାଇ ଦେଇଥିଲା। କାରଣ ଯେଉଁ ଓଡ୍ରାଫ ଯବାନଙ୍କୁ ମୃତ ବୋଲି ସେ କହିଥିଲେ, ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଭୁଲ ସୂଚନା ଦେଇଥିବାରୁ କ୍ଷମା ମାଗିବା ସହ SRC କହିଛନ୍ତି ଯେ, ଓଡ୍ରାଫ ଯବାନଙ୍କ ମୃତ୍ୟୁକୁ ନେଇ ତାଙ୍କ କାର୍ଯ୍ୟାଳୟକୁ ଯେଉଁ ସୂଚନା ଆସିଥିଲା ତାହା ମିଥ୍ୟା।

ଡିଜାଇନ୍ ଫଟୋ

 

ଭୁବନେଶ୍ୱର: ଭୁଲ ଖବର ଦେଇ କ୍ଷମା ମାଗିଲେ SRC ପ୍ରଦୀପ ଜେନା। ଧବଳେଶ୍ୱର ନିକଟରେ ମିଳିଥିବା ମୃତଦେହ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ବୋଲି ଟ୍ୱିଟ କରି ସ୍ପଷ୍ଟ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ମୃତଦେହ ସୀତାରାମଙ୍କର ନୁହେଁ ବୋଲି SRC କହିବା ସହ ପୂର୍ବ ସୂଚନା ପାଇଁ କ୍ଷମା ମାଗିଛନ୍ତି।

ଶନିବାର ସକାଳେ ମହାନଦୀରେ ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଗଳିତ ମୃତଦେହ ମିଳିଥିଲା। ପ୍ରାଥମିକ ସ୍ଥିତିରେ ଏହାକୁ ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁ ବୋଲି ଅନୁମାନ କରାଯାଉଥିଲା। ଆଉ SRC ପ୍ରଦୀପ ଜେନା ଟ୍ୱିଟ କରି କହିଥିଲେ ଯେ, ଶୁକ୍ରାବାର ନିଖୋଜ ଖିବା ଓଡ୍ରାଫର ଅଭିଜ୍ଞ ବୁଡାଳି  ସୀତାରାମ ମୁର୍ମୁଙ୍କ ମୃତ୍ୟୁ ହୋଇଛି। ଧବଳେଶ୍ୱର ନିକଟରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଦୁଃଖଦାୟକ ଖବର, ତାଙ୍କର ଆତ୍ମାର ସଦଗତି ହେଉ।

fallback

Also Read: ଅପରେସନ୍ ଗଜରାଜ ବିଫଳ! ଉଦ୍ଧାର କରିବାକୁ ଯାଇ ୨ ମୃତ, ଦନ୍ତା ନିଖୋଜ

ତେବେ ଏହି ଟ୍ୱିଟର କିଛି ମିନିଟ ପରେ SRC ପ୍ରଦୀପ ଜେନାଙ୍କ ଅନ୍ୟ ଏକ ଟ୍ୱିଟ ସମସ୍ତଙ୍କ ହୋସ ଉଡାଇ ଦେଇଥିଲା। କାରଣ ଯେଉଁ ଓଡ୍ରାଫ ଯବାନଙ୍କୁ ମୃତ ବୋଲି ସେ କହିଥିଲେ, ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଭୁଲ ସୂଚନା ଦେଇଥିବାରୁ କ୍ଷମା ମାଗିବା ସହ SRC କହିଛନ୍ତି ଯେ, ଓଡ୍ରାଫ ଯବାନଙ୍କ ମୃତ୍ୟୁକୁ ନେଇ ତାଙ୍କ କାର୍ଯ୍ୟାଳୟକୁ ଯେଉଁ ସୂଚନା ଆସିଥିଲା ତାହା ମିଥ୍ୟା। ଗଳିତ ମୃତଦେହକୁ ସୀତାରାମ ମୁର୍ମୁଙ୍କ ପରିବାର ଲୋକ ସ୍ପଷ୍ଟ କରିନାହାନ୍ତି। 

fallback

ଅନ୍ୟପଟେ ଯବାନ ସୀତାରାମ ମୁର୍ମୁଙ୍କ ମୃତ୍ୟୁ ଖବର ଚାରିଆଡେ ପ୍ରଚାର ହେବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶ୍ରଦ୍ଧାଞ୍ଚଳି ଜଣାଇଥିଲେ। ସେ ଲେଖିଥିଲେ ଯେ, ମୁଣ୍ଡଳୀ ବ୍ୟାରେଜରେ ନିଖେଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ଦେହାନ୍ତ ଖବର ଶୁଣୁ ମୁଁ ଦୁଃଖିତ ଓ ମର୍ମାହତ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ହସ୍ପିଟାଲରେ ଟିକିତ୍ସିତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ପରିବାବର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ।

fallback

Also Read: ମୁଣ୍ଡଳୀରେ ହାତୀ ଉଦ୍ଧାର ଘଟଣା: ଜଣେ ସାମ୍ବାଦିକ ମୃତ, ଅନ୍ୟଜଣେ ଗୁରୁତର

ତେବେ SRC ପ୍ରଦୀପ ଜେନାଙ୍କ ସ୍ପଷ୍ଟିକରଣ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଟ୍ୱିଟକୁ ଡିଲିଡ୍ କରିଛନ୍ତି। ବର୍ତ୍ତମାନ ମଧ୍ୟ NDRFର ସର୍ଚ୍ଚ ଅପରେସନ ଜାରି ରହିଛି। ଉଦ୍ଧାର ଗଳିତ ମୃତଦେହ କାହାର ତାହା ସ୍ପଷ୍ଟ ହୋଇନାହିଁ। ସେପଟେ ନିଖୋଜ ହାତୀ ଏବଂ ସୀତାରାମଙ୍କ ଖୋଜା ଚାଲିଛି। ସେମାନେ ମୃତ କି ଜୀବିତ ସେ ବାବଦରେ କୌଣସି ସୂଚନା ମିଳିନାହିଁ।