ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି। ଯାହାକି ଅଞ୍ଚଳରେ ଏକ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶିକାର ବେଳେ ଅଘଟଣ ଏକ ବଡ଼ ଘଟିଛି। ଭିଣୋଇର ବନ୍ଧୁକ ଗୁଳିରେ ଚାଲିଯାଇଛି ଶାଳକର ଜୀବନ। ମୃତ ଶାଳକ ହେଲେ କୈଳାସ ନାୟକ। ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଗାଁର ପ୍ରାୟ ୧୦ଜଣ ଲୋକ ଶିକାର କରିବାକୁ ଜଙ୍ଗଲକୁ ଯାଇଥିଲେ। ରଜ ପାଇଁ ଜଙ୍ଗଲକୁ ବାରହା ଶିକାର କରି ଗାଁରେ ଭୋଜି ଭାତର ଆସର ହୋଇଥାନ୍ତା। ହେଲେ ଶିକାରକୁ ଯାଇ ସେଠାରେ ଭିଣୋଇ ଉଦୟ ନାୟକଙ୍କ ବନ୍ଧୁକ ଗୁଳିରେ ଶଳା କୈଳାସ ନାୟକଙ୍କ ମୃତ୍ୟୁ ଘଟିଛି। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। 


ଘଟଣା ସମ୍ପର୍କରେ ଖବର ପାଇ ମୋହନା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଉଦୟଙ୍କ ମର ଶରୀର ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଶଳା କୈଳାସକୁ ପୁଲିସ ନିଜ ହେପାଜତକୁ ନେଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଦେଶୀ ବନ୍ଧୁକକୁ ଜବତ କରିଥିବା ସୂଚନା ମିଳିଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ଜଣାପଡ଼ିବ ବୋଲି ପୁଲିସ କହିଛି। ଅନ୍ୟପଟେ ଉକ୍ତ ଅଂଚଳରେ ବେଆଇନ ଶିକାରୀ ବନ୍ଧୁକ ରଖି ଅବାଧରେ ଶିକାର କରିବାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପୁଲିସ ଏ ଦିଗରେ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।