Top 10 News: ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରି କଲା ନୂଆ ଆଡଭାଇଜରୀ, ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି, ପଢ଼ନ୍ତୁ ୧୦ ବଡ଼ ଖବର Top 10 News: ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରି କଲା ନୂଆ ଆଡଭାଇଜରୀ, ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି, ପଢ଼ନ୍ତୁ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2448182

Top 10 News: ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରି କଲା ନୂଆ ଆଡଭାଇଜରୀ, ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି, ପଢ଼ନ୍ତୁ ୧୦ ବଡ଼ ଖବର Top 10 News: ମଙ୍କିପକ୍ସକୁ ନେଇ କେନ୍ଦ୍ର ଜାରି କଲା ନୂଆ ଆଡଭାଇଜରୀ, ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି, ପଢ଼ନ୍ତୁ ୧୦ ବଡ଼ ଖବର

Top 10 News Headlines: ଭାରତରେ ମଙ୍କିପକ୍ସ (Mpox) ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଡଭାଇଜରୀ ଜାରି କରିଛି। ଏହି ଭୂତାଣୁକୁ ରୋକିବା ଏବଂ ସୁରକ୍ଷା ସମ୍ପର୍କରେ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 25 September 2024

Top 10 News Headlines 26 September 2024: H1. Odisha Rain Alert: ରାଜ୍ୟରେ ବର୍ଷା ଜାରି ରହିଛି । ଅନ୍ୟପଟେ ଦୁର୍ବଳ ହୋଇ ଲଘୁଚାପ ଘୂର୍ଣ୍ଣିବଳୟ ଭାବେ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ଆକଳନ କରିଛି ପାଣିପାଗ ବିଭାଗ । ଉତ୍ତର ଓଡ଼ିଶାରେ ବିଶେଷ ଭାବେ ବର୍ଷାର ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

H2. BJP National President JP Nadda in Odisha: ଆଜି ଓଡ଼ିଶା ଗସ୍ତରେ ଆସି ବିଜେପି ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀରେ ସାମିଲ ହୋଇଛନ୍ତି ଜେପି ନଡ୍ଡା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସଭାପତି ମନମୋହନ ସାମଲ, ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ହୋଇଥିଲେ । ସଦସ୍ୟତା ଅଭିଯାନରେ ଜେପି ନଡ୍ଡା କହିଥିଲେ ଯେ, ଭାରତରେ ୫ ହଜାର ପାର୍ଟି ରହିଥିବା ସମୟରେ ୫୦ରୁ ଅଧିକ ଆକ୍ଟିଭ ପାର୍ଟି ରହିଛି । କିନ୍ତୁ ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡର ଯୁକ୍ତ ରାଜନୈତିକ ଦଳ ।

H3. Odisha nursing staff to continue protest: ରାଜ୍ୟ ନର୍ସିଂ ସଂଘ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ ଡାକରା ଦେଇଛି। ରାଜ୍ୟ ସରକାରଙ୍କ ସହ ବୈଠକ ବିଫଳ ହେବା ପରେ ସଂଘ ଏପରି ବଡ଼ ନିଷ୍ପତ୍ତି ନେଇଛି । ୨୫ ସେପ୍ଟେମ୍ବରରୁ ଆନ୍ଦୋଳନକୁ ଓହ୍ଲାଇଥିବା ନର୍ସିଂ କର୍ମଚାରୀ ଜରୁରୀ ସେବାକୁ ଛାଡି ଅନ୍ୟ ଡ୍ୟୁଟିରୁ କାର୍ଯ୍ୟବନ୍ଦ ଡାକରା ଦେଇଥିଲେ । ସରକାରଙ୍କ ସହ ଆଲୋଚନାକୁ ନେଇ ସକରାତ୍ମକ ନିଷ୍କର୍ଷ ନ ଆସିବା ପରେ ରାଜ୍ୟ ନର୍ସିଂ କର୍ମଚାରୀ ସଂଘ ଶୁକ୍ରବାରଠାରୁ ଜରୁରୀକାଳୀନ ସେବା ବନ୍ଦ କରିବାକୁ ନେଇ ମଧ୍ୟ ଡାକରା ଦେଇଛି।

H4. 13 More OAS Officers Get New Posts: ରାଜ୍ୟ ସରକାର ଗୁରୁବାର ଦିନ ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ରଶ୍ମିରେଖା ପ୍ରଧାନ ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିଶନର ହୋଇଛନ୍ତି। ନୂଆ ସରକାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମକୁ ଗୁରୁତ୍ବ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ କାର୍ଯ୍ୟକ୍ରମ ତଦାରଖ ଲାଗି ୪ ଜଣ ବରିଷ୍ଠ ଓଏଏସ ନିଯୁକ୍ତ ହୋଇଛନ୍ତି।

H5. Mpox advisory: ଭାରତରେ ମଙ୍କିପକ୍ସ (Mpox) ର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଡଭାଇଜରୀ ଜାରି କରିଛି। ଏହି ଭୂତାଣୁକୁ ରୋକିବା ଏବଂ ସୁରକ୍ଷା ସମ୍ପର୍କରେ ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଏକ ଆଡଭାଇଜରୀ ଜାରି କରିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ରାଜ୍ୟ ସରକାର Mpox ସମ୍ବନ୍ଧରେ ଏକ ସଚେତନତା ଅଭିଯାନ ଚଳାଇବା ଆବଶ୍ୟକ, ଯାହା ଦ୍ୱାରା ଲୋକମାନେ ଏହି ରୋଗ ବିଷୟରେ ଜାଣିପାରିବେ ଏବଂ ଭୟଭୀତ ହେବେ ନାହିଁ। 

H6. Sanjay Raut Gets 15-Day Jail: ମାନହାନୀ ମାମଲାରେ ଶିବସେନା (UBT) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଗୁରୁବାର ଦିନ ତାଙ୍କୁ ୧୫ ଦିନର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ବ୍ୟତୀତ ୨୫ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଜନତା ପାର୍ଟି ନେତା କିରିଟ ସୋମାୟାଙ୍କ ପତ୍ନୀଙ୍କ ତରଫରୁ ରାଉତଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଥିଲା।

H7. Centre Increases Minimum Wage: ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶ୍ରମିକମାନଙ୍କ ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି। ଗୁରୁବାର ଦିନ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଏକ ବୟାନ ଜାରି କରି କହିଛି ଯେ ସରକାର ସର୍ବନିମ୍ନ ମଜୁରୀ ହାର ବୃଦ୍ଧି କରିଛନ୍ତି ଏବଂ ଭେରିଏବଲ୍ ମହଙ୍ଗା ଭତ୍ତା (ଭିଡିଏ) ସଂଶୋଧନ କରିଛନ୍ତି। ଏହି ନିଷ୍ପତ୍ତି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ଜୀବନର ମୂଲ୍ୟକୁ ସାମ୍ନା କରିବାରେ ସାହାଯ୍ୟ କରିବ।

H8. Indian Embassy in Lebanon issues travel advisory: ଲେବାନନରେ ବଢୁଥିବା ହିଂସା ମଧ୍ୟରେ ଭାରତ ନାଗରିକଙ୍କ ପାଇଁ ଭାରତ ଏକ ଆଡଭାଇଜରି ଜାରି କରିଛି। ଜାରି କରାଯାଇଥିବା ଆଜଭାଇଜରୀରେ ଭାରତ ନାଗରିକମାନଙ୍କୁ ଲେବାନନ ଯାତ୍ରା ନକରିବାକୁ ଅନୁରୋଧ କରିଛି। ଏଥିସହ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଏବଂ ଯଥାଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦିଆଯାଇଛି।

H9. PM Modi launches 3 Param Rudra supercomputers: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପ୍ରାୟ ୧୩୦ କୋଟି ଟଙ୍କା ମୂଲ୍ୟର ତିନୋଟି ପରମ ରୁଦ୍ର ସୁପର କମ୍ପ୍ୟୁଟରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଜାତୀୟ ସୁପରକମ୍ପ୍ୟୁଟିଂ ମିଶନ (ଏନଏସଏମ) ଅଧୀନରେ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଏହି ସୁପର କମ୍ପ୍ୟୁଟରକୁ ପୁଣେ, ଦିଲ୍ଲୀ ଏବଂ କୋଲକାତାରେ ସ୍ଥାପିତ କରାଯାଇ ବୈଜ୍ଞାନିକ ଗବେଷଣାର ସୁବିଧା ପାଇଁ ନିୟୋଜିତ କରାଯାଇଛି । ପ୍ରଧାନମନ୍ତ୍ରୀ ପାଣିପାଗ ଏବଂ ଜଳବାୟୁ ଗବେଷଣା ପାଇଁ ପ୍ରସ୍ତୁତ ଏକ ହାଇ ପରଫର୍ମାନ୍ସ କମ୍ପ୍ୟୁଟିଂ (ଏଚପିସି) ପ୍ରଣାଳୀର ଉଦଘାଟନ କରିଛନ୍ତି ।

H10. Shakib Al Hasan Retirement: ଆସନ୍ତାକାଲି ଠାରୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ବାଂଲାଦେଶର କ୍ରିକେଟ୍ ପ୍ରଶଂସକମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ଦଳର ଭେଟେରାନ ଖେଳାଳି ଶାକିବ ଅଲ ହାସନ ଏକ ବଡ଼ ଘୋଷଣା କରି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତେବେ ବାଂଲାଦେଶୀ ପ୍ରଶଂସକଙ୍କ ପାଇଁ ରିଲିଫ୍ ଖବର ହେଉଛି ଶାକିବ ଅଲ ହାସନ ନିଜ ବୟାନରେ କହିଛନ୍ତି ଯେ ସେ ଭାରତ ବିପକ୍ଷରେ କାନପୁର ଟେଷ୍ଟରେ ଉପଲବ୍ଧ ହେବେ। 

Also Read: Horoscope 27 September 2024: ୨୭ ସେପ୍ଟେମ୍ବରରେ ଦେବୀ ଲକ୍ଷ୍ମୀ ଚମକାଇବେ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ରାଶିଫଳ