Mukesh Ambani Threat: ଆଣ୍ଟିଲିଆ(Antilia) କାଣ୍ଡ ପରେ ପୁଣି ଥରେ ଦେଶର ପ୍ରତିଷ୍ଠିତ ଶିଳ୍ପପତି ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରକୁ ଧମକ ଦିଆଯାଇଛି। ଏଥର ରିଲାଏନ୍ସ ଫାଉଣ୍ଡେସନ(Reliance Foundation) ହସ୍ପିଟାଲର ଡିସପ୍ଲେ ନମ୍ବରରେ ଏହି ଧମକପୂର୍ଣ୍ଣ ଫୋନ୍ କଲ ଆସିଛି। କଲ୍ କରୁଥିବା ବ୍ୟକ୍ତି ମୁକେଶ ଅମ୍ବାନୀ ଓ ତାଙ୍କ ପରିବାରକୁ ଧମକ ଦେଇଥିଲେ। ଏହା ପରେ ଡାକ୍ତରଖାନାର କର୍ତ୍ତୃପକ୍ଷ ମାନେ ଡିବି ମାର୍ଗରେ ଥିବା ପୋଲିସ ଷ୍ଟେସନ(Police Station)ରେ ଅଭିଯୋଗ କରିଛନ୍ତି। ସୂତ୍ରରୁ ପ୍ରକାଶ ଯେ, ସମୁଦାୟ ୮ଟି ଧମକପୂର୍ଣ୍ଣ କଲ ଆସିଥିଲ। ଯାହାର ପୋଲିସ ବର୍ତ୍ତମାନ ଯାଞ୍ଚ କରିବା ଆରମ୍ଭ କରିଛି। ମିଳିଥିବା ତାଜା ସୂଚନା ଅନୁଯାୟୀ, ମୁମ୍ବାଇ ପୋଲିସ ଆଣ୍ଟିଲିଆ ଧମକ ମାମଲାରେ ଦାହିସରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ଘଟଣାଟି ଏକ ପ୍ରାଙ୍କ କଲ ପରି ପ୍ରାଥମିକ ତତଦନ୍ତରୁ ଅନୁମାନ କରାଯାଉଛି। ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ମୁମ୍ବାଇ ପୋଲିସର ୪ଟି ଟିମ୍ ନିୟୋଜିତ ହୋଇଥିଲେ। ମାତ୍ର ଏକ ଘଣ୍ଟା ତଳେ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।


COMMERCIAL BREAK
SCROLL TO CONTINUE READING

ଧମକ କଲ୍ ବିଷୟରେ ସୂଚନା ପାଇ ମୁମ୍ବାଇ ପୋଲିସ(Mumbai Police)ର ଏକ ଟିମ୍, ମହାରାଷ୍ଟ୍ର ଏଟିଏସ୍(ATS) ଟିମ୍ ଓ କ୍ରାଇମ ବ୍ରାଞ୍ଚ(Crime Branch) ଟିମ୍ ଆଣ୍ଟିଲିଆ (Antilia)ରେ ପହଞ୍ଚିଛନ୍ତି। ଏଥିସହ ଆଣ୍ଟିଲିଆ ଆଖପାଖ ରାସ୍ତାରେ ପୋଲିସ ସାଧା ପୋଷାକରେ ବୁଲୁଛି। ଯାହା ଦ୍ବାରା ଯଦି କୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖାଯାଏ ତେବେ ତାଙ୍କୁ ପଚରାଉଚରା କରାଯାଇପାରିବ। ଏହା ବ୍ୟତୀତ ପୋଲିସ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି। ଏଠାରେ କହିରଖୁଛୁ ଯେ, ଗତ ବର୍ଷ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆଠାରୁ କିଛି ଦୂରରେ ଏକ ସନ୍ଦିଗ୍ଧ କାର ମିଳିଥିଲା। ​​ଯେଉଁଥିରୁ କିଛି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଥିଲା। ଆଣ୍ଟିଲିଆ ବାହାରେ ଠିଆ ହୋଇଥିବା ଏହି ସ୍କୋର୍ପିଓରୁ ଏକ ଚିଠି ମଧ୍ୟ ମିଳିଥିଲା। ଯେଉଁଥିରେ ଅମ୍ବାନୀ ପରିବାରକୁ ଉଡାଇ ଦେବାର ଧମକ ଦିଆଯାଇଥିଲା।



ସ୍କୋର୍ପିଓରେ ମିଳିଥିବା ଏକ ବ୍ୟାଗରେ ମୁମ୍ବାଇ ଇଣ୍ଡିଆନ୍ସ ଲେଖା ଥିଲା। ଆହୁରି ମଧ୍ୟ ଚିଠିରେ ଲେଖାଥିଲା ଯେ, ତୁମେ ଓ ତୁମ ପରିବାର ଟିକେ ସମ୍ଭାଳିକି ରହିଥିବ। ତୁମକୁ ଉଡ଼ାଇବା ପାଇଁ ସମସ୍ତ ବ୍ୟବସ୍ଥା ହୋଇ ସାରିଛି। ସେହି ଧମକ ପରେ ମୁମ୍ବାଇ ପୋଲିସ ଓ ସମସ୍ତ ସୁରକ୍ଷା ଏଜେନ୍ସି ସତର୍କ ହୋଇଯାଇଥିଲେ। ଏଥିସହିତ ମୁକେଶ ଅମ୍ବାନୀଙ୍କ Z+ ସୁରକ୍ଷା ଦାୟିତ୍ବ CRPFକୁ ଦିଆଯାଇଥିଲା ଏବଂ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ Y+ କେଟାଗୋରୀ ସୁରକ୍ଷା ପ୍ରଦାନ କରାଯାଇଥିଲା।


୨୦୧୩ ମସିହାରେ ମୁକେଶ ଅମ୍ବାନୀଙ୍କୁ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନ ପାଖରୁ ଧମକ ଆସିଥିଲା। ତାହା ପରେ ତାଙ୍କୁ ତତ୍କାଳୀନ ମନମୋହନ ସିଂ ସରକାର ତାଙ୍କୁ Z+ ସୁରକ୍ଷା ପ୍ରଦାନ କରିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ନୀତା ଅମ୍ବାନୀଙ୍କୁ ମଧ୍ୟ Y+ ସୁରକ୍ଷା ଦିଆଯାଇଥିଲା। ଏଥିସହିତ ସେବେଠାରୁ ମୁକେଶ ଅମ୍ବାନୀଙ୍କ ପିଲା ମାନଙ୍କୁ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ଗ୍ରେଡେଡ ସୁରକ୍ଷା ଦିଆଯାଇ ଆସୁଛି।