ନୂଆଦିଲ୍ଲୀ: ସାଇବର ଅପରାଧର ଏହି ଯୁଗରେ ନିଜର ଡାଟା ଏବଂ ଚାଟ୍କୁ ସୁରକ୍ଷିତ ରଖିବା ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଛି । ଏଥିପାଇଁ ଏହା ଅତ୍ୟନ୍ତ ଜରୁରୀ ଯେ ଆପଣ ଏପରି ଆପ୍ ବ୍ୟବହାର କରନ୍ତୁ ଯାହା ସୁରକ୍ଷିତ ଅଟେ । ତେବେ ଫେସବୁକ ମେସେଞ୍ଜର (Facebook Messenger) ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସମ୍ନାକୁ ଆସିଛି । ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଏହି ଆପ୍ ବ୍ୟବହାର କରିବା ଅର୍ଥ ହେଉଛି ଯେ ଆପଣଙ୍କର ଚାଟ୍ 'ବିପଦ'ରେ ଅଛି ଏବଂ ଏହାକୁ ବାହାର ଲୋକ ପଢ଼ିପାରିବେ ।


COMMERCIAL BREAK
SCROLL TO CONTINUE READING

ଦି ସନ୍ଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ଏକ୍ସପର୍ଟ ତଥା ସ୍ପାଇଲିକ୍ସ ସିଇଓ ଷ୍ଟିଭେନ୍ ୱାକର କହିଛନ୍ତି ଯେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଫେସବୁକ୍ ମେସେଞ୍ଜର ହେଉଛି ଖୁବ୍ କମ୍ ଆପ୍ ମଧ୍ୟରୁ ଗୋଟିଏ ଯାହା ଆଇଫୋନ୍ ବ୍ୟବହାରକାରୀମାନେ ନିଜ ଡିଭାଇସରେ ଇନଷ୍ଟଲ୍ କରିବା ଉଚିତ୍ ନୁହେଁ । ଏହା ଏତେ ଲୋକପ୍ରିୟ ଯେ ଲୋକମାନେ ଅନ୍ଧ ଭାବରେ ଏହାକୁ ବିଶ୍ୱାସ କରନ୍ତି । କିନ୍ତୁ କହି ରଖୁଛୁ ଯେ ଫେସବୁକ୍ ମେସେଞ୍ଜର ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପ୍ରଦାନ କରେ ନାହିଁ ।


କେହି ବି ଚାହାଁନ୍ତି ନି ଯେ ସେମାନେ ମେସେଞ୍ଜରରେ ଯାହା କଥା ହେଉଛନ୍ତି ତାହା ତୃତୀୟ ବ୍ୟକ୍ତି ଜଣାପଡୁ । କିନ୍ତୁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ନହେବା ଅର୍ଥ ଆପଣଙ୍କ ଚାଟ୍ ବିପଦରେ ରହିଛି । ବଡ ସେଲିବ୍ରିଟିଙ୍କ ଚାଟ୍ ଲିକ୍ ବର୍ତ୍ତମାନ ସାଧାରଣ ହୋଇଗଲାଣି । ସୁରକ୍ଷା ବ୍ୟବଧାନକୁ ଦୃଷ୍ଟିରେ ରଖି ୱାକର୍ ଆପ୍ ବ୍ୟବହାର କରିବାକୁ ପରାମର୍ଶ ଦେଇଥାଏ ଯାହା ଉନ୍ନତ ସୁରକ୍ଷା ଏବଂ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ପ୍ରଦାନ କରିଥାଏ । ହ୍ୱାଟସ୍ ଆପ୍ ତାଲିକାର ଶୀର୍ଷରେ ଅଛି ।


ଏକ ବର୍ଷ ପୂର୍ବେ, ଫେସବୁକ୍ ପରାମର୍ଶ ଦେଇଥିଲା ଯେ ୨୦୨୨ ସୁଦ୍ଧା ମେସେଞ୍ଜର ଏବଂ ଇନଷ୍ଟାଗ୍ରାମ ଡାଇରେକ୍ଟରେ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ହୋଇଯିବ । ଏହା ଲୋକଙ୍କ ବ୍ୟକ୍ତିଗତ ମେସେଜକୁ ସୁରକ୍ଷା ଦେବ ଏବଂ ଏହାର ଅର୍ଥ ହେଉଛି କେବଳ ପ୍ରେରକ ଏବଂ ରିସିଭର୍ ମେସେଜକୁ ଆକ୍ସେସ କରିପାରିବେ ।


ଏହା ବି ପଢ଼ନ୍ତୁ: ବଦଳାଇଛନ୍ତି କି ଚାକିରି? ଘରେ ବସି ଏପରି ଚୁଟକିରେ କରନ୍ତୁ PF ଟଙ୍କା ଟ୍ରାନ୍ସଫର


ଏହା ବି ପଢ଼ନ୍ତୁ: ଏପରି ନାମ ଥିବା ଲୋକମାନଙ୍କୁ ମିଳିଥାଏ ପ୍ରେମରେ ଧୋକା; ଆପଣ ବି ଦେଖି ନିଅନ୍ତୁ