ବଦଳାଇଛନ୍ତି କି ଚାକିରି? ଘରେ ବସି ଏପରି ଚୁଟକିରେ କରନ୍ତୁ PF ଟଙ୍କା ଟ୍ରାନ୍ସଫର
Advertisement

ବଦଳାଇଛନ୍ତି କି ଚାକିରି? ଘରେ ବସି ଏପରି ଚୁଟକିରେ କରନ୍ତୁ PF ଟଙ୍କା ଟ୍ରାନ୍ସଫର

PF Update: ଯଦି ଆପଣ ଚାକିରି ବଦଳାଇଛନ୍ତି ଓ ଆପଣ EPF କୁ ଆପଣଙ୍କ ପୂର୍ବ କମ୍ପାନୀରୁ ବର୍ତ୍ତମାନର କମ୍ପାନୀ ଆକାଉଣ୍ଟ ଟ୍ରାନଫର କରିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣ ଏହାକୁ ଘରେ ବସି ଆରାମରେ କରି ପାରିବେ । ଜାଣନ୍ତୁ ସହଜ ପ୍ରୋସେସ ...

ସାଙ୍କେତିକ ଫଟୋ

EPFO ଗତ କିଛି ବର୍ଷ ମଧ୍ୟରେ ଏହାର ଉପଭୋକ୍ତାଙ୍କୁ ପ୍ରଦାନ କରିଥିବା ସମସ୍ତ ସର୍ଭିସକୁ ଡିଜିଟାଇଜେସନ୍ କରିଛି । ଅନଲାଇନରେ ନାମାଙ୍କନ ଦାଖଲ କରିବା ଠାରୁ ଆରମ୍ଭ କରି, ନୂଆ UAN ନମ୍ବର ତିଆରି କରିବା ଏବଂ EPF ଆକାଉଣ୍ଟରୁ ଟଙ୍କା ଉଠାଇବା ପର୍ଯ୍ୟନ୍ତ, EPFO ଏହାର ସମସ୍ତ ସେବା ଅନଲାଇନରେ ଉପଲବ୍ଧ କରାଇଛି । EPFO ଗ୍ରାହକମାନେ ଅନଲାଇନରେ ସବୁ ସର୍ଭିସ ସହଜରେ ପାଇ ପାରିବେ । ଏହା ବ୍ୟତୀତ, EPFO ଉପଭୋକ୍ତାମାନେ ସେମାନଙ୍କର KYC କୁ ମଧ୍ୟ ଅପଡେଟ୍ କରିପାରିବେ, ସେମାନଙ୍କର EPFO ​​ବାଲାନ୍ସ ଯାଞ୍ଚ କରିପାରିବେ ଏବଂ ଅନଲାଇନରେ ସେମାନଙ୍କର PF କ୍ଲେମ ଫାଇଲ୍ ମଧ୍ୟ କରିପାରିବେ । ଏହା ବ୍ୟତୀତ, EPFO ଗ୍ରାହକମାନେ ସେମାନଙ୍କର EPFO ବାଲାନ୍ସକୁ ଅନଲାଇନ୍ ମାଧ୍ୟମରେ ସହଜରେ ଟ୍ରାନ୍ସଫର କରିପାରିବେ । 

ଯଦି ଆପଣ ବର୍ତ୍ତମାନ ଚାକିରି ବଦଳାଇଛନ୍ତି ଏବଂ ଆପଣ ଆପଣଙ୍କର PF କୁ ଆପଣଙ୍କର ପୂର୍ବ କମ୍ପାନୀରୁ ବର୍ତ୍ତମାନର କମ୍ପାନୀକୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି, ତେବେ ବର୍ତ୍ତମାନ ଆପଣ ଏହାକୁ ଘରେ ବସି ଚୁଟକିରେ କରିପାରିବେ । ଜାଣନ୍ତୁ ଏହାର ସହଜ ପ୍ରୋସେସ...

ଷ୍ଟେପ୍ 1: ଆପଣଙ୍କର UAN ଏବଂ ପାସୱାର୍ଡ ବ୍ୟବହାର କରି ଆପଣଙ୍କର EPF ଆକାଉଣ୍ଟକୁ ଲଗ୍ଇନ୍ କରନ୍ତୁ । ଏହି ଲିଙ୍କ୍ https://unifiedportal-mem.epfindia.gov.in/memberinterface/ କ୍ଲିକ୍ କରି ଆପଣ ସିଧାସଳଖ ଲଗଇନ୍ ପେଜକୁ ଯାଇ ପାରିବେ । 

ଷ୍ଟେପ୍ 2: ବର୍ତ୍ତମାନ, Online Services ବିକଳ୍ପକୁ ଚୟନ କରନ୍ତୁ ।

ଷ୍ଟେପ୍ 3: ଏହାପରେ 'One Member–One EPF Account (Transfer Request)' ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ  ।

ଷ୍ଟେପ୍ 4: ଏହାପରେ ଆପଣଙ୍କର ପର୍ସନାଲ ଡିଟେଲ୍ସ ଏବଂ ବର୍ତ୍ତମାନ PF ଆକାଉଣ୍ଟ୍ ଡିଟେଲ୍ସ ଭେରିଫାଇ କରନ୍ତୁ  ।

ଷ୍ଟେପ୍ 5: ଆପଣ ଆପଣଙ୍କର PF ଆକାଉଣ୍ଟ୍ ଡିଟେଲ୍ସ ଭେରିଫାଇ କରିସାରିବା ପରେ, ଆପଣଙ୍କର ପୂର୍ବ କମ୍ପାନୀର PF ଆକାଉଣ୍ଟ୍ ଡିଟେଲ୍ସ ଦେଖିବା ପାଇଁ Get Details ଅପ୍ସନ ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ 6: ଏହାପରେ କ୍ଲେମ ଫର୍ମ ଭେରିଫାଇ କରିବା ପାଇଁ ଆପଣଙ୍କର ପୂର୍ବ କମ୍ପାନୀ କିମ୍ବା ବର୍ତ୍ତମାନ କମ୍ପାନୀ ଚୟନ କରନ୍ତୁ ।

ଷ୍ଟେପ୍ 7: କୌଣସି ଏକ କମ୍ପାନୀ ଚୟନ କରନ୍ତୁ ଏବଂ ଆପଣଙ୍କର ମେମ୍ବର ID କିମ୍ବା UAN ଟାଇପ୍ କରନ୍ତୁ ।

ଷ୍ଟେପ୍ 8: ବର୍ତ୍ତମାନ ଆପଣଙ୍କର ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ପାଇବା ପାଇଁ Get OTP ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ ।

ଷ୍ଟେପ୍ 9: ବର୍ତ୍ତମାନ ଆପଣ ନିଜ ଫୋନରେ ପାଇଥିବା OTP ଏଣ୍ଟ୍ରି କରନ୍ତୁ ଏବଂ ସବମିଟ ବଟନ୍ ଦବାନ୍ତୁ । ଆପଣ OTP ସହିତ ଏକ ମେସେଜ ପାଇବେ ।

ଷ୍ଟେପ୍ 10: ବର୍ତ୍ତମାନ, ଆପଣଙ୍କୁ PF ଟ୍ରାନ୍ସଫର ରିକ୍ୟୁଏଷ୍ଟ ଫର୍ମକୁ ସେଲ୍ଫ ଆଟେଷ୍ଟ କରିବାକୁ ପଡିବ । ଆପଣ ପୂର୍ବ କମ୍ପାନୀକୁ ଆପଣଙ୍କ EPF ଟ୍ରାନ୍ସଫର ରିକ୍ୟୁଏଷ୍ଟ ବିଷୟରେ ମଧ୍ୟ ଅବଗତ କରାଯିବ ।

 

ଏହା ବି ପଢ଼ନ୍ତୁ: ଏପରି ନାମ ଥିବା ଲୋକମାନଙ୍କୁ ମିଳିଥାଏ ପ୍ରେମରେ ଧୋକା; ଆପଣ ବି ଦେଖି ନିଅନ୍ତୁ

ଏହା ବି ପଢ଼ନ୍ତୁ: ୨୦୦୦ କୋଟି ଟଙ୍କାର ଘୋଟାଲା! ସିସୋଦିଆଙ୍କୁ ଗିରଫ କରାଯିବାର ଭୟ କରୁଛି AAP