Indian origin leave Twitter, ନୂଆଦିଲ୍ଲୀ: ଟ୍ୱିଟରକୁ ଏକ ଶକ୍ତ ଝଟକା ଲାଗିଛି। ବୈଷୟିକ ଉପାଧ୍ୟକ୍ଷ ତଥା ବରିଷ୍ଠ କାର୍ଯ୍ୟନିର୍ବାହୀ ସନ୍ଦୀପ ପାଣ୍ଡେ, ଟ୍ୱିଟର ଛାଡିଛନ୍ତି। ଭାରତୀୟ ବଂଶଦ୍ଭବ ସନ୍ଦୀପ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଟ୍ୱିଟରରେ କାମ କରିଛନ୍ତି। ପାରାଗ ଅଗ୍ରୱାଲଙ୍କ ନେତୃତ୍ୱାଧୀନ ପ୍ଲାଟଫର୍ମ ଛାଡି ସନ୍ଦୀପ, ମାର୍କ ଜୁକରବର୍ଗଙ୍କ ମେଟା (ଫେସବୁକ)ରେ ଯୋଗ ଦେଇଛନ୍ତି। ତେବେ କିଛି ମାସ ହେଲା ଟ୍ୱିଟରର ସାଇବର ସୁରକ୍ଷାକୁ ନେଇ ସନ୍ଦୀପ ପାଣ୍ଡେ ଚିନ୍ତିତ ଥିବା କୁହାଯାଉଛି। ଏକ ରିପୋର୍ଟ ଅନୁଯାୟୀ, ସନ୍ଦୀପ ପାଣ୍ଡେ ମେଟାର AI ଏବଂ ମେସିନ୍ ଲର୍ନିଂ ଦଳରେ କାର୍ଯ୍ୟ କରିବେ।


COMMERCIAL BREAK
SCROLL TO CONTINUE READING

ସନ୍ଦୀପ ପାଣ୍ଡେ ୨୦୧୨ରେ ଟ୍ୱିଟରରେ ନିଯୁକ୍ତି ପାଇଥିଲେ। ସେ ସେଣ୍ଟ୍ରାଲ ମେସିନ୍ ଲର୍ନିଂ, ଡାଟା ସାଇନ୍ସ ଏବଂ ଡାଟା ପ୍ଲାଟଫର୍ମର ନେତୃତ୍ୱ ନେଇଥିଲେ। Carnegie Mellon Universityରେ ଅଧ୍ୟୟନ କରି ସନ୍ଦୀପ, ଆଇବିଏମ୍ ଇଣ୍ଡିଆ ରିସର୍ଚ୍ଚ ଲ୍ୟାବ ଏବଂ ଗୁଗୁଲରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପରେ ପାଣ୍ଡେ ଷ୍ଟାଫ୍ ଇଞ୍ଜିନିୟର ଭାବରେ ଟ୍ୱିଟରରେ ଯୋଗଦେବା ପୂର୍ବରୁ ୟାହୁରେ research scientist ଭାବରେ କାର୍ଯ୍ୟ କରିଥିଲେ। ଟ୍ୱିଟରରେ ସେ ବିଭିନ୍ନ ଦକ୍ଷତା କ୍ଷେତ୍ରରେ କାର୍ଯ୍ୟ କରିଥିଲେ, ଯେପରିକି ଇଞ୍ଜିନିୟରିଂର ବରିଷ୍ଠ ନିର୍ଦ୍ଦେଶକ, ରେଭେନ୍ୟୁ ସାଇସର ମୁଖ୍ୟ। ତାଙ୍କର ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ ବ୍ରାଣ୍ଡ ଏବଂ ଭିଡିଓ ଦଳର ମଧ୍ୟ ନେତୃତ୍ୱ ନେଇଥିଲେ।


Also Read: ଏଲୋନ୍ ମସ୍କକୁ ଡବଲ ଝଟକା; ଟ୍ୱିଟର ନେଲା 'ପ୍ରତିଶୋଧ'


ଟେସଲା ସିଇଓ ଏଲୋନ୍ ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବାକୁ ଘୋଷଣା କରିବା ପରେ ଅନେକ ହାଇ-ପ୍ରୋଫାଇଲ୍ କର୍ମଚାରୀ ପ୍ଲାଟଫର୍ମ ଛାଡିଛନ୍ତି। ଟ୍ୱିଟର ଛାଡିଥିବା ଅଧିକାରୀଙ୍କ ମଧ୍ୟରେ କ୍ୟାଟ୍ରିନା ଲେନ୍ (VP of Twitter service), ଇଲିଆ ବ୍ରାଉନ୍ (VP of Health) ଏବଂ ମ୍ୟାକ୍ସ ସ୍କାଇଜର (head of data science) ଅଛନ୍ତି। ଏବେ ଏହି ତାଲିକାରେ ଭାରତ ବଂଶଦ୍ଭବ ସନ୍ଦୀପ ପାଣ୍ଡେ ସାମିଲ ହୋଇଛନ୍ତି। ମେ ମାସରେ ପରାଗ ଅଗ୍ରୱାଲ୍, ଟ୍ୱଟିରର consumer product leader କେଭୋନ୍ ବେକପୁର ଏବଂ head of revenue product ବ୍ରୁସ୍ ଫାଲ୍କଙ୍କୁ ବରଖାସ୍ତ କରି କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟା ରଖାଯାଇଛି ଏବଂ ଟ୍ୱିଟର ତାର ଅନେକ ବିଭାଗକୁ ବନ୍ଦ କରିବାକୁ ଯାଉଛି।


ନିକଟରେ ଟ୍ୱିଟର ଏହାର talent acquisition teamରୁ ୩୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଛି। ଏହାପରେ କମ୍ପାନୀର ନିଯୁକ୍ତି ପ୍ରକ୍ରିୟା ମଧ୍ୟ ବନ୍ଦ ଅଛି। ଟ୍ୱିଟରକୁ ଏଲୋନ ମାସ୍କ ଅଧିଗ୍ରହଣ କରିବାର ଖବର ଆସିବା ପରେ କମ୍ପାନୀର କର୍ମଚାରୀମାନଙ୍କ ମଧ୍ୟରେ ହଇ ଚଇ ସୃଷ୍ଟି ହୋଇଥିଲା। ଏପରି କି ଟ୍ୱିଟର ସିଇଓ ପରାଗ ଅଗ୍ରୱାଲ ନିଜ ପଦରୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପରାଗ ନିଜ ସହ କମ୍ପ୍ରମାଇଜ କରି ଟ୍ୱିଟରରେ ରହିଲେ। ପରବର୍ତ୍ତୀ ସମୟରେ ଏଲୋନ ମସ୍କ ତାଙ୍କ ଚୁକ୍ତିରୁ ଓହରି ଗଲେ। କମ୍ପାନୀ ତାଙ୍କ ସର୍ତ୍ତ ପୂରଣ କରୁନଥିବାରୁ ସେ ଏହି ଡିଲ୍ କରିବେ ନାହିଁ ବୋଲି ଏଲୋନ ସଫେଇ ଦେଇଥିଲେ।