Petrol Diesel Price Reduced: ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଉଥିବା ବେଳେ କେନ୍ଦ୍ର ସରକାର ଶନିବାର ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କେନ୍ଦ୍ର ସରକାର ଶନିବାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଘୋଷଣା କରିଛନ୍ତି। ଏହାପରେ କେରଳ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଟିକସରେ ୨.୪୧ ଟଙ୍କା ଏବଂ ୧.୩୬ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଶନିବାର କହିଛନ୍ତି ଯେ, ଆମେ ପେଟ୍ରୋଲ ଉପରେ କେନ୍ଦ୍ରୀୟ ଏକ୍ସାଇଜ୍ ଶୁଳ୍କ ଲିଟର ପିଛା ୮ ଟଙ୍କା ଓ ଡିଜେଲ ଉପରେ ଲିଟର ପିଛା ୬ ଟଙ୍କା ହ୍ରାସ କରୁଛୁ। ଏହାଦ୍ୱାରା ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ। କେନ୍ଦ୍ର ସରକାରଙ୍କ ଘୋଷଣା ପରେ କେରଳ ସରକାର ମଧ୍ୟ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଟିକସ ହ୍ରାସ କରିଛନ୍ତି। କେରଳ ଅର୍ଥମନ୍ତ୍ରୀ କେ.ଏନ୍ ବାଲାଗୋପାଲ ଘୋଷଣା କରିଛନ୍ତି ଯେ, ରାଜ୍ୟ ସରକାର ପେଟ୍ରୋଲ ଉପରେ ୨.୪୧ ଟଙ୍କା ଏବଂ ଡିଜେଲ ଉପରେ ୧.୩୬ ଟଙ୍କା ହ୍ରାସ କରିଛନ୍ତି। 


Also Read: ସାଧାରଣ ଜନତାଙ୍କ ପାଇଁ ବଡ଼ ରିହାତି, ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କଲା କେନ୍ଦ୍ର


ବର୍ତ୍ତମାନ କେରଳ (Kerala) ରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୧୭.୧୭ ଟଙ୍କା ଥିବାବେଳେ ଡିଜେଲ ଲିଟର ପିଛା ୧୦୩.୯୩ ଟଙ୍କା ରହିଛି। ଇନ୍ଧନ ବ୍ୟତୀତ ଯେଉଁମାନେ ଗ୍ୟାସ ସିଲିଣ୍ଡର (Gas Cylinder)  କିଣୁଛନ୍ତି ସେମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିଛନ୍ତି। ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ପ୍ରତି ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଘୋଷଣା କରି ନିର୍ମଳା ସୀତାରମଣ କହିଛନ୍ତି, "ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୯ କୋଟିରୁ ଅଧିକ ହିତାଧିକାରୀଙ୍କୁ ଆମେ ଗ୍ୟାସ ସିଲିଣ୍ଡର ପିଛା ୨୦୦ ଟଙ୍କା (୧୨ ସିଲିଣ୍ଡର ପର୍ଯ୍ୟନ୍ତ) ସବସିଡି ଦେବୁ। ଏହା ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ କରିବ।"


ନିର୍ମଳା ସୀତାରମଣ ଟ୍ୱିଟ୍ କରି କହିଛନ୍ତି ଯେ, ପିଏମ ମୋଦିଙ୍କ ସରକାର କେନ୍ଦ୍ରକୁ ଆସିବା ଦିନଠାରୁ ଆମେ ଗରୀବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛୁ। ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମେ କିଛି ପଦକ୍ଷେପ ନେଇଛୁ। ଏହାର ଫଳାଫଳ ସାମ୍ନାକୁ ଆସିଛି ଯେ, ଆମର କାର୍ଯ୍ୟକାଳ ମଧ୍ୟରେ ହାରାହାରି ମହଙ୍ଗା ଦର ପୂର୍ବ ସରକାରଙ୍କ ତୁଳନାରେ କମ୍ ରହିଛି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ସମୟରେ ଦୁନିଆ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ବିଶ୍ୱ କୋରୋନା ମହାମାରୀରୁ ସୁସ୍ଥ ହେଉଥିବାବେଳେ ୟୁକ୍ରେନ ସଙ୍କଟ ଦେଖାଦେଇଥିଲା, ଯାହା ଫଳରେ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହୋଇଛି। ଅନେକ ଦେଶରେ ମହଙ୍ଗା ହାର ବୃଦ୍ଧି ପାଇଛି ଏବଂ ଅର୍ଥନୈତିକ ସଙ୍କଟ ଦେଖାଦେଇଛି।