18th Pravasi Bharatiya Divas: ଆଜିଠାରୁ ପ୍ରବାସୀ ଭାରତୀୟ ଦିବସ, ୭୫ ଦେଶର ୬ ହଜାର ପ୍ରତିନିଧି
Advertisement
Article Detail0/zeeodisha/odisha2592242

18th Pravasi Bharatiya Divas: ଆଜିଠାରୁ ପ୍ରବାସୀ ଭାରତୀୟ ଦିବସ, ୭୫ ଦେଶର ୬ ହଜାର ପ୍ରତିନିଧି

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ।  ବ୍ୟବସାୟ, ଟେକ୍ନୋଲୋଜି, ଅର୍ଥନୀତି, ସାମାଜିକ ଓ ବିଶ୍ୱ କ୍ଷମତାର ନେତୃତ୍ୱ ନେଉଥିବା ୭୫ ଦେଶର ୬୦୦୦ ପ୍ରତିନିଧି ଏଥିରେ ଯୋଗ ଦେବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ନୀତି ଅନୁସାରେ ଓଡ଼ିଶାର ପ

18th Pravasi Bharatiya Divas: ଆଜିଠାରୁ ପ୍ରବାସୀ ଭାରତୀୟ ଦିବସ, ୭୫ ଦେଶର ୬ ହଜାର ପ୍ରତିନିଧି

18th Pravasi Bharatiya Divas: ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ସମ୍ମିଳନୀ।  ବ୍ୟବସାୟ, ଟେକ୍ନୋଲୋଜି, ଅର୍ଥନୀତି, ସାମାଜିକ ଓ ବିଶ୍ୱ କ୍ଷମତାର ନେତୃତ୍ୱ ନେଉଥିବା ୭୫ ଦେଶର ୬୦୦୦ ପ୍ରତିନିଧି ଏଥିରେ ଯୋଗ ଦେବା ଲାଗି ଭୁବନେଶ୍ୱରରେ ପହଞ୍ଚିଛନ୍ତି। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ନୀତି ଅନୁସାରେ ଓଡ଼ିଶାର ପ୍ରଗତୀରେ ଏହି ପ୍ରବାସୀଙ୍କ ନିବେଶକୁ ମୁଖ୍ୟ ଉଦ୍ଦେଶ୍ୟ ଭାବେ ଗ୍ରହଣ କରାଯାଇଛି। ଏହିକ୍ରମରେ ଓଡ଼ିଶା ଏହା କଳା, ସଂସ୍କୃତିଳ ରାଜନୀତିକ ସ୍ଥିରତା, ଅର୍ଥନୀତିକ ପ୍ରଗତୀର କାନ୍‍ଭାସ୍‍କୁ ସମସ୍ତଙ୍କ ସାମ୍ନାରେ ଉନ୍ମୁକ୍ତ କରିଛି। ଏହାସହ ନିବେଶକଙ୍କ ମନରେ ଥିବା ସମସ୍ତ ସନ୍ଦେହ ଦୂର କରିବା ଲାଗି ମଧ୍ୟ ସୁଯୋଗ ସୃଷ୍ଟି କରିଛି। 

ବିଶାଳ ସାମୁଦ୍ରିକ ତଟ, ନିରନ୍ତର ଅର୍ଥନୀତିକ ବିକାଶ, ମୁଣ୍ଡପିଛା ନ୍ୟୁନ ଋଣ ହାର, ଦକ୍ଷତାପୂର୍ଣ୍ଣ ମାନବସମ୍ବଳ, ଖଣିଜ ସମ୍ପଦ ଏବଂ ସମସାମୟିକ ଶିଳ୍ପ ପାଇଁ ସୁଯୋଗକୁ କିପରି ବିକଶିତ କରାଯାଇ ଏଠାକୁ ନିବେଶ ଆକର୍ଷଣ କରାଯାଇପାରିବ ତାହା କେବଳ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟ ତାହା ନୁହେଁ, ଭାରତ ସରକାର ମଧ୍ୟ ଯଥେଷ୍ଟ ଉଦ୍ୟମ କରୁଛନ୍ତି। ଏହିକ୍ରମରେ ଆଜି ପ୍ରଥମ ଦିନରେ ଯୁବା ନେତୃତ୍ୱଙ୍କ ସହ ଆଲୋଚନା  ହେବ। ଏଥିଲାଗି ଆଜି ନାଁ ରଖାଯାଇଛି ‘ଯୁବ ପ୍ରବାସୀ ଭାରତୀୟ ଦିବସ’। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗାରେଟା ଏହି ସମାବେଶକୁ ଉଦ୍‍ଘାଟନ କରିବେ। ଜନତା ମୈଦାନଠାରେ ଏହାର ଶୁଭାରମ୍ଭ ହେବ। ଆଲୋଚନା ମଧ୍ୟ ପ୍ଲେନାରୀ ହଲରେ ଆୟୋଜିତ ହେବ। ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁଜ୍‍ ଓ୍ୱିକ୍‍ ସିଇଓ ପଦ୍ମଶ୍ରୀ ଡ. ଦେବ ପ୍ରଗଡ଼ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେବେ। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍ ଜୟଶଙ୍କର, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପ୍ରମୁଖ ଏହି ଅଧିବେଶନରେ ନିଜର ବକ୍ତବ୍ୟ ରଖିବେ। କ୍ରୀଡ଼ା ଓ ଯୁବବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରକ୍ଷା ନିଖିଲ ଖଡ଼ସେ ଧନ୍ୟବାଦ ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। ସକାଳ ୧୦ଟାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ୧୦ଟା ୩୦ରେ ଶେଷ ହେବ। 

ଉଦ୍‍ଘାଟନୀ ଉତ୍ସବ ଶେଷ ହେବା ପରେ ଆର୍ମ୍ଭ ହେବ ପ୍ଲେନାରୀ ଆଲୋଚନା। ଏଥିରେ ବିଷୟବସ୍ତୁ ରହିଛି ବିଶ୍ୱିକୃତ ବିଶ୍ୱରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟଙ୍କ ଯୁବା ନେତୃତ୍ୱ। ଏହାକୁ ଯୁବ ବ୍ୟାପାର ମନ୍ତ୍ରୀ ଡ. ମନସୁଖ ମାଣ୍ଡବୀୟ ଅଧ୍ୟକ୍ଷତା କରିବେ। ଫ୍ଲିପ୍‍ କାର୍ଟ ସହ ପ୍ରତିଷ୍ଠାତା ବିନି ବନ୍‍ସଲ ଏହାକୁ ପରିଚାଳନା କରିବେ। ହଙ୍ଗକଙ୍ଗରୁ ଇଶାନୀ ସାଣ୍ଡିଲ୍ୟ, ଫିଲିୀପିନ୍ସରୁ ଡନ୍‍ ମ୍ୟାକଲିଆନ୍‍ ଗିଲ, ଦକ୍ଷିଣ ଆଫ୍ରିକାରୁ ରେବତୀ ପିଲ୍ଲାଇ, ମସ୍କଟରୁ ମହୀଉଦ୍ଦିନ ମହମ୍ମଦ ଅଲ୍ଲୀ, ତ୍ରିନିଦାଦ୍‍ ଓ ଟବାଗୋରୁ ମିକେଲା ପାଣ୍ଡେୟ ପ୍ରମୁଖ ଯୋଗ ଦେବେ। ୧୦  ୧୫ରୁ ସାଢ଼େ ୧୨ଟା ଯାଏ ଏହି ଆଲୋଚନା ଚାଲିବ। 

ଏହାର ସମାନ୍ତରାଳରେ ୧୦ଟା ୪୫ରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‍ ଜୟଶଙ୍କର ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ସିଧାସଳଖ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରହିବ। ୧୧ଟା ୩୦ରୁ ୧୨ ଟା ୩୦ ଯାଏ ଓଡ଼ିଶାରେ ନିବେଶ ସୁଯୋଗକୁ ଉପସ୍ଥାପନ କରାଯିବ। ଏହାପରେ ମଧ୍ୟାହ୍ନ ବିରତି କରାଯାଇ ଅପରାହ୍ଣ ୨ଟାରେ ପୁଣିଥରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଅଧିବେଶନ ଆରମ୍ଭ ହେବ। ଏଥିରେ ଓଡ଼ିଶାର ଭିତ୍ତିଭୂମି ଏବଂ ସୁଯୋଗକୁ ଉପସ୍ଥାପନ କରାଯିବ। ସାଢ଼େ ୩ଟାରୁ ୫ଟା ଯାଏ ‘ବିକଶିତ ଓଡ଼ିଶା: ଦି ରୋଡ୍‍ ଆହେଡ୍‍’ ଶୀର୍ଷକ ଆଲୋଚନା କରାଯିବ। ଏହାକୁ ଓଡ଼ିଶା ସରକାରଙ୍କ ଦ୍ୱାରା ଉପସ୍ଥାପନ କରାଯିବ। ସନ୍ଧ୍ୟା ୫ଟା ୪୫ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 

ଏହା ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ୧୮ତମ ପ୍ରବାସୀ ଭାରତୀୟ ଦିବସ। ବିଜେପି ଶାସନକୁ ଆସିବା ପରେ ଓଡ଼ିଶାକୁ ଏହି ଉତ୍ସବ ଆୟୋଜନ କରିବାର ସୁଯୋଗ ମିଳିଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ ୨୦୨୩  ଏବଂ ଉତ୍ତର ପ୍ରଦେଶରେ  ୨୦୨୩ ମସିହାରେ ଏହି ସମ୍ମିଳନୀ ଆୟୋଜନ କରାଯାଇଥିଲା। ଉଭୟ ବିଜେପି ଶାସିତ ରାଜ୍ୟ।