ନୂଆଦିଲ୍ଲୀ: ଏନଫୋର୍ସମେଣ୍ଟ୍ ଡାଇରେକ୍ଟୋରେଟ୍ ବା ଇଡି ଏପରି ୭ଟି ମାମଲାର ଯାଞ୍ଚ କରୁଛି, ଯେଉଁଥିରେ ମନିଲଣ୍ଡ୍ରିଂ ପାଇଁ କ୍ରିପ୍ଟୋକରେନ୍ସିର ବ୍ୟବହାର କରାଯାଇଛି । ଏଥିରେ ଏଯାଏ ପ୍ରାୟ ୧୩୫ କୋଟି ଟଙ୍କା ଜବତ କରାଯାଇଛି । ଏହି ସମ୍ପର୍କରେ ଲୋକସଭାରେ ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି କି ଆଇନ ପ୍ରବର୍ତ୍ତନ ଏଜେନ୍ସି ଗୁଡ଼ିକ ସାଇବର ଅପରାଧୀଙ୍କ କ୍ରିପ୍ଟୋକରେନ୍ସିର ବ୍ୟବହାର କରିବାର ସୂଚନା ଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ପ୍ରୋଭିନସେନ୍ ଅଫ୍ ମନିଲଣ୍ଡ୍ରିଂ ଆକ୍ଟ (PMLA) ଅନୁଯାୟୀ ମାମଲାରେ ED ପକ୍ଷରୁ ଯାଞ୍ଚରେ ଜଣାପଡ଼ିଛି କି ଅଭିଯୁକ୍ତମାନେ ଭର୍ଚୁଆଲ କରେନ୍ସି ଜରିଆରେ ଅପରାଧରୁ ମିଳିଥିବା ଅର୍ଥ ଖର୍ଚ୍ଚ କରିଛନ୍ତି। ରାଷ୍ଟ୍ରମନ୍ତ୍ରୀ କହିଛନ୍ତି କି ED ଏପରି ୭ ମାମଲାର ଯାଞ୍ଚ କରୁଛି, ଯେଉଁଥିରେ କ୍ରିପ୍ଟୋକରେନ୍ସିର ବ୍ୟବହାର ମନିଲଣ୍ଡ୍ରିଂ ପାଇଁ କରାଯାଇଛି । ଏହି ଗତିବିଧିରେ ସାମିଲ ଲୋକଙ୍କୁ ଚିହ୍ନଟ କରାଯିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି କି ED ଯାଞ୍ଚରେ ଜଣାପଡିଛି କି, କିଛି ବିଦେଶୀ ନାଗରିକ ଏବଂ ତାଙ୍କ ଭାରତୀୟ ସହଯୋଗୀମାନେ ଏକ୍ସଚେଞ୍ଜରୁ କ୍ରିପ୍ଟୋକରେନ୍ସି ଆକାଉଣ୍ଟ (Crypto Currency Account) ଜରିଆରେ ଅର୍ଥ ଗୁଡ଼ିକୁ ବିଦେଶ ପଠାଇଛନ୍ତି ।


Also Read: ୟୁକ୍ରେନରେ ହାହାକାର..ବଢ଼ୁଛି HIV ଆକ୍ରାନ୍ତଙ୍କ ସଂଖ୍ୟା


ଏଥିମଧ୍ୟରୁ ଗୋଟିଏ ମାମଲାରେ ED ଜଣେ ଅଭିଯୁକ୍ତଙ୍କୁ ଦୁଇ ବର୍ଷ ପୂର୍ବେ ଗିରଫ କରିଥିଲା । ଏହି ବ୍ୟକ୍ତି ବିଦେଶୀ ଫାର୍ମରୁ ମିଳିଥିବା ଅର୍ଥକୁ କ୍ରିପ୍ଟୋକରେନ୍ସିରେ ପରିବର୍ତ୍ତନ କରି ତାକୁ ବିଦେଶରେ ଟ୍ରାନ୍ସଫର କରିଥିଲା । ଏହି ସମ୍ପର୍କରେ ଅଭିଯୋଗକାରୀଙ୍କ ପକ୍ଷରୁ ଏକ ଅଭିଯୋଗ PMLA ସ୍ପେଶାଲ କୋର୍ଟରେ ପ୍ରଦାନ କରାଯାଇଛି।


Also Read: ବଡ଼ ଖବର: ରାସନ କାର୍ଡ ତାଲିକାରୁ ଖୁବ୍ ଶୀଘ୍ର କଟାଯିବ କୋଟି କୋଟି ଲୋକଙ୍କ ନାମ! ତୁରନ୍ତ ଚେକ୍ କରନ୍ତୁ ଲିଷ୍ଟରେ ଆପଣଙ୍କ ନାଁ


କ୍ରିପ୍ଟୋକରେନ୍ସି ସହ ଜଡ଼ିତ ଠକେଇ ମାମଲା ମଧ୍ୟ ବଢ଼ିବାରେ ଲାଗିଛି । କିଛିଦିନ ତଳେ ମହାରାଷ୍ଟ୍ର ନାଗପୁରରେ ୪୦ କୋଟି ଟଙ୍କାର କ୍ରିପ୍ଟୋକରେନ୍ସି (Crypto Currency) ଠକେଇ ମାମଲା ସାମ୍ନାକୁ ଆସିଥିଲା । ଏଥିର ଦୁଇ ହଜାରରୁ ଅଧିକ ନିବେଶକଙ୍କୁ ଟାର୍ଗେଟ କରାଯାଇଥିଲା । ଏହାର ମୁଖ୍ୟ ଅଭିଯୁକ୍ତ, ଲୋକଙ୍କୁ ଏକ କମ୍ପାନୀରେ ନିବେଶ କରିବା ପାଇଁ ଆକର୍ଷିତ କରୁଥିଲା । ସେ ନିଜ ଲାଇଫଷ୍ଟାଇଲ ଦେଖାଇ ନିବେଶକଙ୍କୁ ଆକର୍ଷିତ କରୁଥିଲା । ଅଭିଯୁକ୍ତ ଦାବି କରିଛନ୍ତି ସେ Etherରେ ଡିଲ୍ କରୁଥିଲା । ଆମେରିକାର ଜଷ୍ଟିସ ଡିପାର୍ଟମେଣ୍ଟ ମଧ୍ୟ କ୍ରିପ୍ଟୋକରେନ୍ସି ଜରିଆରେ ଠକେଇର ଏକ ବଡ଼ ମାମଲା ପ୍ରଘଟ କରିଥିଲା । ଏଥିରେ ନ୍ୟୁୟର୍କର ଏକ ଦମ୍ପତି ଉପରେ ୪.୫ ଆରବ ଡଲାରରୁ ଅଧିକ (ପ୍ରାୟ ୩୩,୭୫୦ କୋଟି ଟଙ୍କା) ବିଟକଏନର ଲଣ୍ଡ୍ରିଂ କରିବାର ଅଭିଯୋଗ ରହିଛି । ଏହି ବିଟ୍ କଏନ୍ ପ୍ରାୟ ୬ ବର୍ଷ ପୂର୍ବରୁ ଡିଜିଟାଲ କରେନ୍ସି ଏକ୍ସଚେଞ୍ଜ Bitfinex କୁ ହ୍ୟାକ୍ କରି ଚୋରି କରାଯାଇଥିଲା । ଗତ ବର୍ଷ ଆମେରିକାର ସବୁଠାରୁ ବଡ଼ Fuel ପାଇପଲାଇନ ନେଟୱାର୍କ ଉପରେ Cyber ହମଲା ପରେ ପ୍ରେସିଡେଣ୍ଟ Joe Bidenଙ୍କ ଅନୁଯାୟୀ ଆସିବାକୁ ଥିବା ରେଗୁଲେଟର୍ସମାନେ କ୍ରିପ୍ଟୋକରେନ୍ସି ଇଣ୍ଡଷ୍ଟ୍ରୀର ସ୍କୃଟିନି ବଢ଼ାଇ ଦିଆଯାଇଥିଲା।