Today Petrol Diesel Rate : ଯଦି ଆପଣ ମଧ୍ୟ ଆଜି ନିଜ ଗାଡିର ଟ୍ୟାଙ୍କ ଭରିବାକୁ ଯାଉଛନ୍ତି, ତା’ପୂର୍ବରୁ ନିଶ୍ଚିତ ଭାବରେ ଆଜିର ପେଟ୍ରୋଲ-ଡିଜେଲର ମୂଲ୍ୟ ଯାଞ୍ଚ କରନ୍ତୁ। ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ, ଯାହା ପରେ ଉଭୟ ଇନ୍ଧନର ମୂଲ୍ୟରେ ବଡ ହ୍ରାସ ଘଟିଥିଲା। ସୋମବାର ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଘଟିଛି। କିନ୍ତୁ ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଅପରିବର୍ତ୍ତିତ ରହିଛି।


COMMERCIAL BREAK
SCROLL TO CONTINUE READING

ଆନ୍ତର୍ଜାତୀୟ ବଜାରରେ ଡବ୍ଲୁଟିଏଚଇ ଅଶୋଧିତ ମୂଲ୍ୟ ୦.୫୦ ପ୍ରତିଶତ ବୃଦ୍ଧି ଘଟିଛି। ଏଥି ସହିତ ବ୍ରେଣ୍ଟ ଅଶୋଧିତ ତୈଳ ୦.୩୮ ପ୍ରତିଶତ ମହଙ୍ଗା ହୋଇଛି। କିନ୍ତୁ ଆଇଓସିଏଲର ୱେବସାଇଟ୍ ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ରବିବାର ପରି ସ୍ଥିର ରହିଛି। ସୋମବାର ଆପଣଙ୍କୁ ଜାତୀୟ ରାଜଧାନୀରେ ଗୋଟିଏ ଲିଟର ପେଟ୍ରୋଲ ପାଇଁ ୯୬.୭୨ ଟଙ୍କା ଆଉ ଡିଜେଲ ପାଇଁ ୮୯.୬୨ ଟଙ୍କା ଦେବାକୁ ପଡିବ। 


ମେଟ୍ରୋ ସହରରେ ପେଟ୍ରୋଲ ଦର (ଲିଟର ପିଛା) -


ଦିଲ୍ଲୀ - ୯୬.୭୨ ଟଙ୍କା
ମୁମ୍ବାଇ - ୧୧୧.୩୫ ଟଙ୍କା
ଚେନ୍ନାଇ - ୧୦୨.୬୩ ଟଙ୍କା
କୋଲକାତା - ୧୦୬.୦୩ ଟଙ୍କା


Also Read: UPI ୟୁଜର୍ସଙ୍କ ପାଇଁ ବଡ଼ ଖବର; ପେମେଣ୍ଟ ଫେଲ୍ ହେଲେ ମିଳିବ ତୁରନ୍ତ ସହାୟତା, ପଢ଼ନ୍ତୁ ଡିଟେଲ୍ସ


ମେଟ୍ରୋ ସହରରେ ଡିଜେଲ ଦର (ଲିଟର ପିଛା) -


ଦିଲ୍ଲୀ - ୮୯.୬୨ ଟଙ୍କା
ମୁମ୍ବାଇ - ୯୭.୨୮ ଟଙ୍କା
ଚେନ୍ନାଇ - ୯୪.୨୪ ଟଙ୍କା
କୋଲକାତା - ୯୨.୯୬ ଟଙ୍କା


୧୫ ଦିନ ପୂର୍ବେ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯାଇଥିଲା


ଚଳିତ ବର୍ଷ ମେ ୨୧ରେ କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ୮ ଟଙ୍କା ଏବଂ୬ ଟଙ୍କା ହ୍ରାସ କରିଛନ୍ତି। ଯାହା ପରେ ପେଟ୍ରୋଲ ୯.୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହେଲା। ସେବେଠାରୁ ଲଗାତାର ତୈଳ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ମାର୍ଚ୍ଚ ପରଠାରୁ ଉଭୟ ପେଟ୍ରୋଲ ଓ ଡିଜେଲରେ ୧୦ ଟଙ୍କା ଲେଖାଏ ବୃଦ୍ଧି ପାଇଥିଲା।


ଜାଣନ୍ତୁ ଆପଣଙ୍କ ସହରର ରେଟ୍


ଆପଣ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ । ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ RSP ଓ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ 9224992249 ନମ୍ବରକୁ ପଠାଇବାକୁ ପଡିବ । ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ IOCL ୱେବସାଇଟରୁ ପାଇବେ ।


ଏଠାରେ ଚେକ୍ କରନ୍ତୁ- https://iocl.com/Products/PetrolDieselPrices.aspx


ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଲର କମିଶନ ଅନ୍ତର୍ଭୁକ୍ତ ଥାଏ ।