Uber to book multiple rides at the same time in India : ଲୋକପ୍ରିୟ କ୍ୟାବ ଉବେର ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏକ ନୂଆ ଫିଚର ଲଞ୍ଚ କରିଛି। ମଙ୍ଗଳବାର ଭାରତରେ Concurrent Rides ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର୍ସ ଜରିଆରେ ୟୁଜର୍ସ ତିନୋଟି ରାଇଡ ଏକସଙ୍ଗରେ
 ବୁକ କରିପାରିବେ।ଏହି ଫିଚରର ବ୍ୟବହାର କରି ଡ୍ରାଇଭରକୁ ସିଧା କ୍ୟାସ ବା ଆପ ଜରିଆରେ ପେମେଣ୍ଟ କରିପାରିବେ ।


COMMERCIAL BREAK
SCROLL TO CONTINUE READING

 ତେବେ ଏହି ସର୍ଭିସକୁ କେଉଁ ସହରରେ କାର୍ଯ୍ୟକାରୀ କରାଯିବ ଏନେଇ କୌଣସି ସୂଚନା ସାମ୍ନାକୁ ଆସିନାହିଁ।ଏହି ଫିଚରରେ ଯେତେବେଳେ ମଧ୍ୟ ୟୁଜର ନିଜର କୌଣସି ସାଙ୍ଗ ବା ପରିବାରର ସଦସ୍ୟ ପାଇଁ ରାଇଡ ବୁକ କରିବେ, ସେହି ରାଇଡର ସମ୍ପୂର୍ଣ ତଥ୍ୟ ୟୁଜରଙ୍କ ମୋବାଇଲକୁ ଟେକ୍ସଟ ମେସେଜ ବ୍ୟତୀତ ହ୍ୱାଟ୍ସଆପରେ ମଧ୍ୟ ମିଳିବ। ରାଇଡର ସମ୍ପୂର୍ଣ ବିବରଣୀ ଡ୍ରାଇଭର ସହ ସେୟାର କରିବା ପରେ ରାଇଡ ଆରମ୍ଭ ହୋଇଯିବ । ଏହି Concurrent Rides ଫିଚର ଭାରତ ବ୍ୟତୀତ ଅନେକ ଦେଶରେ ଜାରି କରାଯାଇଛି।


 କମ୍ପାନୀ ଗତ ବର୍ଷ ଡିସେମ୍ବରରେ ୟୁଜର୍ସଙ୍କ ପାଇଁ ରାଉଣ୍ଡ ଟ୍ରିପ ଫିଚରକୁ ରୋଲଆଉଟ କରିଥିଲା । ବହୁ ବାଟ ଯାତ୍ରା କରୁଥିବା ୟୁଜର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ କରାଯାଇଥିଲା । ଏହି ଫିଚରରେ ୟୁଜର୍ସ ଗୋଟିଏ କାର ଏବଂ ଡ୍ରାଇଭରଙ୍କୁ ପାଞ୍ଚ ଦିନ ପାଇଁ ବୁକ କରିପାରିବ।