Hmpv virus: ଆମ ରାଜ୍ୟରେ କିଛି ଦେଖାଯାଇ ନାହିଁ। ତେଣୁ ଓଡ଼ିଶାରେ ଗାଇଡଲାଇନ୍ ଜାରି କରାଯାଇ ନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଖୁବ୍ଶୀଘ୍ର ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
Trending Photos
ଭୁବନେଶ୍ଵର: ଏଚ୍ଏମ୍ପି ଭାଇରସ୍କୁ ନେଇ ସତର୍କ କରାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ। ଏଥିପାଇଁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପୁରା ପ୍ରସ୍ତୁତ ରହିଛି। ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ।
ଚିନ୍ତା ବଢାଛି ଏଚ୍ଏମ୍ପି ଭାଇରସ୍। କର୍ଣ୍ଣାଟକ, ଗୁଜରାଟ, ତାମିଲନାଡୁ ପରେ ମହାରାଷ୍ଟ୍ରରେ ଏଚ୍ଏମ୍ପି ଭାଇରସ୍ ଚିହ୍ନଟ। ନାଗପୁରରେ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନାଗପୁରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଦୁଇ ଜଣଙ୍କ ଠାରେ ଏଚଏମପି ଭୂତାଣୁ ଥିବା ରିପୋର୍ଟରେ ଜଣାପଡିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ଓ ଆଉ ଜଣେ ୧୩ ବର୍ଷର ପିଲା ରହିଛନ୍ତି। ଉଭୟ ଜ୍ବର, କାଶରେ ପୀଡିତ ଅଛନ୍ତି। ଏହାପରେ ମହାରାଷ୍ଟ୍ର ସରକାର ଏଚ୍ଏମ୍ପି ଭୂତାଣୁକୁ ନେଇ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସଂକ୍ରମିତଙ୍କ ପାଖରେ ଜ୍ବର, ଥଣ୍ଡା, କାଶ ସମେତ ଶ୍ବାସକ୍ରିୟାରେ ସମସ୍ୟା ଦେଖା ଦେଉଛି।
ଏଥିସହ ଆମ ରାଜ୍ୟରେ କିଛି ଦେଖାଯାଇ ନାହିଁ। ତେଣୁ ଓଡ଼ିଶାରେ ଗାଇଡଲାଇନ୍ ଜାରି କରାଯାଇ ନାହିଁ। ଏମ୍ସରେ ଟେଷ୍ଟ କରାଯାଉଛି। ଏନସିଡିସିରେ କଣ୍ଟ୍ରୋଲ ରହିଛି। ୨୪ ଘଣ୍ଟା ତଦାରଖ କରାଯାଉଛି। ଖୁବ୍ଶୀଘ୍ର ଟେଷ୍ଟିଂ ସେଣ୍ଟର୍ ବଢ଼ାଯିବ। ବର୍ତ୍ତମାନ ସେହିଭଳି କୌଣସି ପରିସ୍ଥିତି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।