WPI inflation: ସନ୍ଧ୍ୟାରେ ଆଶ୍ୱସ୍ତି ସକାଳେ ଗାଏବ। ଏଭଳି କିଛି ଘଟଣା ଏବେ ଦେଶର ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ (WPI) ରେ ଦେଖିବାକୁ ମିଳିଛି। ଚଳିତ ମେ ମାସରେ WPI ଗତ ୩୦ ବର୍ଷର ରେକର୍ଡ ଭାଙ୍ଗିଛି। ୨୦୨୨ରେ ୫୧.୧ ପ୍ରତିଶତ ଥିବା ଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ ମାସେ ପରେ ୧୫.୯ ପ୍ରତିଶତରେ ପହଞ୍ଚିଛି। ମଙ୍ଗଳବାର କେନ୍ଦ୍ର ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରାଳୟ ଜାରି କରିଥିବା WPI ରିପୋର୍ଟରୁ ଏହା ଜାଣିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ସରକାରୀ ତଥ୍ୟ ଅନୁଯାୟୀ, ମେ ମାସରଖୁଚୁରା ମୁଦ୍ରାସ୍ପିତି ସୂଚକାଙ୍କ (WPI) ସର୍ବାଧିକ ୧୫.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ବେସ ଇୟର ବା ମୂଳବର୍ଷ ୨୦୧୧-୧୨ ମସିହା ଦେଖିଲେ ତାହା ୯ ବର୍ଷରେ ସର୍ବାଧିକ ଅଛି। ସେହିପରି ୧୯୯୧ ସେପ୍ଟେମ୍ବର ତୁଳନାରେ ମଧ୍ୟ ୨୦୨୨ ମେ ମାସର WPI ରେକର୍ଡ ସ୍ତରରେ ପହଞ୍ଚିଛି। ଏପ୍ରିଲରେ ୭.୭୯ ପ୍ରତିଶତ ମହଙ୍ଗା ଥିବା ଖୁଚୁରା ମୁଦ୍ରାସ୍ଫୀତି ମେ ମାସରେ ୭.୦୪ ପ୍ରତିଶତକୁ ଖସି ଆସିଛି। ୨୦୨୧ ମେ ମାସରେ WPI ୧୩.୧୧ ପ୍ରତିଶତ ଥିଲା।


Also Read: Agnipath Recruitment Scheme : ଭାରତୀୟ ସେନାରେ ସର୍ଟ ଟର୍ମ ନିଯୁକ୍ତି ସୁଯୋଗ, ବର୍ଷକୁ ମିଳିବ ୬ ଲକ୍ଷ ଦରମା 


WPI ମୁଦ୍ରାସ୍ଫୀତି କ୍ରମାଗତ ୧୪ ମାସ ହେଲା ଦୁଇ ଅଙ୍କରେ ରହିଆସିଛି।  ୨୦୧୩ରେ ନୂତନ ସିରିଜ୍ ଆରମ୍ଭ ହେବା ପରଠାରୁ ଅତି କମରେ ନଅ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବାଧିକ ଅଟେ। WPI ହୋଲସେଲ କ୍ରେତା ଦୃଷ୍ଟିକୋଣରୁ ଦ୍ରବ୍ୟର ମୁଦ୍ରାସ୍ଫୀତି ସୂଚାଇଥାଏ। ଯଦି WPI ଅଧିକ ଥାଏ, ତେବେ ଏହା ଖାଉଟିଙ୍କ ଉପରେ ଅଧିକ ଆର୍ଥିକ ଚାପ ପକାଇଥାଏ। ହୋଲସେଲ ମୂଲ୍ୟ, WPIର ସମ୍ଭାବ୍ୟ ଭବିଷ୍ୟତକୁ ସୂଚିତ କରେ। ଯଦି ହୋଲସେଲରଙ୍କୁ ଅଧିକ ଦେୟ ଦେବାକୁ ପଡିବ, ତେବେ ସେମାନେ ଖୁଚୁରା ବ୍ୟବସାୟୀଙ୍କଠାରୁ ଅଧିକ ମୂଲ୍ୟ ଦାବି କରିବେ। ଶେଷରେ, ଗ୍ରାହକଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡିବ।


WPI ମୁଦ୍ରାସ୍ଫୀତି ବୃଦ୍ଧିର ପ୍ରଭାବ ବଜାର ଉପରେ ଦେଖିବାକୁ ମିଳିଛି। ଗତ ମେ ମାସରେ ଖାଦ୍ୟ ମୁଦ୍ରାସ୍ଫୀତି ୧୦.୮୯ ପ୍ରତିଶତ ବୃଦ୍ଧି ପାଇଥିଲା, ଯାହା ଏପ୍ରିଲରେ ୮.୮୮ ପ୍ରତିଶତ ରେକର୍ଡ କରାଯାଇଥିଲା। ମେ ମାସେରେ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ ୮.୫୨ ପ୍ରତିଶତ, ଖାଦ୍ୟ ସାମଗ୍ରୀ ୨.୪୦ ପ୍ରତିଶତ, ଖଣିଜ ଦ୍ରବ୍ୟ ୧.୭୩ ପ୍ରତିଶତ ଓ ଅଣ ଖାଦ୍ୟ ପଦାର୍ଥର ମୂଲ୍ୟ ୧.୫୨ ପ୍ରତିଶତ ମହଙ୍ଗା ରେକର୍ଡ କରାଯାଇଛି।