Dakota Biju Patnaik: ପ୍ରତିକ୍ଷାର ଅନ୍ତ ଆଜି ବିଜୁ ବାବୁଙ୍କ ପ୍ରିୟର ‘ଡ଼ାକୋଟା’( Dakota)କୁ ଦେଖିପାରିବେ ରାଜ୍ୟବାସୀ । ଏନେଇ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ  ଏୟାରପୋର୍ଟରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ବିଜୁ ବାବୁଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ ସକାଳ ୯ଟା ୨୫ ମିନିଟ୍ ରେ ଡ଼ାକୋଟାର ଲୋକାପର୍ଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ( Naveen Patnaik) । ପ୍ରାୟ ୩୦ ମିଟର ପରିଧିର ମାର୍ବଲ ଓ ଗ୍ରାନାଇଟ୍ ଖଦିତ ଫ୍ଲାଟଫର୍ମରେ ଶୋଭା ପାଉଛି ପ୍ରବାଦ ପୁରୁଷଙ୍କ ଏହି ବିଶାଳ ଡ଼ାକୋଟା ବିମାନ ।


COMMERCIAL BREAK
SCROLL TO CONTINUE READING

ନିଜର ଏହି ପ୍ରିୟର ବିମାନରେ ବହୁ ଦୁଃସାହସିକ କାରନାମା ଦେଖାଇଥିଲେ ‘ଝଡ଼ର ଇଗଲ’ ବିଜୁ ବାବୁ। ଦ୍ବିତୀୟ ବିଶ୍ବଯୁଦ୍ଧ, କାଶ୍ମୀରରେ ଶତ୍ରୁଙ୍କ ଅନୁପ୍ରବେଶ ଓ ସ୍ବାଧୀନତା ମୁକ୍ତି ସଂଗ୍ରାମ ବେଳେ ପ୍ରବାଦ ପୁରୁଷଙ୍କ ଅଦମ୍ୟ ସାହାସିକତା ନେଇ କେବଳ ପୁସ୍ତକ ମାଧ୍ଯମରେ ପଢାଯାଇଥିବା ବେଳେ ଆଜି ଡ଼ାକୋଟାକୁ ମାଧ୍ଯମରେ ଏହାକୁ ବାସ୍ତବରେ ଦେଖିପାରିବେ ଓଡ଼ିଶାବାସୀ । କୋଲକତାରୁ ଭୁବନେଶ୍ବର ଆସିବା ପରେ  ବିମାନର ଅନେକ ଅଂଶ ନଷ୍ଟ ହୋଇଯାଇଥିଲା । ତେବେ ଏହି ଖାସ୍ ଦିନ ପାଇଁ ଡ଼ାକୋଟାର ଇଞ୍ଜିନ ଓ ଫ୍ୟୁଜ୍କୁ ହାଲକା ଗ୍ରେ ରଙ୍ଗ କରାଯିବା ସହ ଏଥିରେ ସାମାନ୍ୟ ମରାମତି କାମ କରାଯାଇଛି । ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଓଡ଼ିଶା ବାସୀଙ୍କ ଦାବି ପରେ ଜାନୁୟାରୀ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ପହିଞ୍ଚିଲା ଓଡି଼ଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରିୟ 'ଡାକୋଟା' ବିମାନ। ଏହାକୁ ଫେରାଇ ଆଣିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଏହି ବିମାନକୁ ତିନୋଟି ବଡ଼ ବଡ଼ ଲରି ଯୋଗେ ପଶ୍ଟିମବଙ୍ଗରୁ ଓଡ଼ିଶା ଅଣାଯାଇଥିଲା । କୋଲକାତାସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଅଣାଯାଇଥିଲା। ଡାକୋଟା (Dakota) ହେଉଛି ଏକ ସାମରିକ ପରିବହନ ବିମାନ (Military Transport Aircraft)। ଏହି ବିମାନର ଲମ୍ବ ହେଉଛି ୬୪ ଫୁଟ ୮ ଇଞ୍ଚ ଓ ଏହାର ଡ଼େଣା ପ୍ରାୟ ୯୫ ପର୍ଯ୍ୟନ୍ତ ଲମ୍ବା। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (Airport Authority of India) ୧.୧ ଏକର ଜମି ଆବଣ୍ଟନ କରିଛି। ଯେଉଁଠାରେ ଡାକୋଟା ବିମାନକୁ (Dakota Plane) ସର୍ବସାଧାରଣଙ୍କ ଦେଖିବା ପାଇଁ ରଖାଯାଇଥିଲା।


Also Read- Old Pension Scheme: ଏପ୍ରିଲ ୧ରୁ ମିଳିବ ପୁରୁଣା ପେନସନର ଲାଭ, ଆଶା କର୍ମୀଙ୍କ ୭୮୦ ପଦ ହେବ ପୂରଣ; ସରକାର କଲେ ଘୋଷଣା


ପ୍ରକାଶ ଥାଉ, ପ୍ରବାଦ ପୁରୁଷ ବିଜୁବାବୁଙ୍କ ଦେହାନ୍ତ ପରେ ୧୯୯୭ ମସିହାରେ ଡାକୋଟା ବିମାନକୁ ଓଡି଼ଶା ଅଣାଯାଇ ସଂରକ୍ଷିତ କରି ରଖିବା ପାଇଁ ଦାବି ହୋଇଥିଲା।  ପରେ ଦୀର୍ଘ ୨୬ ବର୍ଷ ପରେ ଏହି ଐତିହାସିକ ବିମାନକୁ ରାଜ୍ୟକୁ ଫେରାଇ ଆଣିଥିଲେ ଓଡ଼ିଶା ସରକାର। ଡାକୋଟା ବିମାନ ରଖିବା ପାଇଁ ବିମାନ ବନ୍ଦର ପ୍ରାଧିକରଣ ପକ୍ଷରୁ ଭୁବନେଶ୍ଵର ବିମାନ ବନ୍ଦର ଠାରେ ୧.୧ ଏକର ଜମି ମଧ୍ଯ ଯୋଗାଇ ଦିଆଯାଇଥିଲା ।