ଅବାଧରେ ଚାଲିଛି ବେଆଇନ କରତକଳ, ନିରବଦ୍ରଷ୍ଟା ବନବିଭାଗ
ବାରମ୍ବାର ଜନସାଧାରଣ ବେନିୟମ କରତକଳ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସତ୍ତ୍ୱେ ମଧ୍ୟ କାଯ୍ୟାନୁଷ୍ଠାନ ନେଉନାହିଁ ବନବିଭାଗ ବୋଲି ଅଭିଯୋଗ ହୋଇଛି। ଏହି ବେଆଇନ କରତକଳକୁ ନେଇ ସମ୍ବଲପୁର ସହରରେ ଧୀରେ ଧୀରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।
ସମ୍ବଲପୁର: ସହରରେ ଅବାଧରେ ଚାଲିଛି ବେନିୟମ କରତକଳ। ସବୁ ଜାଣି ନିରବଦ୍ରଷ୍ଟା ସାଜିଛି ସମ୍ବଲପୁର ବନବିଭାଗ। ବାରମ୍ବାର ଜନସାଧାରଣ ବେନିୟମ କରତକଳ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିବା ସତ୍ତ୍ୱେ ମଧ୍ୟ କାଯ୍ୟାନୁଷ୍ଠାନ ନେଉନାହିଁ ବନବିଭାଗ ବୋଲି ଅଭିଯୋଗ ହୋଇଛି। ଏହି ବେଆଇନ କରତକଳକୁ ନେଇ ସମ୍ବଲପୁର ସହରରେ ଧୀରେ ଧୀରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।
ପଶ୍ଚିମ ଓଡ଼ିଶା (Western Odisha) ର ପ୍ରମୁଖ ସହର ସମ୍ବଲପୁର (Sambalpur) ଏବେ କାଠ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଥିବା ଅଭିଯୋଗ ହୋଇଛି। ସହରରେ ବନବିଭାଗର ନାକ ତଳେ ଚାଲିଛି ଅବାଧରେ ଏକାଧିକ ବେନିୟମ କରତକଳ। ସହରର ଜନବସତି ଅଞ୍ଚଳରେ ବେନିୟମ ଭାବରେ ଚାଲିଥିବା କରତକଳ ବନ୍ଦ ପାଇଁ ଲୋକଙ୍କ ଦାବିକୁ ସମ୍ବଲପୁର ବନବିଭାଗ ଅଣଦେଖା କରୁଛି। କେବଳ ଲୋକ ଦେଖାଣିଆ ଭାବରେ ଚଢାଉ କରି ନିଜ ଉପରୁ ଦୋଷ ହଟାଇବା ପାଇଁ ବନବିଭାଗ କାଯ୍ୟ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
Also Read: ଅଦିନିଆ ବର୍ଷା ଧୋଇ ନେଲା ଚାଷୀଙ୍କ ବର୍ଷକର ପରିଶ୍ରମ; ରାସ୍ତା ଉପରେ ଗଜା ହେଲା ଧାନ
ବେନିୟମ କରତକଳ ପାଇଁ ସହରକୁ ଲାଗି ରହିଥିବା ପ୍ରାକୃତିକ ଜଙ୍ଗଲ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଅପରପକ୍ଷରେ ଏନେଇ ସମ୍ବଲପୁର ଡିଏଫଓ ସଞ୍ଜିତ କୁମାର କହିଛନ୍ତି ଯେ, ସମ୍ବଲପୁର ବନବିଭାଗ ବେନିୟମ କରତକଳ ଉପରେ କାଯ୍ୟାନୁଷ୍ଠାନ କରିବା କାଯ୍ୟ ଯାରିରଖିଛି। ଏଥିପାଇଁ ବିଭିନ୍ନ ସମୟରେ ଚଡାଉ କରାଯାଇ ବେନିୟମ କରତକଳକୁ ସିଲ ଓ ମେସିନ ଗୁଡିକୁ ସିଜ୍ କରାଯାଉଛି। ଏହାସହ ସହରରେ ନିୟମରେ ଚାଲୁଥିବା କରତକଳକୁ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଥଇଥାନ କରିବା କାଯ୍ୟ ଆରମ୍ଭ ହୋଇଥିବା ବେଳେ ଏହି କାଯ୍ୟ ସରିବା ପରେ ବେନିୟମ କରତକଳ ଚାଲିବା ଉପରେ ରୋକ ଲଗାଯାଇ ପାରିବ ବୋଲି ଡିଏଫଓ କହିଛନ୍ତି।
ସମ୍ବଲପୁର ସହରରେ ବେନିୟମ କରତକଳ (Saw mills) ଉପରେ ରୋକ ଲଗାଇବା ପାଇଁ ବନବିଭାଗର (Sambalpur Forest Dept) ଯୋଜନା କେତେ ଫଳପ୍ରଦ ହେବ ତାହାକୁ ଅପେକ୍ଷା।