ଭକ୍ଷକ ଶୀକାର ପାଇଁ ରକ୍ଷକ ଯାଚିଲେ ୫ ଲକ୍ଷ !
ନୟାଗଡ ପରୀ ହତ୍ୟାକାଣ୍ଡ (Nayagarh Pari Murder Case) ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି ।
ନୂଆଦିଲ୍ଲୀ: ନୟାଗଡ ପରୀ ହତ୍ୟାକାଣ୍ଡ (Nayagarh Pari Murder Case) ମାମଲାରେ ଦିନକୁ ଦିନ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଗତକାଲି ପରୀ ହତ୍ୟା ମାମଲାରେ SIT ହାଇକୋର୍ଟରେ ମୁଦା ଲଫାପାରେ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ । ଆଜି କିନ୍ତୁ SITର ମୁଖ୍ୟ ଅରୁଣ ବୋଥ୍ରାଙ୍କ (Arun Bothra) ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି ।
ଅଧିକ ପଢନ୍ତୁ: Farmer Protest 2020: ଆନ୍ଦୋଳନରତ କୃଷକଙ୍କୁ ତାଗିଦ କଲେ ସୁପ୍ରିମକୋର୍ଟ
ସୂଚନାଯୋଗ୍ୟ ଗତକାଲି ଦାଖଲ ହୋଇଥିବା ରିପୋର୍ଟରେ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଉଲ୍ଲେଖ ଥିବା ଚର୍ଚ୍ଚା ହୋଇଥିଲା । ତେବେ ଏହି ରିପୋର୍ଟ ପ୍ରଘଟ ହେବାର ଦିନକ ପରେ ଅରୁଣ ବୋଥ୍ରାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ନୟାଗଡ଼ ଯଦୁପୁର ଗ୍ରାମର ସରୋଜ ସେଠୀ । ଦୋଷ ମୁଣ୍ଡେଇବାକୁ ଅରୁଣ ବୋଥ୍ରା ତାଙ୍କୁ ୫ ଲକ୍ଷ ଟଙ୍କା ଯାଚିଥିବା ସୂଚନା ଦେଇଛନ୍ତି ।
ସରୋଜ କହିଛନ୍ତି କି ନିଖୋଜ ହେବା ପୂର୍ବ ଦିନ ପରି ତାଙ୍କ ଘରକୁ ଯାଇଥିଲା । ଏଥିପାଇଁ ମୋତେ ସନ୍ଦେହ କରାଯାଉଛି । ଏଥିପାଇଁ ମୋ ରକ୍ତ, ଲାଳ, ଓ ପ୍ୟାଣ୍ଟସାର୍ଟର ନମୂନା ସଂଗ୍ରହ କରିଥିଲା ପୋଲିସ । ଦୋଷ ମାନିବାକୁ ଅରୁଣ ବୋଥ୍ରା ସାର ମୋତେ ୫ ଲକ୍ଷ ଟଙ୍କା ଯାଚିଥିଲେ । କହିଥିଲେ ତୋତେ ୧୮ ବର୍ଷ ବୟସ । ଆମେ ୧୭ ଦେଖାଇବୁ । ତୁ ରାଜି ହୋଇଯା ବୋଲି ଅରୁଣ ସାର ମୋତେ କହିଥିଲେ ବୋଲି ସରୋଜ ସୂଚନା ଦେଇଛନ୍ତି ।
ଅଧିକ ପଢନ୍ତୁ: ରାଜରାସ୍ତାରେ ଯୌନକର୍ମୀ
ସେ ଆହୁରି ମଧ୍ୟ ସୂଚନା ଦେଇ କହିଛନ୍ତି କି ମୁଁ ନିର୍ଦ୍ଦୋଶ, ମୁଁ ଏହି ଘଟଣା ସମ୍ପର୍କରେ କିଛି ଜାଣିନି ବୋଲି ସେ କହିଛନ୍ତି । ମୋର କିମ୍ବା ମୋ ପରିବାରର ଯଦି କିଛି ହୁଏ ତେବେ ଅରୁଣ ବୋଥ୍ରା ଦାୟୀ ରହିବେ ବୋଲି ସେ କହିଛନ୍ତି ।