Helmet Thief Active in Sambalpur, ସମ୍ବଲପୁର: ଟଙ୍କା, ଗହଣା, ଗାଡି ଭଳି ଦାମୀ ସାମଗ୍ରୀ ଚୋରି ହେବା କଥା ଆମେ ଶୁଣିଛେ। କିନ୍ତୁ ଆପଣମାନେ ବାଇକର ହେଲମେଟ ସିରିଜ୍ ଚୋରି ଘଟଣା ବିଷୟରେ ଜାଣିଛନ୍ତି କି? ହଁ, ଆଜ୍ଞା ସମ୍ବଲପୁରରେ ଏବେ ହେଲମେଟ ଚୋର ଗ୍ୟାଜ୍ଞ ସକ୍ରୀୟ ହୋଇଯାଇଛନ୍ତି। ସହରର ବିଭିନ୍ନ ସ୍ଥାନରୁ ହେଲମେଟ ଚୋରି ଅଭିଯୋଗ ଆସିଛି। ତେବେ ଏନେଇ ପୋଲିସରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି।  


COMMERCIAL BREAK
SCROLL TO CONTINUE READING

ସମ୍ବଲପୁରରେ ହେଲମେଟ ଚୋର ସକ୍ରିୟ ହୋଇଛନ୍ତି। ସହରରେ ଦିନକୁ ଦିନ ହେଲମେଟ ଗାଏବ ହେବା ସଂଖ୍ୟା ବୃଦ୍ଧି ପାଇବାରେ ଲାଛି। କିଛିଦିନ ତଳେ ସମ୍ବଲପୁର ସାକ୍ଷୀପଡାସ୍ଥିତ ସିଣ୍ଡିକେଟ ବ୍ୟାଙ୍କ ନିକଟରୁ ଜଣେ ସାମ୍ବାଦିକଙ୍କର ହେଲମେଟ ଚୋରି ହୋଇଥିଲା। କିନ୍ତୁ ଏଵେ ଜାଣିବାକୁ ମିଳୁଛି ଯେ, ଗତ ସପ୍ତାହରେ ସାକ୍ଷୀପଡା ଅଞ୍ଚଳରୁ ପ୍ରାୟ ୧୦ଟି ହେଲମେଟ ଚୋରି ହୋଇଛି। ତେବେ ଏହା କେବଳ ସାକ୍ଷୀପଡା ଅଞ୍ଚଳରେ ସୀମିତ ନୁହଁ, ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ନିୟମିତ ଭାବେ ହେଲମେଟ ଚୋରି ହେଉଥିବାର ସୂଚନା ମିଳିଛି।


Also Read: Odisha Weather Update: ଚଳିତ ବର୍ଷ ବି ଫିକା ପଡିବ ପାର୍ବଣ! ଆସୁଛି ଆଉ ଦୁଇଟି ଲଘୁଚାପ


ସୂଚନା ଅନୁଯାୟୀ, ସପ୍ତାହେ ତଳେ ସମ୍ବଲପୁର ବାର ଏସୋସିଏସନର ପୂର୍ବତନ ସଭାପତି ତଥା ସମ୍ବଲପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ପ୍ରମୋଦ ରଥଙ୍କ ଘର ସମ୍ମୁଖରୁ ଜଣେ ସାମ୍ବାଦିକଙ୍କର ହେଲମେଟ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ପ୍ରୋମଦଙ୍କ ଘର ଆଗରେ ସିସିଟିଭି ଲାଗିଥିଲେ ସୁଦ୍ଧା ଚୋରମାନେ ତାହାକୁ ଖାତିରି କରୁନାହାନ୍ତି। ତେବେ ପୋଲିସର ହେଲମେଟ ଚେକିଂରୁ ବଞ୍ଚିବା କିମ୍ବା ଚୋରି କରି ପୁଣି ବିକ୍ରି କରିବା ପାଇଁ ଏଭଳି ହେଲମେଟ ଚୋରି ହେଉଥିବା ସନ୍ଦେହ କରାଯାଉଛି।


ସାଧାରଣତଃ ମୋବାଇଲ, ପର୍ସ, ସାଇକେଲ ଭଳି ସାମଗ୍ରୀର ଚୋରିକୁ ପୋଲିସ ଗୁରୁତ୍ୱ ଦିଏ ନାହିଁ। ଏତଲା ଦିଆଯିବାର ବର୍ଷ ବର୍ଷ ପରେ ମଧ୍ୟ ପୀଡିତ ତାର ଚୋରୀ ସାମଗ୍ରୀ ଫେରି ପାଏ ନାହିଁ କିମ୍ବା ତଦନ୍ତର ଅଗ୍ରଗତି ନେଇ କୌଣସି ସୂଚନା ମିଳେନାହିଁ। ଏଭଳି କ୍ଷେତ୍ରରେ ହେଲମେଟ ଚୋରଙ୍କୁ ପୋଲିସ ଧରିବା କେତେ ଦୂର ସମ୍ଭବ? ଯେଉଁଥିପାଇଁ ଲୋକେ ନିଜ ହେଲମେଟ ଚୋରିକୁ ନେଇ ଥାନାରେ ଏତଲା ଦେଉନାହାନ୍ତି ବୋଲି ସ୍ଥାନୀୟ ବୁଦ୍ଧିଜୀବି ମତପ୍ରକାଶ କରିଛନ୍ତି।


Also Read: Nuankhai Celebration: ଉଦାହରଣ ସୃଷ୍ଟି କଲେ ଡଙ୍ଗାପାଳବାସୀ, ୭୦୦ ଗ୍ରାମବାସୀ ଏକାଠି ପାଳିଲେ ନୂଆଖାଇ


ସେପଟେ, ସାଧାରଣ ଲୋକେ ସେକେଣ୍ଡହ୍ୟାଣ୍ଡ ହେଲମେଟ ନ କଣିବା ପାଇଁ ସମସ୍ତେ ସଚେତନ ହେବାର ଆବଶ୍ୟକ ରହିଛି। କାରଣ ସେକେଣ୍ଡହ୍ୟାଣ୍ଡ ଜିନିଷ ଚୋରି ସାମଗ୍ରୀ ହୋଇପାରେ ବୋଲି ସାଧାରଣରେ ଆଶଙ୍କା କରାଯାଉଛି। ତେଣୁ ସମସ୍ତେ ନିଜ ହେଲମେଟ ନିଜ ଦାୟିତ୍ୱରେ ରଖିବାର ଆବଶ୍ୟକତା ରହିଛି। ଅନ୍ୟପଟେ, ସହରର ଶାନ୍ତି ଶୃଙ୍ଖଳା ବଜାଇ ରଖିବା ତଥା ନାଗରିକଙ୍କୁ ଏକ ସୁରକ୍ଷିତ ପରିବେଶ ଯୋଗାଇଦେବାରେ ପୋଲିସ ପ୍ରଶାସନ ମଧ୍ୟ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣେର ଦାବି ହେଉଛି।