Nuankhai Celebration: ଉଦାହରଣ ସୃଷ୍ଟି କଲେ ଡଙ୍ଗାପାଳବାସୀ, ୭୦୦ ଗ୍ରାମବାସୀ ଏକାଠି ପାଳିଲେ ନୂଆଁଖାଇ
Advertisement

Nuankhai Celebration: ଉଦାହରଣ ସୃଷ୍ଟି କଲେ ଡଙ୍ଗାପାଳବାସୀ, ୭୦୦ ଗ୍ରାମବାସୀ ଏକାଠି ପାଳିଲେ ନୂଆଁଖାଇ

ପଶ୍ଚିମ ଓଡ଼ିଶାର ନୂଆଁଖାଇ ଗଣପର୍ବ କୃଷି ଓ କୃଷକ ର ଭାବନା ସହ ଜଡିତ ଏକ ନିଆରା ପର୍ବ । ଚାଷୀ ତାର ପ୍ରଥମ ଅମଳ କୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ ।

Nuankhai Celebration: ଉଦାହରଣ ସୃଷ୍ଟି କଲେ ଡଙ୍ଗାପାଳବାସୀ, ୭୦୦ ଗ୍ରାମବାସୀ ଏକାଠି ପାଳିଲେ ନୂଆଁଖାଇ

Nuankhai Celebration: ସମ୍ବଲପୁର (ଅଜୟ ନାଥ): ଏଥର ସବୁ ଅନୁକୂଳ ପରିସ୍ଥିତି ରହିଥିବା ରୁ ବହୁ ଉତ୍ସାହ ଉଦ୍ଦୀପନା ସହ ପାଳନ ହେଲା ପଶ୍ଚିମ ଓଡିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ । ନିଦ୍ଧାରିତ ଲଗ୍ନ ଅନୁସାରେ ସମ୍ବଲପୁର ରେ ଆଜି ମାଁ ସମଲେଶ୍ଵରୀଙ୍କ ମନ୍ଦିର ଠାରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନବାନ୍ନ ପର୍ବ  ପାଳିଛନ୍ତି ସାରା ସମ୍ବଲପୁର  ଅଞ୍ଚଳବାସୀ  । କିନ୍ତୁ  ଏଥର ସମ୍ବଲପୁର ରେ ୭୦୦ ଜଣ ଲୋକ ଏକା ସାଥିରେ ନବାନ୍ନ ଖାଇବା ଭଳି ଏକ ନିଆରା ଭିନ୍ନ ପରମ୍ପରା ମଧ୍ୟ ଦେଖିବାକୁ ମିଳିଛି। ଯାହା କି ସମାଜରେ ଏକ ନିଆରା ପରମ୍ପରା ସୃଷ୍ଟି ହୋଇଛି।

ପଶ୍ଚିମ ଓଡ଼ିଶାର ନୂଆଁଖାଇ ଗଣପର୍ବ କୃଷି ଓ କୃଷକ ର ଭାବନା ସହ ଜଡିତ ଏକ ନିଆରା ପର୍ବ । ଚାଷୀ ତାର ପ୍ରଥମ ଅମଳ କୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ଠିକ ଏହି ପରମ୍ପରାର ପାଳନ କରିଛନ୍ତି ଡ଼ଙ୍ଗାପାଳ ଗ୍ରାମବାସୀ। ସମ୍ବଲପୁର ଜିଲ୍ଲା ଜୁଯୁମୁରା ବ୍ଲକ ଅନ୍ତର୍ଗତ ଏକ ଗାଁ ଡ଼ଙ୍ଗାପାଳ। ଘର ୧୭୦ ପାଖାପାଖି ରହିଛି। ଏଥର ସମସ୍ତ ଗାଁ ଲୋକେ ଓ ଯୁବକମାନେ  ନିଷ୍ପତ୍ତି ନେଲେ ଯେ ହିଂସା ଦ୍ୱେଷ ରାଗ ରୁଷା ଛାଡି ସମସ୍ତେ ଏକସଙ୍ଗରେ ନୂଆଁଖାଇବେ। ସମସ୍ତେ ଏହି କଥା କୁ ପାଳନ କରି ଏକତ୍ର ଭାବରେ ଗାଁ ର ସମସ୍ତ ଲୋକେ ଗୋଟିଏ ସ୍ଥାନରେ ନୂଆଁ ଖାଇବା ସହ ଭୋଜନ କରିଛନ୍ତି। ଯାହାକି ଜନସମାଜକୁ ଏକ ସ୍ୱତନ୍ତ୍ର ବାର୍ତ୍ତା ଦେଉଛି। ଗାଁର ଯୁବକଙ୍କର ଏଭଳି ପ୍ରୟାସକୁ ଅଞ୍ଚଳବାସୀ ମଧ୍ୟ ପ୍ରଶଂସା କରିଛନ୍ତି।

ଚଳିତ ବର୍ଷ ନୂଆଁଖାଇ ରେ ଏକତା ଓ ଭାଇଚାରାର ଏକ  ନୂତନ ବାର୍ତ୍ତା  ସମାଜକୁ ଦେବାକୁ ଚେଷ୍ଟା  କରିଛନ୍ତି  ସମ୍ବଲପୁର ଜିଲ୍ଲାର  ଡଙ୍ଗାପାଲ ବାସିନ୍ଦା। ଜିଲ୍ଲାର ଯୁଯୁମରା ବ୍ଳକ ଡଙ୍ଗାପାଲ ଗ୍ରାମରେ ଥିବା ୧୭୦ ଜଣ ପରିବାର ରେ ଥିବା ୭୦୦ରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇ ନବାନ୍ନ ଏକାସାଥିରେ ଖାଇଥିଲେ । ପୂର୍ବରୁ ସେମାନେ ନିଜନିଜ ଘରେ ପୂଜା କରି ନୂଆଁଖାଇ ପାଳନ କରୁଥିବା ବେଳେ ଏଥର ସେମାନେ ସାମୁହିକ ଭାବରେ ନୂଆଁଖାଇ ପାଳନ କରୁଥିବାରୁ ଖୁସି ପ୍ରକଟ କରିଛନ୍ତି। ପ୍ରଥମେ ନିଜ ଘରେ ଇଷ୍ଟଦେବୀଙ୍କଠାରେ ପୂଜା କରି ସାରିବା ପରେ ଗାଁ ମୁଣ୍ଡରେ ୭୦୦ ଜଣ ଆବାଳ ବୄଦ୍ଧ,ବନିତା ସମସ୍ତେ ମିଳିତ ଭାବରେ ନବାନ୍ନ ଖାଇ ସମାଜ ରେ  ଏକତା ସୁତ୍ରରେ କିଭଳି ବାନ୍ଧି ହୋଇ ରହିହୁଏ ସେନେଇ ଏକ ନିଆରା ବାର୍ତା  ଦେଇଥିଲେ । ଏଥିସହ ଜାତି ଧର୍ମ ଆଧାର ରେ ସମସ୍ତ ସମାନ , ସମସ୍ତ ଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ପାଇଁ ପ୍ରଥମ ଥର ପାଇଁ ଏଭଳି ପ୍ରୟାସ କରିଥିଲେ ଡଙ୍ଗାପାଲ ବାସିନ୍ଦା ।ଯାହା କି ସମାଜ ପାଇଁ ଏକ ବାର୍ତା ଦେଉଛି ।

ଯେଉଁଠି ପ୍ରତ୍ୟେକ ଦିନ ରକ୍ତ ସମ୍ପର୍କୀୟଙ୍କ ଭିତରେ ମନୋମାଳିନ୍ୟର ଖବର ଦେଖାଦେଉଛି ଏଇଠି ୭୦୦ଜଣ ଲୋକଙ୍କର ମନ ଏକ ହୋଇ ନୂଆଁଖାଇବା ନିଶ୍ଚିତ ଏକ ଭାଇଚାରା ର ବାର୍ତା ଦେଉଛି ଏଥିରେ ଦ୍ବିମତ ନାହିଁ।