ଅଜୟ ନାଥ, ସମ୍ବଲପୁର:  ଜାନୁଆରୀ 2 ତାରିଖରେ ସମ୍ବଲପୁର IIMର ଭିତ୍ତିପ୍ରସ୍ତର ସ୍ଥାପନ ହେବ। କୋରୋନା ପାଇଁ ନିରାଡମ୍ବର କାର୍ଯ୍ୟକ୍ରମ କରାଯାଉଛି। ଭରଚୁଆଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।


COMMERCIAL BREAK
SCROLL TO CONTINUE READING

ନୂଆବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଙ୍କ ମିଳିନ ହେବ। ତେବେ ଏହା ସିଧାସଳସ ସାକ୍ଷାତ ନୁହେଁ ବରଂ ଭର୍ଚୁଆଲ ବୈଠକ (Virtual Meeting) ହେବ। ଜାନୁଆରୀ ୨ ତାରିଖରେ Sambalpur IIM ର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅଛି। ଯେଉଁଠି ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗ ଦେବେ।


Also Read: ସମ୍ବଲପୁର ଆଇଆଇଏମକୁ ବଡ ସଫଳତା


ପ୍ରାୟ ୨୦୦ ଏକର ପରିମିତ ଜମିରେ ନୂତନ IIM ନିର୍ମାଣ ହେବ। ଏହି ପ୍ରକଳ୍ପ ପାଇଁ ୪୦୧ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ୨୦୨୨ ଏପ୍ରିଲ ସୁଦ୍ଧା ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନୂତନ IIM ସୌରଶକ୍ତି (Solar power) ରେ ପରିଚାଳିତ ହେବ। ଏହି ନିର୍ମାଣରେରେ ଭାରତ ସରକାରଙ୍କ ସହ ଓଡିଶା ସରକାର (Odisha Govt) ଙ୍କ ପ୍ରମୁଖ ଭୂମିକା ରହିଛି।


ସମ୍ବଲପୁର IIMର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନଙ୍କ ସହ ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି IIMର ନିର୍ଦ୍ଦେଶକ ମହାଦେଓ ଯଏସୱଲ ସୂଚନା ଦେଇଛନ୍ତି।