ସମ୍ବଲପୁର ଆଇଆଇଏମକୁ ବଡ ସଫଳତା
Advertisement

ସମ୍ବଲପୁର ଆଇଆଇଏମକୁ ବଡ ସଫଳତା

ନୂତନ ପ୍ରତିଷ୍ଠିତ IIM ମଧ୍ୟରେ ଦେଶରେ ନମ୍ବର ୱାନ ସମ୍ବଲପୁର ଆଇଆଇଏମ (Sambalpur IIM)। ଶିକ୍ଷା ପଦ୍ଧତି (Education) ଓ ପ୍ଲେସମେଣ୍ଟ ପାଇଁ ସବୁଠୁ ଆଗରେ ।

ସମ୍ବଲପୁର ଆଇଆଇଏମକୁ ବଡ ସଫଳତା

ଅଜୟ ନାଥ, ସମ୍ବଲପୁର: ନୂତନ ପ୍ରତିଷ୍ଠିତ IIM ମଧ୍ୟରେ ଦେଶରେ ନମ୍ବର ୱାନ ସମ୍ବଲପୁର ଆଇଆଇଏମ (Sambalpur IIM)। ଶିକ୍ଷା ପଦ୍ଧତି (Education) ଓ ପ୍ଲେସମେଣ୍ଟ ପାଇଁ ସବୁଠୁ ଆଗରେ । ଆଇଆଇଏମର (IIM) ବଡ ସଫଳତା ନେଇ ସହରରେ ଖୁସିର ଲହରି। ଏଥି ସହ ଆଇଆଇଏମର (IIM) ଏହି ସଫଳତା ସମ୍ବଲପୁରକୁ ସାରା ଦେଶରେ ଏକ ପ୍ରମୁଖ ଶିକ୍ଷା ନଗରୀ ର ପରିଚୟ ପ୍ରଦାନ କରିପାରିଛି ।

ସମ୍ବଲପୁର ଏବେ ଆଇଆଇଏମ ପାଇଁ ପୁଣି ଚର୍ଚ୍ଚାରେ । ତେବେ ଏଥର ସମ୍ବଲପୁର ଆଇଆଇଏମ ଚର୍ଚ୍ଚା ପରିସରକୁ ଆସିଛି ନିଜର ବଡ ସଫଳତା କୁ ନେଇ ।  ୨୦୧୫ ମସିହାରେ ପ୍ରବଳ ବିରୋଧ ଓ ବିକ୍ଷୋଭ ପରେ ପ୍ରତିଷ୍ଠା ହୋଇଥିଲା ସମ୍ବଲପୁର ଆଇଆଇଏମ । ହେଲେ ଏବେ ସର୍ବଭାରତୀୟ ସ୍ତରରେ ନୂତନ ଆଇଆଇଏମ ରାଙ୍କରେ ସବୁଠାରୁ ଆଗରେ ରହିଛି ସମ୍ବଲପୁର ଆଇଆଇଏମ। ବିଜନେସ ୱାର୍ଲଡ଼ର ସଦ୍ୟ ପ୍ରକାଶିତ ମାନ୍ୟତାରେ ଦେଶର ସରକାରୀ ଶିକ୍ଷା ଅନୁଷ୍ଠାନ ମଧ୍ୟରେ ଏହା ୧୮ତମ ସ୍ଥାନରେ ରହିଛି । ଏହା ସହ ଦେଶର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ମାନଙ୍କ ମିଳିତ ରାଙ୍କିଂରେ ଏହା ସର୍ବଭାରତୀୟ ସ୍ତରରେ ୩୪ତମ ସ୍ଥାନରେ ରହିଛି । ଆଉ ଏହାର ସଫଳତା ନେଇ ସମ୍ବଲପୁର ବାସୀ ମଧ୍ୟ ବେଶ ଖୁସି ପ୍ରକାଶ କରିଛନ୍ତି।

ସମ୍ବଲପୁରରେ ଆଇଆଇଏମ ପ୍ରତିଷ୍ଠା ହେବା ପରଠାରୁ ପ୍ରତିବର୍ଷ ନୂତନ ସଫଳତା ସମ୍ବଲପୁରକୁ ଦେଶର ଏକ ଅଗ୍ରଣୀ ଶିକ୍ଷା ନଗରୀର ପରିଚୟ ପ୍ରଦାନ କରିପାରିଛି ଏଥିରେ ସନ୍ଦେହ ନାହିଁ। ସମ୍ବଲପୁରଠାରେ ଆଇଆଇଏମ ପ୍ରତିଷ୍ଠା ହେବା ପରଠାରୁ ଏହାର ସ୍ବତନ୍ତ୍ର ଶିକ୍ଷା ପଦ୍ଧତି ଏବଂ ଶତକଡ଼ା ଶତ ପ୍ରତିଶତ ପ୍ଲେସମେଣ୍ଟ ପାଇଁ  ସଫଳତା ହାସଲ କରି ସୄଷ୍ଟି କରିପାରିଛି ଦେଶ ବିଦେଶରେ ଏକ ସ୍ବତନ୍ତ୍ର ସ୍ଥାନ । 

ଆଇଆଇଏମର ଶିକ୍ଷା ବ୍ୟବସ୍ଥା କେବଳ କ୍ଲାସ ରୁମରେ ସୀମିତ ନୁହେଁ। ଏହିଠାରୁ ଛାତ୍ରଛାତ୍ରୀ ଶିକ୍ଷା ଅର୍ଜନ କରି ଦେଶ ତଥା ଦେଶ ବାହାରେ ମଧ୍ୟ ଚାକିରି କରି ସୁନାମ ଅର୍ଜନ କରିଛନ୍ତି। ପ୍ରଥମେ ଏହା ଏକ ଘରୋଇ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ ଆରମ୍ଭ  କରାଯାଇଥିଲା। ଏବେ ଏହା ସମ୍ବଲପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ  ଅସ୍ଥାୟୀ ଭାବେ କାର୍ଯ୍ୟ କରୁଛି । ନିଜସ୍ବ ବିଲ୍ଡିଂ ପାଇଁ ଆହୁରି ୨୦ ମାସ ସମୟ ଲାଗିବ ବୋଲି ଜଣାପଡିଛି। ଆଇଆଇଏମ ସମ୍ବଲପୁର ପାଠପଢାର ନିଆରା ଶୈଳୀ ଓ ଅଧ୍ୟାପକଙ୍କ ନିଷ୍ଠାର ସହ କାଯ୍ୟ ସଂପାଦନା କାରଣରୁ  ଦେଶ ବିଦେଶରେ ସମ୍ବଲପୁର ଆଇଆଇଏମ ଏହି ସଫଳତା ହାସଲ କରିପାରିଛି ବୋଲି କହିଛନ୍ତି ଆଇଆଇଏମ ସମ୍ବଲପୁର ର ନିର୍ଦେଶକ ମହାଦେବ ପ୍ରସାଦ ଜଏସୁଆଲ ।