ଗରିବଙ୍କ ପାଇଁ ପେନସନ୍ ପାଣ୍ଠି ଉତ୍ସର୍ଗ କଲେ ରାସେଶ୍ୱରୀ ପାଣିଗ୍ରାହୀ
ପୂର୍ବତନ ବିଧାୟିକା ରାସେଶ୍ୱରୀ ତାଙ୍କର ପେନସନ ସ୍ବରୂପ ରହିଥିବା ୧୦ ଲକ୍ଷ ଟଙ୍କା `ଡାକ୍ତର ରସେଶ୍ୱରୀ ପାଣିଗ୍ରାହୀ ୱେଲଫେଆର ଟ୍ରଷ୍ଟ`ରେ ଦାନ କରିଛନ୍ତି। ଆଗକୁ ପ୍ରତ୍ୟେକ ମାସ ତାଙ୍କର ପେନସନ ଏହି ଟ୍ରଷ୍ଟରେ ଜମା ହେବ ବୋଲି ଶୁକ୍ରବାର ରାସେଶ୍ୱରୀ କହିଥିଲେ।
ସମ୍ବଲପୁର: ଗରିବ ଲୋକଙ୍କୁ ଶିକ୍ଷା ଓ ଚିକିତ୍ସା ସହାୟତା ଯୋଗାଇବ "ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେଆର ଟ୍ରଷ୍ଟ"। ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ତାଙ୍କର ବିଧାୟକ ପେନସନ ପାଣ୍ଠିକୁ ଏହି ଟ୍ରଷ୍ଟ ପାଇଁ ଉତ୍ସର୍ଗ କରିଛନ୍ତି। ପ୍ରତ୍ୟେକ ମାସ ତାଙ୍କର ଆସୁଥିବା ପେନସନ ଏହି ଟ୍ରଷ୍ଟକୁ ଯିବ ବୋଲି ସେ ଶୁକ୍ରବାର "ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେଆର ଟ୍ରଷ୍ଟ" ଗଠନ ଅବସରରେ କହିଛନ୍ତି।
ପୂର୍ବତନ ବିଧାୟିକା ରାସେଶ୍ୱରୀ ତାଙ୍କର ପେନସନ ସ୍ବରୂପ ରହିଥିବା ୧୦ ଲକ୍ଷ ଟଙ୍କା "ଡାକ୍ତର ରସେଶ୍ୱରୀ ପାଣିଗ୍ରାହୀ ୱେଲଫେଆର ଟ୍ରଷ୍ଟ"ରେ ଦାନ କରିଛନ୍ତି। ଆଗକୁ ପ୍ରତ୍ୟେକ ମାସ ତାଙ୍କର ପେନସନ ଏହି ଟ୍ରଷ୍ଟରେ ଜମା ହେବ ବୋଲି ଶୁକ୍ରବାର ରାସେଶ୍ୱରୀ କହିଥିଲେ। ଆଗକୁ ଆହୁରି ଅନେକ ଉଇଲ ମଧ୍ୟ ଏ ଟ୍ରଷ୍ଟ ନାମରେ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଟ୍ରଷ୍ଟ ଗରିବ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ଓ ଗରିବ ଲୋକଙ୍କର ଚିକିତ୍ସାରେ ମଧ୍ୟ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।
Also Read: ମଧ୍ୟହ୍ନରେ ପିଟିହେବ 'ଜୱାଦ', ଏହି ସବୁ ଜିଲ୍ଲାରେ ପଡିବ ଅଧିକ ପ୍ରଭାବ
"ଡାକ୍ତର ରସେଶ୍ୱରୀ ପାଣିଗ୍ରାହୀ ୱେଲଫେଆର ଟ୍ରଷ୍ଟ"ରେ ମୋଟ ୧୦ ଜଣ ସଭ୍ୟ ସଭ୍ୟା ରହିଛନ୍ତି। ଖୁବଶୀଘ୍ର ଏହି ଟ୍ରଷ୍ଟ ତରଫରୁ ଏକ ୱେବ୍ ସାଇଟ ଖୋଲା ଯିବ। ସମ୍ବଲପୁର ଜିଲ୍ଲାବାସୀ ଏହି ଟ୍ରଷ୍ଟ ତରଫରୁ ଉପକୃତ ହୋଇପାରିବେ। ଯଦି ଜଣେ ଏହି ଟ୍ରଷ୍ଟକୁ ସାହଯ୍ୟ ପାଇଁ ଆବେଦନ କରନ୍ତି, ତେବେ ଟ୍ରଷ୍ଟ ତାଙ୍କର ଆବଶ୍ୟକତାକୁ ଅନୁଧ୍ୟାନ କରି ନିଷ୍ପତ୍ତି ନେବ। ଯଦି କୌଣସି ସହୃଦୟ ବ୍ୟକ୍ତିଙ୍କ ନଜରରେ ଏଭଳି ଛାତ୍ରଛାତ୍ରୀ କିମ୍ବା ଚିକିତ୍ସା ସହାୟତା ପାଇବା ପାଇଁ ଅଛନ୍ତି ସେମାନେ ମଧ୍ୟ ଯୋଗାଯୋଗ କରି ପାରିବେ ବୋଲି ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି।
ରାସେଶ୍ୱରୀ କହିଛନ୍ତି ଯେ, ସେ ସମ୍ବଲପୁରବାସୀଙ୍କ ସେବା କରିବା ପାଇଁ ସଦା ସର୍ବଦା ଚେଷ୍ଟିତ, ସେଥିପାଇଁ ଏଭଳି ଏକ ଟ୍ରଷ୍ଟ ଗଠନ କରିଛନ୍ତି। ଏହି ଟ୍ରଷ୍ଟର ଲକ୍ଷ୍ୟ ଓ ଆଭିମୁଖ୍ୟରେ ଉତ୍ସାହିତ ହୋଇ କିଛି ବ୍ୟକ୍ତି ମଧ୍ୟ ଆର୍ଥିକ ସହାୟତା ଦେଇଛନ୍ତି। ଆଗକୁ ଯଦି କେହି ସହୃଦୟ ବ୍ୟକ୍ତି ଏହି ଟ୍ରଷ୍ଟକୁ ଆର୍ଥିକ ସହଯୋଗ ଦେବେ ତା ହେଲେ ସ୍ୱାଗତ କରାଯିବ ବୋଲି କୁହାଯାଇଥିଲା। ଏହି ଟ୍ରଷ୍ଟର ସଭାପତି ଭାବରେ ଶିକ୍ଷାବିତ ଶଙ୍କର ପ୍ରସାଦ ପତି ରହିଥିବା ବେଳେ ସମ୍ପାଦକ ଭାବରେ ସାମ୍ବାଦିକ ସୁବାଷ ପାଣିଗ୍ରାହୀ ରହିଛନ୍ତି। ଅନ୍ୟାନ୍ୟ ଟ୍ରଷ୍ଟି ଭାବରେ ସ୍ବେଚ୍ଛାସେବୀ ସୁଧୀର ପୁଝାରି, ସୁବ୍ରତ ପଣ୍ଡା, ବିପିନ ମିଶ୍ର ପ୍ରମୁଖ ରହିଛନ୍ତି।