Jagannath Mandi Property:  ପୁରୀ (ସଞ୍ଜୟ ମହାପାତ୍ର): ଶ୍ରୀମନ୍ଦିରର ସମ୍ପତ୍ତି ଦେଶର ବଡବଡ କମ୍ପାନୀ ଓ୍ୱିପ୍ରୋ, ଓଏନଜିସି, ଇଣ୍ଡିଆନ ଅଏଲ ଆଉ ନାଲକୋ ଠାରୁ ବି କମ୍। ତେବେ ଆକଳନ ଅନୁଯାୟୀ ଶ୍ରୀମନ୍ଦିରର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତି ପ୍ରାୟ ୧୨ ହଜାର କୋଟି ଆକଳନ କରାଯାଇଛି। ଦେଶର ବିଭିନ୍ନ ମନ୍ଦିର ଠାରୁ ତିନିଗୁଣା ଭକ୍ତ ବର୍ଷତମାମ ଶ୍ରୀମନ୍ଦିର ଆସୁଥିଲେ ସୁଦ୍ଧା ବଢୁନାହିଁ ଦାନଅର୍ଥ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଶୁଳ୍କ ଦର୍ଶନ, ଶୃଙ୍ଖଳିତ ନିତି ଓ ଭକ୍ତଙ୍କୁ ବିନା ଅର୍ଥରେ ଅନେକ ସୁବିଧା ଦିଆଯାଉଛି। ତେଣୁ ଶ୍ରୀମନ୍ଦିରକୁ ବ୍ଯବସାୟ କରଣ ନୁହେଁ ଭକ୍ତଙ୍କ ଭାବନାକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ। 


COMMERCIAL BREAK
SCROLL TO CONTINUE READING

ସେପଟେ ଦେଶର ବିତ୍ତଶାଳୀ ମନ୍ଦିରର ଭକ୍ତଙ୍କୁ ପ୍ରସାଦ ବିକିବା, ଦର୍ଶନ ଓ ରହଣି ପୁଣି ମାନସିକ ଚୁଟି ପକାଇବାରେ କୋଟିକୋଟି ଟଙ୍କା ଆୟ କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏସବୁରୁ ଊର୍ଦ୍ଧ୍ବରେ। ଏଣୁ ଆଗାମୀ ଦିନରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେଲେ ସ୍ୱତଃସ୍ପୃତ ଭାବରେ ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ।


ସାର୍ବଜନୀନ ହେଲା ବିଶ୍ୱପ୍ରସିଦ୍ଧ ତିରୁପତି ଭେଙ୍କଟେଶ୍ୱରଙ୍କ ସମ୍ପତ୍ତିର ମୂଲ୍ୟ। ମନ୍ଦିରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୁଲ୍ଯ ପ୍ରାୟ ଅଢେଇ ଲକ୍ଷ କୋଟି ବୋଲି ଆକଳନ କରାଯାଇଛି। ଯାହା ଦେଶର ପ୍ରମୁଖ ବଡବଡ କମ୍ପାନୀ ଉଇପ୍ରୋ, ନେସଲେ,ଓଏନଜିସିର ମାର୍କେଟର ପୁଞ୍ଜିଠାରୁ ପ୍ରାୟ ୧୦ଗୁଣ ତିରୁପତି ଭେଙ୍କଟେଶ୍ୱରଙ୍କ ସମ୍ପତ୍ତି ।ଯେଉଁଥିରେ ରହିଛି ପ୍ରାୟ ୧୦.୨୫ ଟନ ସୁନାର ବ୍ୟାଙ୍କ ଡିପୋଜିଟ,୧୬୦୦୦ କୋଟିର ବ୍ୟାଙ୍କ ଜମା ଏବଂ ସମଗ୍ର ଭାରତବର୍ଷରେ ୯୬୦ଟି ଜମି ବା ସମ୍ପତ୍ତିର ତାଲିକା। ତିରୁପତି ବାଲାଜୀ ମନ୍ଦିର ସମ୍ପତ୍ତିର ଟିକନିକ ତଥ୍ୟ ଲାଇଭ ମିଣ୍ଟ ଡଟ୍ କମ ନାମକ ଏକ ୱେବ ପେଜରେ ଏହା ପ୍ରକାଶ ପାଇଛି। ହେଲେ ଏହି ତଥ୍ଯକୁ ଦେଖିଲେ ଶ୍ରୀମନ୍ଦିରର ସମ୍ପତ୍ତି କାହିଁକି ସାର୍ବଜନୀନ ହେଉନାହିଁ। ତିରୁପତି ମନ୍ଦିରରେ ଦୈନିକ ଯେତିକି ଭକ୍ତଙ୍କ ସମାଗମ ହେଉଛି ଶ୍ରୀମନ୍ଦିରରେ ତାଠାରୁ ଅଧିକ ଭକ୍ତଙ୍କ ସମାଗମ ହେଉଛି। ଡୋନେସନ ଆସିବାରେ କେଉଁଠି ରହିଛି ଲାକୁନା। 


ସେପଟେ ଶ୍ରୀମନ୍ଦିରର ସମ୍ପତ୍ତି ବି ତିରୁପତି ମନ୍ଦିର ଠାରୁ କମ୍ ନୁହେଁ। ତିରୁପତିରେ ବାଲାଜିଙ୍କୁ ଡୋନେସନ ଦେଇଥାନ୍ତି ଭକ୍ତ। କିନ୍ତୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବ୍ଯତିତ ଏକାଧିକ ପାର୍ଶ୍ୱଦେବାଦେବୀଙ୍କ ଉଦ୍ଦେଶ୍ୟରେ ଡୋନେସନ ଆସିଥାଏ। ଏମିତିକି ବିଭିନ୍ନ ସେବାୟତ ନିଯୋଗକୁ ଭକ୍ତଙ୍କ ଠାରୁ ଆସୁଥିବା ଅନ୍ନଦାନ ଆଟିକା ଅର୍ଥ ବି ରେକର୍ଡ ଅଫ୍ ରାଇଟ ଅନୁସାରେ ଶ୍ରୀମନ୍ଦିର ପ୍ରଶାସନ ନିକଟକୁ ଆସିନଥାଏ। ତାପରେ ପରମାଣିକ ଟିକେଟରୁ ଅର୍ଥ ଆସେ ତାହା ବନ୍ଦ କରାଯାଇଛି। ଭକ୍ତ ମାନେ ନିଶୁଳ୍କ ଦର୍ଶନ କରୁଛନ୍ତି। ହୁଣ୍ଡି ଆଉ ଦାନବାକ୍ସରୁ ବି ଦୈନିକ ଆୟ ଆସୁଛି। ଭକ୍ତମାନେ ନିଶୁଳ୍କ ଦର୍ଶନ କରୁଛନ୍ତି। 


ସେପଟେ ମହାପ୍ରଭୁଙ୍କର ବିଭିନ୍ନ ଜିଲ୍ଲାରେ ଏକ ହଜାର ଏକର ଭୁସମ୍ପତ୍ତି ରହିଛି। ଏହି ଭୁସମ୍ପତ୍ତି , ଖଣି ଖାଦାନର ସଠିକ୍ ବିନିଯୋଗ ହୋଇପାରିଲେ ଶ୍ରୀମନ୍ଦିର ମଧ୍ୟ ବିତ୍ତଶାଳି ମନ୍ଦିର ହୋଇପାରିବ। ହେଲେ ତିରୁପତି ଭଳି ଭକ୍ତଙ୍କୁ ଦେୟ କଷ୍ଟ ଦେବା ଉଦ୍ଦେଶ୍ୟ ନାହିଁ। ଦିନଥିଲା ତିରୁପତି ବାଲାଜୀ ମନ୍ଦିର ଆର୍ଥିକ ସମସ୍ଯା ଦେଇ ଚାଲୁଥିଲା। ସ୍ଥାନୀୟ ଭକ୍ତ ପର୍ଯ୍ଯାପ୍ତ ଦାନ କରୁଥିଲେ। ସେହିଦିନ ଠାରୁ ଦାନ ପରମ୍ପରା ରହିଆସିଛି। ଦେଶର ବିତ୍ତଶାଳୀ ମନ୍ଦିରର ଭକ୍ତଙ୍କୁ ପ୍ରସାଦ ବିକିବା, ଦର୍ଶନ ଓ ରହଣି ପୁଣି ମାନସିକ ଚୁଟି ପକାଇବାରେ କୋଟିକୋଟି ଟଙ୍କା ଆୟ କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏସବୁରୁ ଉର୍ଦ୍ଧ୍ବରେ। ଏଣୁ ଆଗାମୀ ଦିନରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେଲେ ସ୍ୱତସ୍ପୃତ ଭାବରେ ଶ୍ରୀମନ୍ଦିରର ଆୟ ବୃଦ୍ଧି ପାଇବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ।


ସେପଟେ ୧୯୭୮ ମସିହାରେ ଶେଷଥର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ରତ୍ନାଳଙ୍କାରର ମଣତି କରାଯାଇଥିଲା। ହେଲେ ତାହା ପରଠାରୁ ଆଉ ରତ୍ନଭଣ୍ଡାର ଖୋଲାଯାଇନାହିଁ। ଏହି ଅଳଙ୍କାର ବାଦ ଶ୍ରୀମନ୍ଦିର ପ୍ରଶାସନର କର୍ପସ ଫଣ୍ଡରେ ୩୯୨ କୋଟି,ଫାଉଣ୍ଡେସନ ଫଣ୍ଡ ୧୨୨କୋଟି,ମନ୍ଦିର ଫଣ୍ଡ ୨୪୨କୋଟି ଟଙ୍କା ସ୍ଥାୟୀ ଜମା ବାବଦ ରହିଛି। ପ୍ରାୟ ୬୦ହଜାର ଏକର ଜମି ରହିଥିବା ବେଳେ ରେକର୍ଡ଼ ଆଧାରରେ ପ୍ରାୟ ୩୫ହଜାର ଏକର ଜମି ରହିଛି। ୯୯ଟି ଖଣି ଖାଦାନ ରହିଛି। ଏଥିରୁ ୨୬ଟି ମାଙ୍କଡା ପଥର ଖଣି,୭୨ଟି ବ୍ଯୁଲଡିଂ ପଥର ଖଣି ଓ ୨ଟି ଖଣ୍ଡେଲାଇଟ ପଥର ଖଣି ରହିଛି। 


ସାଧାରଣ ଦିନରେ ପ୍ରାୟ ୫୦/୬୦ହଜାର ଭକ୍ତ ଦର୍ଶନ କରୁଛନ୍ତି। ଫେଷ୍ଟିଭାଲରେ ଦୈନିକ ଏକ ଲକ୍ଷ ଓ ବଡ ଫେଷ୍ଟିଭାଲରେ ୨/୩ଲକ୍ଷ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ତେବେ ଶ୍ରୀମନ୍ଦିରକୁ ଡୋନେସନ ଆସିବା ପାଇଁ ଅନଲାଇନ ବ୍ଯବସ୍ଥା ହୋଇଥିବା ବେଳେ ହୁଣ୍ଡି ଦାନବାକ୍ସ ସହ ଶ୍ରୀମନ୍ଦିର କାର୍ଯ୍ଯାଳୟରେ ଦେବା ପାଇଁ ମଧ୍ୟ ବ୍ଯବସ୍ଥା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଶୁଳ୍କ ଦର୍ଶନ, ଶୃଙ୍ଖଳିତ ନିତି ଓ ଭକ୍ତଙ୍କୁ ବିନା ଅର୍ଥରେ ଅନେକ ସୁବିଧା ଦିଆଯାଉଛି। ତେଣୁ ଶ୍ରୀମନ୍ଦିରକୁ ବ୍ଯବସାୟ କରଣ ନୁହେଁ ଭକ୍ତଙ୍କ ଭାବନାକୁ ପ୍ରାଥମିକତା ଦିଆଯାଉଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।


ତିରୁପତି ଭେଙ୍କଟଶ୍ୱରଙ୍କ ମନ୍ଦିରକୁ ତିରୁମାଲା ତିରୁପତି ଦେବସ୍ଥାନମ୍ ନାମକ ଏକ ଟ୍ରଷ୍ଟ ବୋର୍ଡ ଚଲାଉଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ପରିଚାଳନା ଅଧୀନରେ ରହିଛି। ତେବେ ସେଠାକାର ସମ୍ପତ୍ତିର ମୂଲ୍ୟ ସାର୍ବଜନୀନ ହୋଇଥିବା ବେଳେ ଶ୍ରୀମନ୍ଦିର ସମ୍ପତ୍ତିର କାହିଁକି ହେଉନି ସାର୍ବଜନୀନ ତାହାକୁ ନେଇ ଉଠୁଛି ପ୍ରଶ୍ନ।