World Dahibara Aloodum Divas: ପ୍ରତ୍ୟେକ ଓଡ଼ିଆଙ୍କ ଗର୍ବ ଓ ଗୌରବ `ଦହିବରା ଆଳୁଦମ`, କଟକ ଦେଲା ପରିଚୟ
ବାରାକୁ ସାଧାରଣତଃ ବିରି ଡାଲିରେ ପ୍ରସ୍ତୁତ କରାଯାଏ। ତା’ପରେ ତାକୁ ଦହିପାଣିରେ ଭିଜାଇ ଦିଆଯାଏ। ଏହାକୁ ଆଲୁର ମୋଟା ଗ୍ରେଭିରେ ବିଭିନ୍ନ ମସଲା ସହିତ ପିଆଜ, ସେଓ ଓ ପୁଦିନା ଚଟଣି ପରସା ଯାଏ। କଟକର ରଘୁ ଭାଇଙ୍କ ଦହିବାରା ଆଳୁଦମ୍ ବେସ୍ ପ୍ରସିଦ୍ଧ।
ଭୁବନେଶ୍ୱର: ପ୍ରତିବର୍ଷ ମାର୍ଚ୍ଚ ପହିଲାକୁ ବିଶ୍ୱ ଦହିବାରା ଆଳୁଦମ୍ ଦିବସ ଭାବରେ ପାଳନ କରାଯାଉଛି। ୨୦୧୯ରେ ପ୍ରଥମ ଥର ବିଶ୍ୱ ଦହିବାରା ଆଳୁଦମ୍ ଦିବସ ପାଳନ କରାଯାଇଥିଲା। ଓଡ଼ିଶାର ଅତି ଲୋକପ୍ରିୟ ସ୍ନାକ୍ସ ବା ଜଳଖିଆ ଭାବେ ଦହିବାରା ଆଳୁଦମ୍ ବିଶ୍ୱରେ ପ୍ରସିଦ୍ଧିଲାଭ କରିଛି। କଟକରୁ ଆରମ୍ଭ ହୋଇଥିବା ଦହିବାରା ଆଳୁଦମ୍ କେବଳ ଓଡିଶା ନୁହେଁ ଏବଂ ଦେଶ ତଥା ବିଦେଶରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଛି।
ବାରାକୁ ସାଧାରଣତଃ ବିରି ଡାଲିରେ ପ୍ରସ୍ତୁତ କରାଯାଏ। ତା’ପରେ ତାକୁ ଦହିପାଣିରେ ଭିଜାଇ ଦିଆଯାଏ। ଏହାକୁ ଆଲୁର ମୋଟା ଗ୍ରେଭିରେ ବିଭିନ୍ନ ମସଲା ସହିତ ପିଆଜ, ସେଓ ଓ ପୁଦିନା ଚଟଣି ପରସା ଯାଏ। କଟକର ରଘୁ ଭାଇଙ୍କ ଦହିବାରା ଆଳୁଦମ୍ ବେସ୍ ପ୍ରସିଦ୍ଧ। ସେ ଦହିବାରା ଆଲୁଦମର ଜୀବନ୍ତ କିମ୍ବଦନ୍ତୀ। କଟକ ସହରର ବିଡାନାସୀ ଅଞ୍ଚଳରୁ ଦହିବାରା ଆଳୁଦମ୍ ଉତ୍ପନ୍ନ ହୋଇଥିବା କୁହାଯାଏ। ତେବେ କେବେ ଏହା ଆରମ୍ଭ ହୋଇଥିଲା ତାହାର କୌଣସି ବିବରଣୀ ନାହିଁ।
Also Read: ଗର୍ଭାବସ୍ଥାରେ ଛାଡ଼ପତ୍ରକୁ ନେଇ ଆସିଲା ବଡ଼ ଅପଡେଟ୍
ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ। ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ ଚାଲିଛି। ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମ ଏକ ସ୍ୱତନ୍ତ୍ର ମହତ୍ତ୍ୱ ରଖେ। ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ୱାଦ କେମିତି। ପ୍ରାୟତଃ ମାର୍ଚ୍ଚ ମାସରୁ ଖରା ବା ଗ୍ରୀଷ୍ମ ଆରମ୍ଭ ହୋଇଯାଏ। ତେଣୁ ମାର୍ଚ୍ଚ ପହିଲାରେ ଅଘୋଷିତ ବିଶ୍ୱ ଦହିବରା ଆଳୁଦମ ଦିବସ ପାଳନ ହେଉଛି।
ପଖାଳ ଓ ରସଗୋଲା ପରି ଦହିବରା ଆଳୁଦମ ଦିବସ ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ଖାଦ୍ୟ। ଏହା ଓଡିଆ ବ୍ୟଞ୍ଜନରେ ଏକ ଚମକ ଦେଇଥାଏ। ଦହିବରା ଆଳୁଦମ କେବଳ ଯେ ତୁଣ୍ଡକୁ ସ୍ୱାଦ ତାହା ନୁହେଁ, ଏହା ପେଟକୁ ମଧ୍ୟ ଥଣ୍ଡା ରଖେ। ବର୍ତ୍ତମାନ ସମୟରେ ଅନେକ ଲୋକ ଦହିବରା ଆଳୁଦମ ବ୍ୟବସାୟକୁ ଆପଣାଇ ନେଇଛନ୍ତି। ସେମାନେ ଏହାରି ମାଧ୍ୟମରେ ଗ୍ରାହକଙ୍କ ମୁହଁରେ ହସ ଫୁଟାଇବା ସହ ନିଜ ପରିବାରର ପ୍ରତିପୋଶଷଣ କରୁଛନ୍ତି।