ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଲେଉଟିଲାଣି ଶୀତ । ରାଜ୍ୟକୁ ପୁଣି ଫେରିଛି ଥଣ୍ଡା । ଲଗାତାର ଏକ ସପ୍ତାହ ଧରି ଶୀତ ଉଭାନ ହେବା ପରେ ଗତ ଦୁଇ ଦିନ ହେବ ପାଞ୍ଚ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ସହ ପୁଣି ପ୍ରତ୍ୟାବର୍ତ୍ତନ କରିଛି ଶୀତ ଲହରି । ଏନେଇ ଆସନ୍ତାକାଲି ସକାଳ ୮ଟା ୩୦ ପର୍ଯ୍ୟନ୍ତ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।


COMMERCIAL BREAK
SCROLL TO CONTINUE READING

ସୁନ୍ଦରଗଡ (Sundargarh) ଓ ଝାରସୁଗୁଡା (Jharsuguda) ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରି (Cold wave) ପରିଲକ୍ଷିତ ହେତୁ ରାତି ଓ ପାହାନ୍ତିଆ ସମୟରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଉପକୂଳ ଓଡିଶା, କୋରାପୁଟ(Koraput), ମାଲକାନଗିରି (Malkangiri), କନ୍ଧମାଳ (Kandhamal), ଓ ମୟୂରଭଞ୍ଜ (Mayurbhanj) ଜିଲ୍ଲାରେ ହାଲକା କୁହୁଡି (Fog) ଦେଖାଦେବାର ସମ୍ଭାବନା ରହିଛି । 


Also Read; କେନ୍ଦୁଝର Shopping Mallର ମହିଳା ଟ୍ରାଏଲ୍ ରୁମରେ spy cam


ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା (Minimum Tempreture) ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସହ ଦୁଇ ତିନି ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ତାପମାତ୍ରା ସ୍ବାଭାବିକ ଠାରୁ କମ୍ ରହିବ । ଏହାପରେ ଦୁଇ ରୁ ତିନି ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି । ସେପଟେ ଆଜି ଫୁଲବାଣୀ (Phulbani) ରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଛି ।


Edited; Zee Odisha News