କେନ୍ଦୁଝର Shopping Mallର ମହିଳା ଟ୍ରାଏଲ୍ ରୁମରେ spy cam
Advertisement

କେନ୍ଦୁଝର Shopping Mallର ମହିଳା ଟ୍ରାଏଲ୍ ରୁମରେ spy cam

ଦ୍ଵିପହରେ ମହିଳା ଟ୍ରାଏଲ ରୁମ (Women Trail Room)ରେ ଜଣେ ଯୁବତୀ ଡ୍ରେସ ବଦଳାଉଥିଲେ। ଏହି ସମୟରେ କେହି ଜଣେ ମୋବାଇଲରେ ତାଙ୍କ ଫୋଟ ଉଠାଉଥିଲେ। ଦୁଇଟି ଟ୍ରାଏଲ ରୁମ ମଧ୍ୟରେ ଥିବା ଉପର ଫାଙ୍କ ବାଟେ ମୋବାଇଲ ପୁରାଇ ଫଟୋ ଉଠାଉଥିବା ଯୁବତୀ ଜାଣିବାକୁ ପାଇଥିଲେ। 

ପ୍ରତିକାତ୍ମକ ଫଟୋ

କେନ୍ଦୁଝର: ଅସୁରକ୍ଷିତ ସପିଙ୍ଗ ମଲର ମହିଳା ଟ୍ରାଏଲ୍ ରୁମ। ପୋଷାକ ପରିବର୍ତ୍ତନ ବେଳେ ଉଠୁଛି ଫଟୋ। ଏଭିଳି ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦୁଝରର ଜଣେ ଯୁବତୀ। ସେ ଟ୍ରାଏଲ୍ ରୁମ ପୋଷାକ ବଦଳାଇବା ବେଳେ କେହି ଫଟୋ ଉଠାଇଥିବା ନେଇ ସେ ଥାନାରେ ଏତଲା ଦେଇଛନ୍ତି।

ମିଳିଥିବା ସୂଚନାନୁସାରେ, ଘଟଣାଟି କେନ୍ଦୁଝର (Keonjhar) ଟାଉନ ଥାନା ମାଗୁର ଗାଡିଆସ୍ଥିତ ଏକ ଘରୋଇ ସପିଙ୍ଗ ମଲ (Shopping Mall) ରେ ଘଟିଛି। ଦ୍ଵିପହରେ ମହିଳା ଟ୍ରାଏଲ ରୁମ (Women Trail Room)ରେ ଜଣେ ଯୁବତୀ ଡ୍ରେସ ବଦଳାଉଥିଲେ। ଏହି ସମୟରେ କେହି ଜଣେ ମୋବାଇଲରେ ତାଙ୍କ ଫୋଟ ଉଠାଉଥିଲେ। ଦୁଇଟି ଟ୍ରାଏଲ ରୁମ ମଧ୍ୟରେ ଥିବା ଉପର ଫାଙ୍କ ବାଟେ ମୋବାଇଲ ପୁରାଇ ଫଟୋ ଉଠାଉଥିବା ଯୁବତୀ ଜାଣିବାକୁ ପାଇଥିଲେ। 

Also Read: ଟିପର-ଟ୍ରାଭେଲର ଧକ୍କାରେ ମହିଳା କ୍ଲବର ୧୦ ସଦସ୍ୟା ମୃତ

ତେବେ ଯୁବତୀ ଜଣଙ୍କ ରୁମରୁ ବାହାରି ମଲର କର୍ମଚାରୀଙ୍କୁ ଅବଗତ କରିଥିଲେ। ଏହାସହ ସେ ଟାଉନ ଥାନା (Keonjhar Police) ରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଜାରି ରଖିଛି। କିନ୍ତୁ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି।