Dheeraj Prasad Sahu:


COMMERCIAL BREAK
SCROLL TO CONTINUE READING

କଂଗ୍ରେସ ସାଂସଦ ଧୀରଜ ପ୍ରସାଦ ସାହୁ ଗତ ଚାରି ଦିନ ହେବ ଆଞ୍ଚଳିକ ଗଣମାଧ୍ୟମ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ତାଙ୍କ କମ୍ପାନୀ ଏବଂ ସମ୍ପର୍କୀୟଙ୍କ ନିକଟରୁ ୩୦୦ କୋଟି ମିଳିଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ଟଙ୍କା ଗଣା କାମ ଜାରି ରହିଛି । ଆୟକର ବିଭାଗ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳି ନାହିଁ । ଆଉ ସେପଟେ ବିଜେପିକୁ କଂଗ୍ରେସ ବିରୋଧରେ ଏକ ବଡ଼ ପ୍ରସଙ୍ଗ ମିଳି ଯାଇଛି ।


କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ରାଞ୍ଚି ସ୍ଥିତ ବାସଭବନରେ ଚାରି ଦିନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ସହ ଓଡ଼ିଶାର ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ଆୟ ବର୍ହିଭୂତର ସମ୍ପୂର୍ଣ୍ଣ ଟଙ୍କା ଏବଂ ସମସ୍ତ ସମ୍ପତ୍ତିର ସଠିକ୍ ଆକଳନ ନେଇ ଆୟକର ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନି । କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସମସ୍ତ ଚଢ଼ାଉ ହୋଇଥିବା ଠିକଣାରୁ ବର୍ତ୍ତମାନ ସୁଦ୍ଧା ୩୦୦ କୋଟି ଟଙ୍କା ମିଳିଛି । ଯାହାର ଗଣତି ଚାଲିଛି । ସମ୍ପୂର୍ଣ୍ଣ ଟଙ୍କା ଗଣିବା ପାଇଁ ଆଉ ଦୁଇ ଦିନ ସମୟ ଲାଗିବ ।


୧୭୬ଟି ବ୍ୟାଗରେ ନୋଟ ଭର୍ତ୍ତି


କଂଗ୍ରେସ ସାଂସଦ ଧୀରଜ ସାହୁ ଏବେ ଚର୍ଚ୍ଚାରେ । ଏହାର କାରଣ ହେଉଛି ଆୟକର ବିଭାଗର ଚଢ଼ାଉ । ରିପୋର୍ଟ ଅନୁଯାୟୀ ଚଢ଼ାଉ ସ୍ଥାନରୁ ୩୦ଟି ଆଲମୀରା ମିଳିଛି । ଯେଉଁଥିରେ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ ଭରି ରହିଛି । କୁହାଯାଉଛି ସମସ୍ତ ଟଙ୍କାକୁ ୧୭୬ଟି ବ୍ୟାଗରେ ରଖାଯାଇଛି । ୪୦ଟି ବ୍ୟାଗର ଟଙ୍କା ଗଣା ଯାଇଛି । ଯେଉଁଥିରେ ୫୦ କୋଟିରୁ ଅଧିକ ଟଙ୍କା ରହିଛି । ଆଉ ବାକି ଟଙ୍କା ଗଣିବାରେ ଆହୁରି ଦୁଇ ଦିନ ଲାଗିବ ।


 ଦିଲ୍ଲୀ ବାସଭବନରେ ଧୀରଜ ସାହୁ !


ଶନିବାର ଦିନ ଚଢ଼ାଉ ଚାରି ଦିନରେ ପହଂଚିଛି । ତଥାପି ଏପର୍ଯ୍ୟନ୍ତ ଧୀରଜ ସାହୁ କିମ୍ବା ତାଙ୍କ କମ୍ପାନୀ ତରଫରୁ କୌଣସି ପ୍ରକାରର ପ୍ରତିକ୍ରିୟା ଆସିନାହିଁ । ଅନୁମାନ କରଯାଉଛି ଯେ ଆୟ ବିଭାଗର ଚଢ଼ାଉ ଚାଲିଥିବାରୁ ଧୀରଜ ସାହୁ କିମ୍ବା ତାଙ୍କ କମ୍ପାନୀର କୌଣସି କର୍ତ୍ତୃପକ୍ଷ କିଛି ପ୍ରତିକ୍ରିୟା ରଖୁ ନାହାଁନ୍ତି । କିନ୍ତୁ କୁହାଯାଉଛି ସଂସଦର ଶୀତକାଳୀନ ଅଧିବେଶନରେ ସାମିଲ ହେବାକୁ ଧୀରଜ ସାହୁ ଏବେ ବି ଦିଲ୍ଲୀରେ ଅଛନ୍ତି । କିନ୍ତୁ ତାଙ୍କ ତରଫରୁ କୌଣସି ସୂଚନା କିମ୍ବା ପ୍ରତିକ୍ରିୟା ଆସିନାହିଁ । ସାଂସଦ ଧୀରଜ ସାହୁଙ୍କର ଗୋଟିଏ ମୋବାଇଲ ନମ୍ବର ଏବେ ବି ବନ୍ଦ ଅଛି । କିନ୍ତୁ ତାଙ୍କ ସହଯୋଗୀଙ୍କ ସୂଚନା ଅନୁଯାୟୀ ସେ ଏବେ ଦିଲ୍ଲୀ ବାସଭବନରେ ଅଛନ୍ତି । କିନ୍ତୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ନୁହେଁ ନିଜ ବାସଭବନରେ ଅଛନ୍ତି ।


ରାଞ୍ଚି ବାସଭବନରୁ ୩ଟି ବ୍ୟାଗ ନେଇଛନ୍ତି ଆୟବିଭାଗ ଅଧିକାରୀ


ରାଞ୍ଚି ସ୍ଥିତ ବାସଭବନରୁ ୩ଟି ବ୍ୟାଗ ନେଇଛନ୍ତି ଅଧିକାରୀମାନେ । କିନ୍ତୁ ସେହି ବ୍ୟାଗରେ କଣ ରହିଛି ସେନେଇ କୌଣସି ସୂଚନା ନାହିଁ । କିନ୍ତୁ ଚର୍ଚ୍ଚା ହେଉଛି ଯେ ସେଠାରୁ ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ଟଙ୍କା ଏବଂ ଗହଣା ମିଳିଛି । ୬ ଡିସେମ୍ବରରୁ ଧୀରଜ ସାହୁଙ୍କ ରାଞ୍ଚି ଏବଂ ଲୋହରଦଗା ସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି ।


ବିଜେପିକୁ ମିଲିଲା ବଡ଼ ପ୍ରସଙ୍ଗ


ଧୀରଜ ସାହୁଙ୍କ ଘରୁ ଆର୍ୟବର୍ହିଭୂତ ସମ୍ପତ୍ତି ମିଳିବା ପରେ ବିଜେପିକୁ ବଡ଼ ପ୍ରସଙ୍ଗ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ବିଟ କରିଛନ୍ତି ଯେ ଯିଏ ଜନତାଙ୍କ ଠାରୁ ଲୁଟିଛି ତାକୁ ଗୋଟି ଗୋଟି କରି ଫେରାଇବାକୁ ପଡ଼ିବ । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ପରେ ବିଜେପିର ଅନେକ ବରିଷ୍ଠ ନେତା ଭ୍ରଷ୍ଟାଚାର ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବିଜେପି ଏହି ଘଟଣାକୁ ନେଇ ଝାଡ଼ଖଣ୍ଡର ସବୁ ଜିଲ୍ଲାରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି ।